ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି ଖ୍ରୀ.ପୂ. ୩୫୦୦ ରୁ ୪୦୦୦ ବର୍ଷ ପୂର୍ବେ ମେସୋପଟାମିଆ ଅଞ୍ଚଳର ଚକର ଆବିଷ୍କାର। ତେବେ ମଣିଷ ଚକ ଉଦ୍ଭାବନ କରି ଯେପରି ସଭ୍ୟତାର ଗତି ବଦଳାଇଥିଲା, ସେହିପରି ଆଜି ‘ସିନ୍ଥେଟିକ ବୁଦ୍ଧିମତ୍ତା’ ମଣିଷର ଚିନ୍ତା, କାର୍ଯ୍ୟ ଓ ଭବିଷ୍ୟତକୁ ପୁନର୍ଗଠନ କରିବାକୁ ଯାଉଛି। ସାଧାରଣତଃ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (୍ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଗୋଟିଏ ତଥ୍ୟ ପ୍ରଦାନକରେ। କିନ୍ତୁ ସିନ୍ଥେଟିକ ଇଣ୍ଟେଲିଜେନ୍ସ (ଏସଆଇ) ବା ସିନ୍ଥେଟିକ ବୁଦ୍ଧିମତ୍ତାର ମୂଳ ଧାରଣା ହେଉଛି,ମଣିଷର ବୁଦ୍ଧିକୁ ଅନୁକରଣ ନୁହେଁ, ବରଂ ତାହାକୁ ବିସ୍ତାର କରିବା ଏବଂ ଶିଖିଥିବା ତଥ୍ୟକୁ ମଣିଷର ବ୍ୟବହାରିକ ଜ୍ଞାନ ସହିତ ମିଶାଇ ନୂଆ ଧାରଣା ସୃଷ୍ଟି କରିବା।
ସିନ୍ଥେଟିକ ବୁଦ୍ଧିମତ୍ତା ବିପ୍ଳବ କେବଳ ଏକ ପ୍ରଯୁକ୍ତିଗତ ପରିବର୍ତ୍ତନ ନୁହେଁ; ଏହା ମାନବ ସଭ୍ୟତାର ଚିନ୍ତାଧାରା, ଜୀବନଶୈଳୀ ଓ ମୂଲ୍ୟବୋଧର ଏକ ବୃହତ ପରିବର୍ତ୍ତନ। ସିନ୍ଥେଟିକ ବୁଦ୍ଧିମତ୍ତା ବିପ୍ଳବ ୧୯୪୬ରେ ମେଲବୋର୍ଣ୍ଣର ୟୁନିଭର୍ସିଟି ଅଫ୍‌ ପେନସିଲଭାନିଆରେ ଆରମ୍ଭ ହୋଇଥିଲା। ଏଠାରେ ବିଶ୍ୱର ପ୍ରଥମ ସାଧାରଣ ଡିଜିଟାଲ୍‌ କମ୍ପ୍ୟୁଟର ‘ଏନିଆକ’ରେ ସାଧାରଣ ମିଶାଣ ସହିତ ଆରମ୍ଭ ହୋଇଥିଲା ଯାହା ଆଜି କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ‘ଚାଟ ଜିପିଟି’ ନାମରେ ପ୍ରସିଦ୍ଧିଲାଭ କରିଛି। କୃତ୍ରିମ ବୁଦ୍ଧିମତ୍ତା ଶବ୍ଦଟି ୧୯୫୬ରେ ଡାର୍ଟମାଉଥ ସମ୍ମିଳନୀରେ ମ୍ୟାକ କାର୍ଥୀଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏବଂ ପରେ ୧୯୮୦ରେ ସିନ୍ଥେଟିକ ବୁଦ୍ଧିମତ୍ତା ଭାବରେ ଦାର୍ଶନିକ ଜୋନ ହୁଗଲ୍ୟାଣ୍ଡଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା।
