Posted inଖେଳ

ଟି୨୦ ର଼୍ୟାଙ୍କିଙ୍ଗ୍‌: ଆଜମ୍‌ଙ୍କୁ ହଟାଇଲେ ମଲନ

ଦୁବାଇ, ୧୦।୯(ପି.ଟି.)- ପାକିସ୍ତାନର ବାବର ଆଜମଙ୍କୁ ହଟାଇ ଆଇସିସି ଟି୨୦ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ଦାଓ୍ବିଦ ମଲନ। ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ ସମାପ୍ତ ଟି୨୦ ସିରିଜରେ ସ୍ଥିର ପ୍ରଦର୍ଶନ ଦେଇ ୩୩ ବର୍ଷୀୟ ମଲନ ର଼୍ୟାଙ୍କିଙ୍ଗ୍‌ରେ ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ମଲନ ପ୍ରଥମଥରପାଇଁ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନ ହୋଇଛନ୍ତି। ଗତବର୍ଷ ନଭେମ୍ବରରେ ସେ ସର୍ବାଧିକ ୨ୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। କୋଭିଡ-୧୯ ସଂକ୍ରମଣ ଯୋଗୁ ୬ ମାସରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରି ନ ଥିବା ଭାରତର ଲୋକେଶ ରାହୁଲ ୨ଟି ସ୍ଥାନ ତଳକୁ ଖସି ୪ର୍ଥରେ ପହଞ୍ଚତ୍ଥିବାବେଳେ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୯ମରେ ପହଞ୍ଚତ୍ଛନ୍ତି। ମଲନଙ୍କ ଟିମ୍‌ମେଟ୍‌ ଜନି ବେୟାରଷ୍ଟୋ ୨୨ରୁ କ୍ୟାରିୟର ଶ୍ରେଷ୍ଠ ୧୯ ଏବଂ ଜୋସ୍‌ ବଟଲର ୪୦ରୁ ୨୮ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ୩ୟ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୬ଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବୋଲର ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆର କେନ୍‌ ରିଚାର୍ଡଶନ ପ୍ରଥମଥର ପାଇଁ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନର ମହମ୍ମଦ ନବି ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅସାଧାରଣ ପାଣିପାଗ: ସନ୍ଦେହରେ ଭାରତ- ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୧୫।୬: ଏଠାରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲଟେଜ ମ୍ୟାଚ୍‌ ଉପରେ ଅସାଧାରଣ ପାଣିପାଗ ଯୋଗୁ...

ରମେଶ ପାଓ୍ବାର ଭାରତ-ଏ’ର ବୋଲିଂ କୋଚ୍‌

ମୁମ୍ବାଇ, ୨୭।୮- ପ୍ରାକ୍ତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ଭାରତ-ଏ କ୍ରିକେଟ୍‌ ଦଳର ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ଘରୋଇ ଭାରତ-ଏ ଗୁରୁବାରଠାରୁ ଦକ୍ଷିଣ ଆଫ୍ରିକା...

ଚାମ୍ପିୟନ କ୍ରିକେଟରଙ୍କୁ ଛୁଇଁଲା ୩୮

ନୂଆଦିଲ୍ଲୀ,୧୪।୧୦- ଚାମ୍ପିୟନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋମବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ କ୍ରିକେଟ ଜଗତକୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।...

ସୁଯୋଗ ଦେଲାନି କେକେଆର୍‌

ଶାରଜା,୧୩।୧୦: ଆରମ୍ଭରୁ ସ୍ପିନରଙ୍କୁ କାମରେ ଲଗାଇ ଦେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ବରୁଣ ଚକ୍ରବର୍ତ୍ତୀ(୨ ଉଇକେଟ)ଙ୍କ ସହ ଲୋକି ଫର୍ଗୁସନ ଓ ଶିବମ ମାଭିଙ୍କ...

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ...

୪ ବର୍ଷ ତଳେ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ଛକା ବର୍ଷା

କଟକ,୧୯।୧: ଠିକ୍‌ ୪ ବର୍ଷ ତଳେ ଅର୍ଥାଥ ୨୦୧୭ ଜାନୁୟାରୀ ୧୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଛକା ବର୍ଷା। ଇଂଲଣ୍ଡ ଓ...

ମୁଖ୍ୟମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ଚାନୁ

ନୂଆଦିଲ୍ଲୀ,୮।୮: ଅଲିମ୍ପିଆନ ମୀରାବାଇ ଚାନୁ ରବିବାର ୨୭ତମ ଜନ୍ମଦିନ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଓ୍ବେଟଲିଫ୍ଟର ଏହି ସ୍ବତନ୍ତ୍ର ଦିନକୁ ପାଳିଛନ୍ତି ମଣିପୁର...

ଏହି ୫ କାରଣରୁ ଫାଇନାଲରେ ହାରିଲା ଭାରତୀୟ ଦଳ

ସାଉଥାମ୍ପଟନ୍‌,୨୪।୫: ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆର କଠିନ ପରିଶ୍ରମ ସାଉଥାମ୍ପଟନ ଗ୍ରାଉଣ୍ଡରେ ବ୍ୟର୍ଥ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ...

Advertisement
Ten Cric Info


Archives

Model This Week