କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌ ଏଲ୍ଡର୍‌ଲି’ ପ୍ରକାଶ କରିଛି। ଏହି ରିପୋର୍ଟ ‘ଘରେ’ ଓ ‘ବୃଦ୍ଧାଶ୍ରମରେ’ ରହୁଥିବା ବୟସ୍କଙ୍କ ଜୀବନରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ଏବଂ ଆହ୍ବାନର ମୂଲ୍ୟାଙ୍କନ କରିଛି। କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଥିବା ସେଥିଲେ ଉଲ୍ଲେଖ ରହିଛି।
ଏଜ୍‌ ଇଣ୍ଡିଆ ଭାରତର ୬ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରେ କରିଥିବା ସର୍ଭେରେ ୩,୫୨୬ ଜଣଙ୍କୁ ସାମିଲ କରିଥିଲା। ଏମାନଙ୍କ ମଧ୍ୟରୁ କୋଭିଡ୍‌ ଯୋଗୁ ୨୦.୮% ବରିଷ୍ଠ ନାଗରିକ ସେମାନଙ୍କ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ହରାଇଛନ୍ତି। କରୋନା କାଳରେ ଜୀବନକୁ ନେଇ ସେମାନଙ୍କ ମତ ଲୋଡ଼ାଯାଇଥିଲା। ୫୦.୮% ବରିଷ୍ଠ ନାଗରିକ ଉନ୍ନତ ଚିକିତ୍ସା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ। ସେହିଭଳି ୪୪.୪% ଟିକା ଉପଲବ୍ଧତା, ୩୮.୭% ଠିକ୍‌ ସମୟରେ ଔଷଧ ଓ ଇଞ୍ଜେକ୍ସନ ଉପଲବ୍ଧତା ରହିବା ଦରକାର ବୋଲି କହିଛନ୍ତି। ସେହିପରି କୋଭିଡ୍‌ ଆକ୍ରାନ୍ତ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ୪୨.୧% ବରିଷ୍ଠ ନାଗରିକ ଅଧିକ ଚିନ୍ତିତ ଥିଲେ। ୩୪.୨% ଏକାକୀ ହୋଇଯିବେ ଓ ୧୧.୫% ଲୋକଙ୍କର ମୃତ୍ୟୁର ଭୟ ଥିଲା। ସମାଜରେ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ୁଥିବା ୪୩.୧% ବରିଷ୍ଠ ନାଗରିକ କହିଛନ୍ତି। ୧୫.୬% ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ୪୫.୬% ଅସମ୍ମାନ ଓ ୨୩.୧% ପିଟିବା/ଚାପୁଡ଼ା ଖାଇଥିବା କହିଛନ୍ତି। ୬୨.୧% ଦୁର୍ବ୍ୟବହାରର ଶିକାର ହେବାର ଆଶଙ୍କା କରିଛନ୍ତି। ସେମାନଙ୍କ ମତରେ, ମୁଖ୍ୟ ଦୁର୍ବ୍ୟବହାରକାରୀମାନେ ହେଲେ ପୁଅ ୪୩.୮%, ବୋହୂ ୨୭.୮% ଓ ଝିଅ ୧୪.୨%। ସେହିପରି ଆର୍ଥିକ ନିର୍ଯାତନା ୬୧.୬%, ମାନସିକ ନିର୍ଯାତନା ୬୦.୧% ଓ ଶାରୀରିକ ନିର୍ଯାତନା ସଂକ୍ରାନ୍ତରେ ୫୮.୬% ମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହେଲ୍ପ ଏଜ୍‌ ଇଣ୍ଡିଆ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାରରେ ଓଡ଼ିଶା ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର ଅଧ୍ୟକ୍ଷତା କରି କହିଲେ, ପ୍ରକାଶିତ ରିପୋର୍ଟରେ ବରିଷ୍ଠ ନାଗରିକଙ୍କ ଭୟ, ଚିନ୍ତା, ଏକାକୀପଣ ଏବଂ ନିର୍ଭରଶୀଳତା ଯୋଗୁ ଦୁର୍ବ୍ୟବହାରର ଆଶଙ୍କା ସ୍ପଷ୍ଟ ଭାବେ ବାରିହୋଇପଡୁଛି। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ତଥ୍ୟ ରଖିଥିଲେ। ଭୁବନେଶ୍ୱର ଏମ୍‌ସର ଡା. ସ୍ବୟଂପ୍ରଜ୍ଞା ପରିଡ଼ା କୋଭିଡ୍‌ ସତର୍କତା ଓ ଟିକାକରଣ ସଂକ୍ରାନ୍ତରେ ମତ ରଖିଥିଲେ। ରାଜ୍ୟ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ଟିକାକରଣ ତଥା ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?