ପରକୀୟା ପ୍ରୀତି: ତହସିଲଦାରଙ୍କ ଡ୍ରାଇଭରଙ୍କୁ ଉଲଗ୍ନ କରି ଆଣ୍ଠେଇ ଚଲାଇଲେ

ପାଟଣା,୨୯ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପାଟନାଳୀ ସାହିରେ ପରକୀୟା ପ୍ରୀତିକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଜଣେ ଯୁବକଙ୍କୁ ଗ୍ରାମବାସୀ ମାଡ଼ ମାରିବା ସହ ଉଲଗ୍ନ କରି ଆଣ୍ଠେଇ ଚଲାଇଥିବା ଜଣାପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଗ୍ରାମର ଆପୋସ ବୁଝାମଣା ବେଳେ ଗଣ୍ଡଗୋଳ ହେବାରୁ ପୋଲିସ ଉଭୟ ପକ୍ଷରୁ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଅନ୍ୟପକ୍ଷେ ସମ୍ପୃକ୍ତ ଯୁବକ ଜଣକ ତହସିଲଦାରଙ୍କ ଡ୍ରାଇଭର ହୋଇଥିବାରୁ ମାମଲାକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଘଟଗାଁ ଥାନା ନାକଝରି ଗ୍ରାମର ସମ୍ପୃକ୍ତ ଯୁବକ ପାଟନାଳୀ ସାହିର ଜଣେ ମହିଳାଙ୍କ ନିକଟକୁ ଆସିଥିଲେ। ଏହି ସମୟରେ ସେ ଲୋକଙ୍କ ହାତରେ ଧରାପଡ଼ିଯିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଲୋକେ ତାଙ୍କୁ ଉଲଗ୍ନ କରି ଆଣ୍ଠେଇ ଚଲାଇଥିଲେ। ସେ ଗୁରୁତର ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣାର ସମସ୍ତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉକ୍ତ ଯୁବକ ଜଣକ ତହସିଲଦାରଙ୍କ ଗାଡ଼ି ଚଳାଉଥିବା ବେଳେ ସରକାରୀ ଗାଡ଼ି ଧରି ଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲୋକେ ଉକ୍ତ ଗାଡ଼ିକୁ ମଧ୍ୟ ଅଟକ ରଖିଥିଲେ। ସୋମବାର ଘଟଗାଁ ନାକଝରିରୁ ୪ ଜଣ ବ୍ୟକ୍ତି ପାଟନାଳୀକୁ ଆପୋସ ବୁଝାମଣା କରିବାକୁ ଯାଇଥିଲେ। ମାତ୍ର ପାଟନାଳୀ ଗ୍ରାମବାସୀ ସେମାନଙ୍କୁ ମଧ୍ୟ ବାନ୍ଧି ଅଟକ ରଖିଥିଲେ। ଉତ୍ତେଜନା ପ୍ରକାଶ ପାଇବା ପରେ ପାଟଣା ପୋଲିସ ପହଞ୍ଚି ଉଭୟ ପକ୍ଷରୁ ୨ ଜଣଙ୍କୁ ଥାନାକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?