ରେଡ୍‌ ଜୋନ୍‌ ଉପରେ ନଜର

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତଥାପି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଆସନ୍ତା ଜୁଲାଇ ପହିଲାରେ ଆଂଶିକ ଲକ୍‌ଡାଉନ ଅବଧି ଶେଷ ହେବ। ସଂକ୍ରମଣ ହାର ୫ ପ୍ରତିଶତ ତଳେ ଥିବା ‘ଗ୍ରୀନ୍‌ ଜୋନ୍‌’ ଏବଂ ୫ ପ୍ରତିଶତ ଉପରେ ଥିବା ‘ୟେଲୋ ଜୋନ୍‌’ ଜିଲାଗୁଡ଼ିକରେ ଲକ୍‌ଡାଉନ କଟକଣାକୁ ଆହୁରି କୋହଳ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡିଛି। ତେବେ ରେଡ୍‌ ଜୋନ୍‌ରେ ଥିବା ୫ ଜିଲାଗୁଡ଼ିକରେ କଟକଣା ଅଧିକ କଡ଼ାକଡ଼ି କରାଯାଇ ପାରେ। ସ୍ବାସ୍ଥ୍ୟ ବିଭାଗର କରୋନା ରିପୋର୍ଟକୁ ଯାଞ୍ଚ କରାଯାଉଛି। ମଙ୍ଗଳବାର ଏ ନେଇ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ହେବାକୁ ଥିବା ବୈଠକରେ ରାଜ୍ୟର କୋଭିଡ୍‌ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ପରିସ୍ଥିତିକୁ ଅନୁଧ୍ୟାନ କରି ଆଉ କିଛି ମାତ୍ରାରେ ସରକାର କଟକଣାକୁ କୋହଳ କରିପାରନ୍ତି। ତେବେ ଯେଉଁ ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଛି ସେସବୁ ଜିଲାରେ ଆଂଶିକ କଟକଣା ବଳବତ୍ତର ରହିବ। ରାଜ୍ୟରେ ଆଉ ୧୫ ଦିନ ଯାଏ ସପ୍ତାହାନ୍ତ ଶଟ୍‌ଡାଉନ ବଢ଼ାଇବା ନେଇ ସରକାର ବିଚାର କରିପାରନ୍ତି। କୋଭିଡ୍‌ ସ୍ଥିତି ଯାଞ୍ଚ ପରେ ଯାହା କିଛି ନିଷ୍ପତ୍ତି ନିଆଯାଇ ପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟ ପକ୍ଷରେ ତୃତୀୟ ଲହର ଓ ଡେଲ୍‌ଟା ପ୍ଲସ୍‌ର ଭୟ ରହୁଥିବାରୁ ରାଜ୍ୟ ସରକାର ସତର୍କତାର ସହ ପଦକ୍ଷେପ ନେବେ ବୋଲି ଜଣାପଡିଛି।
କୋଭିଡ୍‌ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ମେ ୫ରୁ ସମଗ୍ର ରାଜ୍ୟରେ ଲଗାଇଥିବା କଟକଣାରେ ଜୁନ୍‌ ୧୭ ତାରିଖରୁ ଆଂଶିକ କୋହଳ କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‌ ରହୁଥିବାରୁ ସେହି ଜିଲାଗୁଡ଼ିକରେ ଲକ୍‌ଡାଉନକୁ ଅଧିକ କୋହଳ କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ଲକ୍‌ଡାଉନକୁ କିଛି ମାତ୍ରାରେ କୋହଳ କରାଯାଇଛି। ରାଜ୍ୟର ସମସ୍ତ ଜିଲାକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି।ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‌ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲାକୁ କାଟାଗୋରି-ଏରେ ରଖାଯାଇଥିବା ବେଳେ ଉପକୂଳବର୍ତ୍ତୀ ୧୩ ଜିଲାକୁ ବି କାଟାଗୋରିରେ ରଖାଯାଇଛି।
କାଟାଗୋରି-‘ଏ’ ଜିଲାଗୁଡ଼ିକରେ ସକାଳ ୬ରୁ ସା ୫ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହୁଥିବା ବେଳେ କାଟାଗୋରି-‘ବି’ରେ ଥିବା ଜିଲାଗୁଡ଼ିକରେ ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଛି। ଏଥିସହିତ ଉଠା ଦୋକାନୀ, ବୁଲା ବିକାଳି, ଜଳଖିଆ ଦୋକାନୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଛି। ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ମିଠା ଦୋକାନ ଖୋଲା ରହୁଛି।
ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଓ ମାଲକାନଗିରି ଜିଲାରେ ସଂକ୍ରମଣ ହାର ୫ରୁ ୮ ପ୍ରତିଶତ ଥିବାରୁ ଏହାକୁ ‘ୟେଲୋ ଜୋନ୍‌’ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ସଂକ୍ରମଣ ହାର ୮ରୁ ୧୧ ପ୍ରତିଶତ ମଧ୍ୟରେ ରହୁଥିବାରୁ ଏସବୁ ଜିଲାକୁ ‘ରେଡ୍‌ ଜୋନ୍‌’ ତାଲିକାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?