କୃତ୍ରିମ ବୁଦ୍ଧିମତ୍ତା ଭନ୍‌ ନିଉମାନ ଆରକିଟେକଚର ମାଧ୍ୟମରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ‘ସିନ୍ଥେଟିକ ବୁଦ୍ଧିମତ୍ତା’ ନ୍ୟୁରୋ ମରଫିକ ଚିପ ଏବଂ ଜୈବିକ ତଥ୍ୟ ଆଧାରରେ ନିଜର କ୍ରିୟାଶୀଳତା ପ୍ରତିପାଦନ କରିଥାଏ ।
ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଥିବା କୋରଟିକାଲ ଲାବୋରେଟୋରିରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମୂଷାଙ୍କ ଠାରୁ ୮,୦୦,୦୦୦ ଜୀବନ୍ତ ନ୍ୟୁରାନ କୋଷ ଏବଂ ମାନବ କୋଷଗୁଡିକୁ ଗୋଟିଏ କ୍ଷୁଦ୍ର ନେଟୱର୍କ ମାଧ୍ୟମରେ କମ୍ପ୍ୟୁଟର ସହିତ ସଂଯୋଗ କରାଯାଇଥିଲା ଏବଂ ବୈଦ୍ୟୁତିକ ସଙ୍କେତ ମାଧ୍ୟମରେ ମାତ୍ର ଅଳ୍ପ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସଫଳ ହୋଇଥିଲେ। ସମ୍ପୂର୍ଣ୍ଣ ଗବେଷଣାକୁ ସେଠାକାର ମୁଖ୍ୟ ବୈଜ୍ଞାନିକ ବ୍ରିଟ କଗନ ‘ସିନ୍ଥେଟିକ ଜୈବ ବୁଦ୍ଧିମତ୍ତା’ ନାମରେ ନାମକରଣ କରିଥିଲେ ଯାହା ସ୍ବାସ୍ଥ୍ୟ ଚିକିତ୍ସା ପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା। ତାଙ୍କ ମତରେ ସ୍ବାସ୍ଥ୍ୟ ସେବାରେ ଜୈବିକ ଅନ୍ତର୍ଦୃଷ୍ଟି ଓ କମ୍ପ୍ୟୁଟରର ମିଳିତ ସହଯୋଗରେ ଦ୍ରୁତ ଗତିରେ ଚିକିତ୍ସା ସେବାର ଉନ୍ନତୀକରଣ ସମ୍ଭବ ହୋଇପାରିବ। ପର୍ଯ୍ୟାୟକ୍ରମେ ଡାକ୍ତରୀ ଶିକ୍ଷାରେ ରୋଗ ଚିହ୍ନଟ ଓ ବିଶ୍ଳେଷଣଠାରୁ ଆରମ୍ଭ କରି ରୋଗୀଙ୍କ ପୂର୍ବାନୁମାନ କରିବା ପର୍ଯ୍ୟନ୍ତ ଏହି ସିଷ୍ଟମଗୁଡ଼ିକ ମଣିଷ ପାଇଁ ତଥ୍ୟ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ସହାୟତା ଦେବାରେ ସମର୍ଥ ହେବ।
