ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି ଖ୍ରୀ.ପୂ. ୩୫୦୦ ରୁ ୪୦୦୦ ବର୍ଷ ପୂର୍ବେ ମେସୋପଟାମିଆ ଅଞ୍ଚଳର ଚକର ଆବିଷ୍କାର। ତେବେ ମଣିଷ ଚକ ଉଦ୍ଭାବନ କରି ଯେପରି ସଭ୍ୟତାର ଗତି ବଦଳାଇଥିଲା, ସେହିପରି ଆଜି ‘ସିନ୍ଥେଟିକ ବୁଦ୍ଧିମତ୍ତା’ ମଣିଷର ଚିନ୍ତା, କାର୍ଯ୍ୟ ଓ ଭବିଷ୍ୟତକୁ ପୁନର୍ଗଠନ କରିବାକୁ ଯାଉଛି। ସାଧାରଣତଃ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (୍ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଗୋଟିଏ ତଥ୍ୟ ପ୍ରଦାନକରେ। କିନ୍ତୁ ସିନ୍ଥେଟିକ ଇଣ୍ଟେଲିଜେନ୍ସ (ଏସଆଇ) ବା ସିନ୍ଥେଟିକ ବୁଦ୍ଧିମତ୍ତାର ମୂଳ ଧାରଣା ହେଉଛି,ମଣିଷର ବୁଦ୍ଧିକୁ ଅନୁକରଣ ନୁହେଁ, ବରଂ ତାହାକୁ ବିସ୍ତାର କରିବା ଏବଂ ଶିଖିଥିବା ତଥ୍ୟକୁ ମଣିଷର ବ୍ୟବହାରିକ ଜ୍ଞାନ ସହିତ ମିଶାଇ ନୂଆ ଧାରଣା ସୃଷ୍ଟି କରିବା।
ସିନ୍ଥେଟିକ ବୁଦ୍ଧିମତ୍ତା ବିପ୍ଳବ କେବଳ ଏକ ପ୍ରଯୁକ୍ତିଗତ ପରିବର୍ତ୍ତନ ନୁହେଁ; ଏହା ମାନବ ସଭ୍ୟତାର ଚିନ୍ତାଧାରା, ଜୀବନଶୈଳୀ ଓ ମୂଲ୍ୟବୋଧର ଏକ ବୃହତ ପରିବର୍ତ୍ତନ। ସିନ୍ଥେଟିକ ବୁଦ୍ଧିମତ୍ତା ବିପ୍ଳବ ୧୯୪୬ରେ ମେଲବୋର୍ଣ୍ଣର ୟୁନିଭର୍ସିଟି ଅଫ୍‌ ପେନସିଲଭାନିଆରେ ଆରମ୍ଭ ହୋଇଥିଲା। ଏଠାରେ ବିଶ୍ୱର ପ୍ରଥମ ସାଧାରଣ ଡିଜିଟାଲ୍‌ କମ୍ପ୍ୟୁଟର ‘ଏନିଆକ’ରେ ସାଧାରଣ ମିଶାଣ ସହିତ ଆରମ୍ଭ ହୋଇଥିଲା ଯାହା ଆଜି କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ‘ଚାଟ ଜିପିଟି’ ନାମରେ ପ୍ରସିଦ୍ଧିଲାଭ କରିଛି। କୃତ୍ରିମ ବୁଦ୍ଧିମତ୍ତା ଶବ୍ଦଟି ୧୯୫୬ରେ ଡାର୍ଟମାଉଥ ସମ୍ମିଳନୀରେ ମ୍ୟାକ କାର୍ଥୀଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ପରେ ୧୯୮୦ରେ ସିନ୍ଥେଟିକ ବୁଦ୍ଧିମତ୍ତା ଭାବରେ ଦାର୍ଶନିକ ଜୋନ ହୁଗଲ୍ୟାଣ୍ଡଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା।
କୃତ୍ରିମ ବୁଦ୍ଧିମତ୍ତା ଭନ୍‌ ନିଉମାନ ଆରକିଟେକଚର ମାଧ୍ୟମରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ‘ସିନ୍ଥେଟିକ ବୁଦ୍ଧିମତ୍ତା’ ନ୍ୟୁରୋ ମରଫିକ ଚିପ ଏବଂ ଜୈବିକ ତଥ୍ୟ ଆଧାରରେ ନିଜର କ୍ରିୟାଶୀଳତା ପ୍ରତିପାଦନ କରିଥାଏ ।
ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଥିବା କୋରଟିକାଲ ଲାବୋରେଟୋରିରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମୂଷାଙ୍କ ଠାରୁ ୮,୦୦,୦୦୦ ଜୀବନ୍ତ ନ୍ୟୁରାନ କୋଷ ଏବଂ ମାନବ କୋଷଗୁଡିକୁ ଗୋଟିଏ କ୍ଷୁଦ୍ର ନେଟୱର୍କ ମାଧ୍ୟମରେ କମ୍ପ୍ୟୁଟର ସହିତ ସଂଯୋଗ କରାଯାଇଥିଲା ଏବଂ ବୈଦ୍ୟୁତିକ ସଙ୍କେତ ମାଧ୍ୟମରେ ମାତ୍ର ଅଳ୍ପ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସଫଳ ହୋଇଥିଲେ। ସମ୍ପୂର୍ଣ୍ଣ ଗବେଷଣାକୁ ସେଠାକାର ମୁଖ୍ୟ ବୈଜ୍ଞାନିକ ବ୍ରିଟ କଗନ ‘ସିନ୍ଥେଟିକ ଜୈବ ବୁଦ୍ଧିମତ୍ତା’ ନାମରେ ନାମକରଣ କରିଥିଲେ ଯାହା ସ୍ବାସ୍ଥ୍ୟ ଚିକିତ୍ସା ପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା। ତାଙ୍କ ମତରେ ସ୍ବାସ୍ଥ୍ୟ ସେବାରେ ଜୈବିକ ଅନ୍ତର୍ଦୃଷ୍ଟି ଓ କମ୍ପ୍ୟୁଟରର ମିଳିତ ସହଯୋଗରେ ଦ୍ରୁତ ଗତିରେ ଚିକିତ୍ସା ସେବାର ଉନ୍ନତୀକରଣ ସମ୍ଭବ ହୋଇପାରିବ। ପର୍ଯ୍ୟାୟକ୍ରମେ ଡାକ୍ତରୀ ଶିକ୍ଷାରେ ରୋଗ ଚିହ୍ନଟ ଓ ବିଶ୍ଳେଷଣଠାରୁ ଆରମ୍ଭ କରି ରୋଗୀଙ୍କ ପୂର୍ବାନୁମାନ କରିବା ପର୍ଯ୍ୟନ୍ତ ଏହି ସିଷ୍ଟମଗୁଡ଼ିକ ମଣିଷ ପାଇଁ ତଥ୍ୟ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସହାୟତା ଦେବାରେ ସମର୍ଥ ହେବ।
ବିଶ୍ୱରେ ଏବେ କୃତ୍ରିମ ବୁଦ୍ଧିମତ୍ତା ଗୋଟିଏ ବୈପ୍ଳବିକ ପ୍ରଯୁକ୍ତି ବିଦ୍ୟା ଭାବରେ ପରିଚିତ। କିନ୍ତୁ ସିନ୍ଥେଟିକ୍‌ ବୁଦ୍ଧିମତ୍ତା ମଣିଷର ବୁଦ୍ଧିମତ୍ତାକୁ ପ୍ରତିସ୍ଥାପନ କରେନାହିଁ ବରଂ ତାହାକୁ ବିସ୍ତାରିତ ଓ ସଶକ୍ତ କରେ। ଏହା ମଣିଷର ସୃଜନଶୀଳତା, ଭାବନା, ନୈତିକତା ଓ ଯନ୍ତ୍ରର ଗଣନା କ୍ଷମତାକୁ ଏକତ୍ର କରି ଗୋଟିଏ ନୂଆ ବୁଦ୍ଧିମତ୍ତାର ବଳୟ ସୃଷ୍ଟି କରେ। କୃତ୍ରିମ ବୁଦ୍ଧିମତ୍ତା ଭାଷାରେ ‘ମୁଁ ମଣିଷ ପରି ଚିନ୍ତା କରିବି’ କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତା ଭାଷାରେ ‘ମୁଁ ମଣିଷ ସହ ମିଶି ଅଧିକ ଭଲ ଚିନ୍ତା କରିବି’।
ଏବେ କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନେକ ଆଶଙ୍କା ରହିଛି। ଚାକିରି ହରାଇବାର ଭୟ। ଭୁଲ୍‌ ତଥ୍ୟର ପ୍ରଚାର। ଡିପଫେକ ଓ ସାଇବର ଅପରାଧ। ନିରୀକ୍ଷଣ ଓ ବ୍ୟକ୍ତିଗତ ସ୍ବାଧୀନତାର ସଙ୍କଟ। ସ୍ବୟଂଚାଳିତ ଅସ୍ତ୍ର ବ୍ୟବସ୍ଥା। ଯଦି କୃତ୍ରିମ ବୁଦ୍ଧିମତ୍ତା ମଣିଷର ନିୟନ୍ତ୍ରଣରୁ ବାହାରକୁ ଯାଏ, ତେବେ ଏହା ସାମାଜିକ ଆହ୍ବାନ ସୃଷ୍ଟି କରିପାରେ। କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତା ଏହି ଭୟକୁ କମାଇପାରେ, କାରଣ ଏଥିରେ ମଣିଷ ସବୁବେଳେ ସିଦ୍ଧାନ୍ତ ଗ୍ରହଣର କେନ୍ଦ୍ରରେ ରହିଥାଏ। ଧରନ୍ତୁ ଜଣେ ରୋଗୀଙ୍କ ଚିକିତ୍ସା କରିବାକୁ ହେବ। କୃତ୍ରିମ ବୁଦ୍ଧିମତ୍ତା ରିପୋର୍ଟ ବିଶ୍ଳେଷଣ କରି ରୋଗ ଚିହ୍ନଟ କରିପାରିବ। କିନ୍ତୁ ରୋଗୀର ମାନସିକ ସ୍ଥିତି,ପାରିବାରିକ ପରିସ୍ଥିତି, ଆର୍ଥିକ ସମସ୍ୟା, ଚିକିତ୍ସାର ମାନବୀୟ ପକ୍ଷ,ଏସବୁକୁ ଜଣେ ଡାକ୍ତର ଭଲଭାବେ ବୁଝିପାରିବେ। ଯନ୍ତ୍ରର ରୋଗ ନିରୂପଣ, ଡାକ୍ତରଙ୍କ ତତ୍କାଳ ସମ୍ବେଦନଶୀଳତା ଓ ରୋଗୀର ପୂର୍ବ ପର ଇତିହାସ ଆଦିର ସମନ୍ବୟ ହେଉଛି ସିନ୍ଥେଟିକ ବୁଦ୍ଧିମତ୍ତା। କୃତ୍ରିମ ବୁଦ୍ଧିମତ୍ତା ଛାତ୍ରୀଛାତ୍ରଙ୍କୁ ଉତ୍ତର ଦେଇପାରେ,ପ୍ରବନ୍ଧ ଲେଖିପାରେ, ଗଣିତ ସମାଧାନ କରିପାରେ। କିନ୍ତୁ ଶିକ୍ଷା କେବଳ ସୂଚନା ନୁହେଁ, ଶିକ୍ଷା ହେଉଛି ଚରିତ୍ର ଗଠନ,ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ, ସହାନୁଭୂତି, ସଂସ୍କୃତି ଓ ମାନବିକତା। ଏହି ମୂଲ୍ୟବୋଧ ଯନ୍ତ୍ର ଶିଖାଇପାରିବ ନାହିଁ। ତେଣୁ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ସିନ୍ଥେଟିକ ବୁଦ୍ଧିମତ୍ତା ଉପରେ ଆଧାରିତ ହେବ, ଯେଉଁଠି ଶିକ୍ଷକ ଓ କୃତ୍ରିମ ବୁଦ୍ଧିମତ୍ତା ଉଭୟେ ମିଶି ଛାତ୍ରୀଛାତ୍ରଙ୍କ ଜୀବନ ଗଢିବାରେ ଯୁଗ୍ମ ଭୂମିକା ଗ୍ରହଣ କରିବେ। ଗଣନାରେ ଯନ୍ତ୍ର ମଣିଷଠାରୁ ଶ୍ରେଷ୍ଠ। କିନ୍ତୁ ଦୟା, କ୍ଷମା, ତ୍ୟାଗ,ସ୍ବପ୍ନ ଦେଖିବା,ଭଲପାଇବା ଆଦି ଅନେକ ଗୁଣରେ ମଣିଷ ଅଦ୍ୱିତୀୟ। ସେଥିପାଇଁ ଭବିଷ୍ୟତର ଲକ୍ଷ୍ୟ ମଣିଷ ଓ ଯନ୍ତ୍ରର ଶକ୍ତିକୁ ଏକତ୍ର କରି ସମାଜର ହିତ ସାଧନ କରିବା। ଯଦି ଭାରତ କୃତ୍ରିମ ବୁଦ୍ଧିମତ୍ତା ଉପରେ ନିର୍ଭର କରେ, ତେବେ ଚାକିରି ଓ ସାମାଜିକ ବୈଷମ୍ୟର ସମସ୍ୟା ବଢ଼ିପାରେ। କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତାର ମଡେଲ୍‌ ଅନୁସରଣ କଲେ,ମଣିଷର ଦକ୍ଷତା ବଢ଼ିବ, ଚାକିରିର ନୂଆ କ୍ଷେତ୍ର ସୃଷ୍ଟି ହେବ, ଗବେଷଣା ଓ ଉଦ୍ଭାବନ ବଢ଼ିବ, ମାନବିକ ମୂଲ୍ୟବୋଧ ସୁରକ୍ଷିତ ରହିବ। ଭବିଷ୍ୟତର ପୃଥିବୀ ସେହି ଦେଶଗୁଡ଼ିକର ହେବ, ଯେଉଁମାନେ ମଣିଷଙ୍କୁ ଅଧିକ କାର୍ଯ୍ୟର ମାର୍ଗ ଦର୍ଶାଇବାକୁ ସମର୍ଥ ହେବେ।
ସିନ୍ଥେଟିକ ବୁଦ୍ଧିମତ୍ତା ହେଉଛି ମଣିଷର ହୃଦୟ ଓ ଯନ୍ତ୍ରର ମସ୍ତିଷ୍କର ଗୋଟିଏ ସୃଜନଶୀଳ ମିଳନ। ଏହି ମିଳନ ହିଁ ଭବିଷ୍ୟତର ସଭ୍ୟତାକୁ ଅଧିକ ବୁଦ୍ଧିମାନ, ଅଧିକ ନ୍ୟାୟପୂର୍ଣ୍ଣ ଓ ଅଧିକ ମାନବୀୟ କରିପାରିବ।

ଡ.ବିମଳ ଷଡ଼ଙ୍ଗୀ
ମୋ: ୯୪୩୭୧୨୩୮୯୨

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?