ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…

ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ ଆଞ୍ଜେଲସରେ ଅଟକିବେ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସେ ଆମେରିକାର ହାଉସ ବାଚସ୍ପତି କେଭିନ ମ୍ୟାକକାର୍ଥିଙ୍କୁ ଭେଟିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ। ତେବେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଏହାକୁ ନିଶ୍ଚିତ କରିନାହାଁନ୍ତି।

ଆମେରିକା ବାଚଷ୍ପତି ଏବଂ ତାଇୱାନ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ନେଇ ଚାଇନା କ୍ରୋଧିତ ହୋଇଛି। ଯଦି ଆମେରିକାର ହାଉସର ବାଚସ୍ପତି ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟନ୍ତି ତେବେ ଏହାର ପ୍ରତିଶୋଧ ନେବାକୁ ଚାଇନା ଧମକ ଦେଇଛି। ଚାଇନା କହିଛି ଏଭଳି ପଦକ୍ଷେପ ନେବା ଦ୍ୱାରା ଏକ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ଚାଇନାର ତାଇୱାନ ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର ଜୁ ଫେଙ୍ଗଲିୟାନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି , ଯଦି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକାର ବାଚସ୍ପତି ମ୍ୟାକକାର୍ଥିଙ୍କ ସହ ଯୋଗାଯୋଗ କରନ୍ତି ତେବେ ଏହା ଏକ ଉତ୍ତେଜନାମୂଳକ ପରିସ୍ଥିତି ହେବ। ଏହା ଚାଇନା ନୀତିର ଉଲ୍ଲଂଘନ ହେବ। ଏହା ଦ୍ୱାରା ଚାଇନାର ସାବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଏଭଳି କାର୍ଯ୍ୟ ଦ୍ୱାରା ଶାନ୍ତି ଏବଂ ସ୍ଥିରତାକୁ ନଷ୍ଟ ହୋଇପାରେ। ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ ଏବଂ ଏହା ପାଇଁ ନିଶ୍ଚିତ ଭାବରେ ଏକ ବଡ ପଦକ୍ଷେପ ଗ୍ରହଣ କରିବୁ।

ସୂଚନାଯୋଗ୍ୟ, ପୂର୍ବରୁ ଆମେରିକାର ହାଉସ ବାଚସ୍ପତି ନାନସୀ ପେଲୋସି ଗତ ବର୍ଷ ତାଇୱାନ ଗସ୍ତ କରିଥିଲେ। ପେଲୋସି ତାଇପେଇରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କୁ ଭେଟିଥିଲେ। ଏହି ସମୟରେ ସେ ସ୍ପଷ୍ଟ ଭାବରେ କହିଥିଲେ ଆମେରିକା ତାଇୱାନକୁ ଦେଇଥିବା ପ୍ରତିଶ୍ରୁତି ତ୍ୟାଗ କରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?