ବିଶ୍ୱରେ ଏବେ କୃତ୍ରିମ ବୁଦ୍ଧିମତ୍ତା ଗୋଟିଏ ବୈପ୍ଳବିକ ପ୍ରଯୁକ୍ତି ବିଦ୍ୟା ଭାବରେ ପରିଚିତ। କିନ୍ତୁ ସିନ୍ଥେଟିକ୍‌ ବୁଦ୍ଧିମତ୍ତା ମଣିଷର ବୁଦ୍ଧିମତ୍ତାକୁ ପ୍ରତିସ୍ଥାପନ କରେନାହିଁ ବରଂ ତାହାକୁ ବିସ୍ତାରିତ ଓ ସଶକ୍ତ କରେ। ଏହା ମଣିଷର ସୃଜନଶୀଳତା, ଭାବନା, ନୈତିକତା ଓ ଯନ୍ତ୍ରର ଗଣନା କ୍ଷମତାକୁ ଏକତ୍ର କରି ଗୋଟିଏ ନୂଆ ବୁଦ୍ଧିମତ୍ତାର ବଳୟ ସୃଷ୍ଟି କରେ। କୃତ୍ରିମ ବୁଦ୍ଧିମତ୍ତା ଭାଷାରେ ‘ମୁଁ ମଣିଷ ପରି ଚିନ୍ତା କରିବି’ କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତା ଭାଷାରେ ‘ମୁଁ ମଣିଷ ସହ ମିଶି ଅଧିକ ଭଲ ଚିନ୍ତା କରିବି’।
ଏବେ କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନେକ ଆଶଙ୍କା ରହିଛି। ଚାକିରି ହରାଇବାର ଭୟ। ଭୁଲ୍‌ ତଥ୍ୟର ପ୍ରଚାର। ଡିପଫେକ ଓ ସାଇବର ଅପରାଧ। ନିରୀକ୍ଷଣ ଓ ବ୍ୟକ୍ତିଗତ ସ୍ବାଧୀନତାର ସଙ୍କଟ। ସ୍ବୟଂଚାଳିତ ଅସ୍ତ୍ର ବ୍ୟବସ୍ଥା। ଯଦି କୃତ୍ରିମ ବୁଦ୍ଧିମତ୍ତା ମଣିଷର ନିୟନ୍ତ୍ରଣରୁ ବାହାରକୁ ଯାଏ, ତେବେ ଏହା ସାମାଜିକ ଆହ୍ବାନ ସୃଷ୍ଟି କରିପାରେ। କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତା ଏହି ଭୟକୁ କମାଇପାରେ, କାରଣ ଏଥିରେ ମଣିଷ ସବୁବେଳେ ସିଦ୍ଧାନ୍ତ ଗ୍ରହଣର କେନ୍ଦ୍ରରେ ରହିଥାଏ। ଧରନ୍ତୁ ଜଣେ ରୋଗୀଙ୍କ ଚିକିତ୍ସା କରିବାକୁ ହେବ। କୃତ୍ରିମ ବୁଦ୍ଧିମତ୍ତା ରିପୋର୍ଟ ବିଶ୍ଳେଷଣ କରି ରୋଗ ଚିହ୍ନଟ କରିପାରିବ। କିନ୍ତୁ ରୋଗୀର ମାନସିକ ସ୍ଥିତି,ପାରିବାରିକ ପରିସ୍ଥିତି, ଆର୍ଥିକ ସମସ୍ୟା, ଚିକିତ୍ସାର ମାନବୀୟ ପକ୍ଷ,ଏସବୁକୁ ଜଣେ ଡାକ୍ତର ଭଲଭାବେ ବୁଝିପାରିବେ। ଯନ୍ତ୍ରର ରୋଗ ନିରୂପଣ, ଡାକ୍ତରଙ୍କ ତତ୍କାଳ ସମ୍ବେଦନଶୀଳତା ଓ ରୋଗୀର ପୂର୍ବ ପର ଇତିହାସ ଆଦିର ସମନ୍ବୟ ହେଉଛି ସିନ୍ଥେଟିକ ବୁଦ୍ଧିମତ୍ତା। କୃତ୍ରିମ ବୁଦ୍ଧିମତ୍ତା ଛାତ୍ରୀଛାତ୍ରଙ୍କୁ ଉତ୍ତର ଦେଇପାରେ,ପ୍ରବନ୍ଧ ଲେଖିପାରେ, ଗଣିତ ସମାଧାନ କରିପାରେ। କିନ୍ତୁ ଶିକ୍ଷା କେବଳ ସୂଚନା ନୁହେଁ, ଶିକ୍ଷା ହେଉଛି ଚରିତ୍ର ଗଠନ,ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ, ସହାନୁଭୂତି, ସଂସ୍କୃତି ଓ ମାନବିକତା। ଏହି ମୂଲ୍ୟବୋଧ ଯନ୍ତ୍ର ଶିଖାଇପାରିବ ନାହିଁ। ତେଣୁ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ସିନ୍ଥେଟିକ ବୁଦ୍ଧିମତ୍ତା ଉପରେ ଆଧାରିତ ହେବ, ଯେଉଁଠି ଶିକ୍ଷକ ଓ କୃତ୍ରିମ ବୁଦ୍ଧିମତ୍ତା ଉଭୟେ ମିଶି ଛାତ୍ରୀଛାତ୍ରଙ୍କ ଜୀବନ ଗଢିବାରେ ଯୁଗ୍ମ ଭୂମିକା ଗ୍ରହଣ କରିବେ। ଗଣନାରେ ଯନ୍ତ୍ର ମଣିଷଠାରୁ ଶ୍ରେଷ୍ଠ। କିନ୍ତୁ ଦୟା, କ୍ଷମା, ତ୍ୟାଗ,ସ୍ବପ୍ନ ଦେଖିବା,ଭଲପାଇବା ଆଦି ଅନେକ ଗୁଣରେ ମଣିଷ ଅଦ୍ୱିତୀୟ। ସେଥିପାଇଁ ଭବିଷ୍ୟତର ଲକ୍ଷ୍ୟ ମଣିଷ ଓ ଯନ୍ତ୍ରର ଶକ୍ତିକୁ ଏକତ୍ର କରି ସମାଜର ହିତ ସାଧନ କରିବା। ଯଦି ଭାରତ କୃତ୍ରିମ ବୁଦ୍ଧିମତ୍ତା ଉପରେ ନିର୍ଭର କରେ, ତେବେ ଚାକିରି ଓ ସାମାଜିକ ବୈଷମ୍ୟର ସମସ୍ୟା ବଢ଼ିପାରେ। କିନ୍ତୁ ସିନ୍ଥେଟିକ ବୁଦ୍ଧିମତ୍ତାର ମଡେଲ୍‌ ଅନୁସରଣ କଲେ,ମଣିଷର ଦକ୍ଷତା ବଢ଼ିବ, ଚାକିରିର ନୂଆ କ୍ଷେତ୍ର ସୃଷ୍ଟି ହେବ, ଗବେଷଣା ଓ ଉଦ୍ଭାବନ ବଢ଼ିବ, ମାନବିକ ମୂଲ୍ୟବୋଧ ସୁରକ୍ଷିତ ରହିବ। ଭବିଷ୍ୟତର ପୃଥିବୀ ସେହି ଦେଶଗୁଡ଼ିକର ହେବ, ଯେଉଁମାନେ ମଣିଷଙ୍କୁ ଅଧିକ କାର୍ଯ୍ୟର ମାର୍ଗ ଦର୍ଶାଇବାକୁ ସମର୍ଥ ହେବେ।
ସିନ୍ଥେଟିକ ବୁଦ୍ଧିମତ୍ତା ହେଉଛି ମଣିଷର ହୃଦୟ ଓ ଯନ୍ତ୍ରର ମସ୍ତିଷ୍କର ଗୋଟିଏ ସୃଜନଶୀଳ ମିଳନ। ଏହି ମିଳନ ହିଁ ଭବିଷ୍ୟତର ସଭ୍ୟତାକୁ ଅଧିକ ବୁଦ୍ଧିମାନ, ଅଧିକ ନ୍ୟାୟପୂର୍ଣ୍ଣ ଓ ଅଧିକ ମାନବୀୟ କରିପାରିବ।

ଡ.ବିମଳ ଷଡ଼ଙ୍ଗୀ
ମୋ: ୯୪୩୭୧୨୩୮୯୨

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri