Posted inଖେଳ

ଟି୨୦ ବିଶ୍ୱକପ୍‌: ସଫଳ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ

ଦୁବାଇ,: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁକୂଲ୍ୟରେ ୨୦୨୧ ପୁରୁଷ ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ୧୬ଟି ଦଳକୁ ନେଇ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସ୍ବତନ୍ତ୍ରତା ସମ୍ପର୍କରେ ଗୁରୁବାର ଦୁବାଇଠାରେ ଆଇସିସି ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମିଳିତ ଭାବେ ସୂଚନା ଦେଇଛନ୍ତି। ଆଉ ଗୋଟିଏ ଦିନ ପରେ ଭାରତରେ ଆଲୋକର ଉତ୍ସବ ଦୀପାବଳି ପାଳନ ହେବ। ମେଗା ଇଭେଣ୍ଟର କାଉଣ୍ଟ ଡାଉନ୍‌ ପାଇଁ ଏହା ପ୍ରକୃଷ୍ଟ ସମୟ। ଦେଶର କ୍ରିକେଟପ୍ରେମୀଙ୍କ ମହଲରେ ରୋମାଞ୍ଚ ଓ ଉତ୍କଣ୍ଠା ସୃଷ୍ଟି କରିବ ନିଶ୍ଚୟ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହନେ ଏହି ଅବସରରେ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଦେଖାଦେବାପରଠାରୁ ବିଶ୍ୱର ପ୍ରଥମ ଗ୍ଲୋବାଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ବିଶ୍ୱବ୍ୟାପୀ କ୍ରିକେଟପ୍ରେମୀ ଯେପରି ଏହି ମେଗା ଇଭେଣ୍ଟକୁ ଯେପରି ଭଲ ରୂପେ ଉପଭୋଗ କରିପାରିବେ ସେଦିଗରେ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି। ୫ ବର୍ଷ ପରେ ଭାରତକୁ ଟି୨୦ ବିଶ୍ୱକପ୍‌ ଫେରିଛି। ଚଳିତ ବର୍ଷ ପ୍ରାରମ୍ଭରେ ମେଲବୋର୍ନଠାରେ ଭାରତ ଓ ଅଷ୍ଟେଲିଆ ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲକୁ ଷ୍ଟାଡିୟମରେ ରେକର୍ଡ ୮୬,୧୭୪ ଦର୍ଶକ ଉପଭୋଗ କରିଥିଲେ। ଭାରତରେ ହେବାକୁଥିବା ଇଭେଣ୍ଟରେ ସମଗ୍ର ବିଶ୍ୱରୁ ୧୬ଟି ଦଳ ଭାଗ ନେବେ। ପପୁଆ ନ୍ୟୁ ଗିନି ଏହି ଟୁର୍ନାମେଣ୍ଟ ଖେଳିବା ଲାଗି ପ୍ରଥମଥର ଯୋଗ୍ୟତା ଅର୍ଜନ କରିଛି। କରୋନା ମହାମାରୀ ସମୟରେ ବିସିସିଆଇ ସଂଯୁକ୍ତ ଆରବ ଏମିରେଟ୍ସରେ ସଫଳତାର ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବା ସହ ଏଥିରୁ ଯଥେଷ୍ଟ ଅଭିଜ୍ଞତା ମଧ୍ୟ ହାସଲ କରିପାରିଛି ବୋଲି ସାହନେ କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ପୁରୁଷ ଟି୨୦ ବିଶ୍ୱକପ୍‌ର ୨୦୨୧ର ସଫଳ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶାବାଦୀ ଅଛି। ଏହି ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ”୧୯୮୭ରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ପରଠାରୁ ଭାରତ ବହୁ ଗ୍ଲୋବାଲ ଇଭେଣ୍ଟ ସଫଳତାର ସହିତ ଆୟୋଜନ କରିପାରିଛି। ବିଭିନ୍ନ ଦେଶର କ୍ରିକେଟରମାନେ ଭାରତ ଭଳି କ୍ରିକେଟ ପ୍ରିୟ ଦେଶରେ ଖେଳର ମଜା ଉଠାଇପାରିବେ। ଅତୀତରେ ଖେଳାଳି ଭାବେ ଆଇସିସି ଇଭେଣ୍ଟରେ ତାଙ୍କର ଅଭିଜ୍ଞତା ରହିଛି“।
ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଛି। ଏହି ପରିସ୍ଥିତିରେ ସୁରକ୍ଷିତ ଭାବେ କୌଣସି ମେଗା ଇଭେଣ୍ଟ ଆୟୋଜନ କରିବା ଏକ ବଡ଼ ଚ୍ୟାଲେଞ୍ଜ ନିଶ୍ଚୟ। ତେବେ ଭାରତୀୟ ବୋର୍ଡ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ଅତିକ୍ରମ କରିଯିବ। ଏପରିକି ଦର୍ଶକମାନେ ଯେପରି କ୍ରିକେଟର ମଜା ନେଇ ପାରିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଥିବା ବିସିସିଆଇ ସମ୍ପାଦକ ଜୟ ଶାହା ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟୁର୍ନାମେଣ୍ଟରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମ୍ବିୟା, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଓମାନ, ପାକିସ୍ତାନ, ପପୁଆ ନ୍ୟୁ ଗିନି, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ ଦଳ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri