Posted inଖେଳ

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଇଂଲଣ୍ଡ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଡଓ୍ବେିଡ୍‌ ମଲାନ ଉଭୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ରାସି ଭାନ୍‌ ଡେର ଡୁସେନ ସର୍ବାଧିକ ୭୪ ରନ (୩୨ ବଲ, ୫ ଚୌକା, ୫ ଛକା) ଓ ଫାଫ୍‌ ଡୁପ୍ଲେସି ୫୨ ରନ (୩୭ ବଲ, ୫ ଚୌକା, ୩ ଛକା) ସଂଗ୍ରହ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ କ୍ୱିଣ୍ଟନ ଡି’କକ୍‌ ୧୭, ଟେମ୍ବା ବଭୁମା ୩୨, ରିଜା ହେଣ୍ଡ୍ରିକ୍ସ ୧୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୨, କ୍ରିସ ଜୋର୍ଡାନ ଗୋଟିଏ ଉଇକେଟ ହାସଲ କରିଥିଲେ।
ଜବାବରେ ଇଂଲଣ୍ଡ ୧୭.୪ ଓଭରରେ ଗୋଟିଏ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ମଲାନ ୯୯ (୪୭ ବଲ, ୧୧ ଚୌକା, ୫ ଛକା) ଓ ଜୋଶ ବଟଲର ୪୬ ବଲରୁ ୩ ଚୌକା ଓ ୫ ଛକା ସହ ୬୭ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଜାସନ ରଏ ୧୬ ରନକରି ଏନ୍‌ରିଚ ନୋର୍ଜେଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ଏଥିସହ ଇଂଲଣ୍ଡ ଗତ ୮ଟି ଟି୨୦ ସରିଜ୍‌ରୁ ୭ଟିରେ ବିଜୟ ହାସଲ କରିଛି। ୨୦୧୮ରେ ଇଂଲଣ୍ଡ ଭାରତ ବିପକ୍ଷରେ ଏକମାତ୍ର ସିରିଜରେ ପରାସ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୯୧/୩ (ଡୁସେନ- ୭୪*, ଡୁପ୍ଲେସି- ୫୨*, ବଭୁମା- ୩୨, ଷ୍ଟୋକ୍ସ- ୨/୨୬, ଜୋର୍ଡାନ- ୧/୪୨)।
ଇଂଲଣ୍ଡ ୧୭.୪ ଓଭରରେ ୧୯୨/୧ (ମଲାନ- ୯୯*, ବଟଲର- ୬୭*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିକ ନୋ ବଲ ପକାଇ ଅଡୁଆରେ ଜାଡେଜା, ବର୍ଷିଲେ ଗାଭାସ୍କର…

ଇନ୍ଦୋର,୨।୩ : ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଟସ ଜିତିବା ପରେ...

ଫଟା ଜୋତା ପିନ୍ଧି ପଡ଼ିଆରେ ନଜର ଆସିଲେ ମହମ୍ମଦ ଶାମି, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଆଡିଲେଡ୍‌,୧୮ା୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୪ ରନ୍‌ ସଂଗ୍ରହ କରିଛି। ପିଙ୍କ୍‌ ବଲ୍‌ ସହିତ...

ଫେଲ୍‌ ମାରିଲେ ଓପନର

ଅହମ୍ମଦାବାଦ୍‌,୧୬।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଫେଲ୍‌ ମାରିଛନ୍ତି ଦୁଇ ଓପନର।...

ଅଷ୍ଟ୍ରେଲିଆ ଟି୨୦ ଦଳର ଜର୍ସି ଚୟନ କରିବେ ଫ୍ୟାନ

ମେଲବୋର୍ନ, ୨୦।୩- ଅଷ୍ଟ୍ରେଲିଆନ ପ୍ରଶଂସକ ଏବେ ଜାତୀୟ ଦଳର ଟି୨୦ ଜର୍ସି ଚୟନ କରିପାରିବେ। ‘ଡିଜାଇନ ଦି କିଟ୍‌’ ଅନଲାଇନ ପ୍ରୋଗ୍ରାମରେ ଫ୍ୟାନଙ୍କ ଦ୍ୱାର ପ୍ରସ୍ତୁତ...

୩ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌,୨୩।୭: ତ୍ରିନିଦାଦର ପୋର୍ଟ ଅଫ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩ ରନ୍‌ରେ ବିଜୟୀ...

କ୍ଲୁଜନର ଆଫଗାନିସ୍ତାନ ମୁଖ୍ୟ କୋଚ୍‌

କାବୁଲ, ୨୮।୯ (ପି.ଟି.)- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ...

ପ୍ରମୋଦ ପାଇବେ ପଦ୍ମଶ୍ରୀ

ଭୁବନେଶ୍ୱର,୨୫।୧: ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ପ୍ରଥମ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି...

କିରଣ କ୍ୱାର୍ଟରରେ, ଅସ୍ମିତା ପରାସ୍ତ

ବ୍ୟାଙ୍କକ୍‌, ୨ା୬:ଭାରତର କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ ଜାରି ରଖି ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ବିଶ୍ୱର...

Advertisement
Archives

Model This Week