Posted inଖେଳ

ଏଏଫ୍‌ସି ଏସିଆନ କପ୍‌: କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ଭାରତ

ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍‌ବଲ ଦଳ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ ଜାସିମ ବିନ୍‌ ହମାଦ ଷ୍ଟାଡିୟମରେ ମଙ୍ଗଳବାର ୨୦୨୨ ଫିଫା ବିଶ୍ୱକପ୍‌ ତଥା ଏସିଆନ କପ୍‌ କ୍ୱାଲିଫାୟର୍ସରେ ଭାରତ ଓ ଆଫଗାନିସ୍ତାନ ମୁହଁାମୁହିଁ ହୋଇଥିଲେ। ତେବେ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ୭୫ତମ ମିନିଟ୍‌ରେ ଆଫଗାନିସ୍ତାନ ଗୋଲକିପର ଓଭାୟସ ଅଜିଜି ଆତ୍ମଘାତୀ ଗୋଲ ସ୍କୋର କରିବା ପରେ ଭାରତ ୧-୦ରେ ଅଗ୍ରଣୀ ହୋଇଥିଲା। ଏହାପରେ ୮୨ତମ ମିନିଟ୍‌ରେ ହୋସେନ ଜମାନୀ ଗୋଲ ଦେଇ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲେ। ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌ ପଡିଥିଲେ ମଧ୍ୟ ଏହି ଡ୍ର ସହ ଭାରତ ଏସିଆନ୍‌ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଏହି ମୁକାବିଲାରେ ଆଉ ମାତ୍ର ଗୋଟିଏ ସ୍କୋର କରିଥିଲେ ଛେତ୍ରୀ ବିଶ୍ୱର ସର୍ବକାଳୀନ ଟପ୍‌ ଗୋଲ ସ୍କୋରର ତାଲିକାରେ ସ୍ଥାନ ପାଇଥାନ୍ତେ। ୩୬ ବର୍ଷୀୟ ଛେତ୍ରୀ ୭୪ ଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍‌ ଡ୍ର ରଖି ଭାରତ ୭ ପଏଣ୍ଟ ପାଇ କାତାର, ଓମାନ ତଳକୁ ରହି ତୃତୀୟ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କ ମନୋରଞ୍ଜନ ଜାରି ରଖିବି: ସେହ୍ବାଗ୍‌

ଭୁବନେଶ୍ୱର, ୨୦।୯ (ସ୍ପୋଟର୍‌ସ ବ୍ୟୁରୋ): ଆଦାନି ସ୍ପୋଟର୍‌ସ ଲାଇନ୍‌ ମାଲିକାନାରେ ଥିବା ଗୁଜରାଟ ଜାଏଣ୍ଟ୍ସ ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ବିଜୟ ସହ ଅଭିଯାନ ଆରମ୍ଭ...

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଆର୍ଜେଣ୍ଟିନା, ଉରୁଗୁଏ ବିଜୟୀ

ସାଓ ପାଉଲୋ,୧୦।୧୦(ଏପି): ପାଖାପାଖି ଗୋଟିଏ ବର୍ଷ ପରେ ଆର୍ଜେଣ୍ଟିନା ଓ ଉରୁଗୁଏ ପ୍ରଥମ ଫୁଟବଲ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌...

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ...

ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ ପିଏଲ୍‌ ଓ୍ବାର୍ଲ୍ଡ କପ୍‌

ଦୁବାଇ, ୮ା୧ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଫେସ୍‌ ଅଫ୍‌ ଦି ୧୦ପିଏଲD-ବିଶ୍ୱକପ୍‌ ଅଫ୍‌ ଟେନିସ ବଲ୍‌ ଭାବେ ମନୋନୀତ ହୋଇଛନ୍ତି। ଇଭେଣ୍ଟର ତୃତୀୟ ସଂସ୍କରଣ...

ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦ ଛାଡିଲେ ଆଣ୍ଟେ ମିଲିକିକ୍‌

ସିଡ୍‌ନୀ,୧୯।୭(ଏପି): ଆଣ୍ଟେ ମିଲିକିକ୍‌ ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏ- ଲିଗ୍‌ ଏକ୍ସାପାନ୍ସନ କ୍ଲବ୍‌ ମାକାର୍ଥୁର ଏଫ୍‌ସିର ପ୍ରଥମ କୋଚ୍‌...

ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ: ସ୍ବର୍ଣ୍ଣ ଜିତିବାରେ ଶିବ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ...

କ୍ରିକେଟ୍‌‌ର ଏହି ରେକର୍ଡ, ୯୯ ବର୍ଷ ପରେ ଆଜି ବି ଅତୁଟ

ଅଷ୍ଟ୍ରେଲିଆର ଜ୍ୟାକ ମୋରିସନ ଗ୍ରେଗୋରୀଙ୍କ ଟେଷ୍ଟ କ୍ୟାରିୟର ବହୁତ ବଡ ନ ଥିଲା, କିନ୍ତୁ ସ୍ବଳ୍ପ କ୍ୟାରିୟରରେ ସେ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆଶ୍ଚର୍ଯ୍ୟ କରିଦେଇଥିଲେ।...

ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି

ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍‌ ପଡିବା ପରେ ପାକିସ୍ତାନର ପୂର୍ବତନ...

Advertisement
Archives

Model This Week