ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବର୍ଷା ଋତୁରେ ମଧ୍ୟ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାରୁ ଆଗାମୀ ପର୍ଯ୍ୟଟନ ଋତୁରେ, ବିଶେଷକରି ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ, ଅଧିକ ଭିଡ଼ ହେବା ନେଇ ଆଶା କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗୁରୁବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହରେ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ୨୮ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷା ତଥା ବାଲିଗୁଡ଼ା ଉପଜିଲାପାଳ ପ୍ରଣତୀ ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଟ୍ରଷ୍ଟର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ତହସିଲଦାର ଧୀରଜ ପାତ୍ର ଓ ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସଦସ୍ୟ ପତିତପାବନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭପ୍ରଦ ଶାସମଲ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ।

ବୈଠକରେ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶକୁ ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ନୂଆ ପର୍ଯ୍ୟଟନ ଆକର୍ଷଣ ସୃଷ୍ଟି କରିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ରୂପାନ୍ତରଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପଠାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

ଦାରିଙ୍ଗବାଡ଼ି ସହରର ସୌନ୍ଦର୍ଯ୍ୟକରଣ, ୱାଲ ପେଣ୍ଟିଂ, ଦୋକାନ ଓ ବାସଗୃହକୁ ସମାନ ରଙ୍ଗରେ ରଙ୍ଗାଇବା ସହ ସମସ୍ତ ସାଇନ୍ବୋର୍ଡକୁ ଏକାଧାରରେ ସମାନ ଡିଜାଇନ୍ରେ ପ୍ରସ୍ତୁତ କରିବାକୁ ବଣିକ ସଂଘ ଓ ହୋଟେଲ ସଂଘକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହା ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ସେହିପରି ଦାରିଙ୍ଗବାଡ଼ିରେ ଚୋରି, ଡକାୟତି ଭଳି ଅପରାଧିକ ଘଟଣା ରୋକିବା ଓ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସହରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ବଣିକ ସଂଘ, ହୋଟେଲ ସଂଘ ଓ ପ୍ରଶାସନର ମିଳିତ ଉଦ୍ୟମରେ ଅକ୍ଟୋବର ମାସ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି।

ଦୁର୍ଘଟଣା ରୋକିବା ପାଇଁ ରାସ୍ତାକଡ଼ରେ ପୁନର୍ବାର ଉଠାଦୋକାନ ଖୋଲିଥିବା ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରିବା ସହ ଜବରଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳ ଆଇଆଇସି ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହିଲଭିୟୁ ପାର୍କରୁ ଡବେରୀ, ଚାରିଛକରୁ କଫି ବଗିଚା ଓ ସନସେଟ ପଏଣ୍ଟ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ସରପଞ୍ଚ ଦୀପକ ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଦାରିଙ୍ଗବାଡ଼ିର ସୱଚ୍ଛତା ବ୍ୟବସ୍ଥା ସୁଦୃଢ଼ କରିବା ସହ ପଞ୍ଚାୟତ ପକ୍ଷରୁ ର୍ନିମିତ ଦୋକାନ ଗୃହଗୁଡ଼ିକର ତାଲିକା ପ୍ରସ୍ତୁତ କରି ମାସିକ ଭଡ଼ା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ସରପଞ୍ଚଙ୍କୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭେଣ୍ଡିଂ ଜୋନ୍‌ରେ ଦୀର୍ଘଦିନ ଧରି ଦୋକାନ ଗୃହ ନେଇ ବ୍ୟବସାୟ କରୁ ନ ଥିବା ଓ ତାଲା ପକାଇ ରଖିଥିବା ବ୍ୟବସାୟୀଙ୍କ ଚୁକ୍ତିନାମା ବାତିଲ କରି ନିୟମିତ ବ୍ୟବସାୟ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଦୋକାନ ଗୃହ ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ ଓ ଦୁର୍ଘଟଣା ରୋକିବା ପାଇଁ ହିଲଭିୟୁ ପାର୍କ, ଇଲେକ୍ଟ୍ରି ଛକ ଓ କଫି ବଗିଚା ନିକଟରେ ପୋଲିସ ଷ୍ଟପ ପୋଷ୍ଟ ସ୍ଥାପନ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏଥିସହ କିସୁବାଡ଼ି ଜଳପ୍ରପାତକୁ ପକ୍କା ରାସ୍ତା ନିର୍ମାଣ, ମିଡିୟୁବାନ୍ଦା ଜଳପ୍ରପାତ, କିରିକୁଟି ଲଭର୍ସ ପଏଣ୍ଟ, ହିଲଭିୟୁ ପାର୍କ ଓ କଫି ବଗିଚା ଆଦି ପର୍ଯ୍ୟଟନସ୍ଥଳୀର ବିକାଶ ଓ ରୂପାନ୍ତରଣ ପାଇଁ ନିଷ୍ପତ୍ତି ହୋଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରଥମ ପର୍ଯ୍ୟାୟରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ପୂର୍ବରୁ ପର୍ଯ୍ୟଟନସ୍ଥଳୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ଭେଣ୍ଡରଙ୍କ ମାଧ୍ୟମରେ ଥଇଥାନ କରାଯିବା ସହ ବକେୟା ରାଶି ଶୀଘ୍ର ପ୍ରଦାନ ପାଇଁ ଆଲୋଚନା ହୋଇଥିଲା।

ଦାରିଙ୍ଗବାଡ଼ିକୁ ଅଧିକ ସୁନ୍ଦର, ସୁରକ୍ଷିତ ଓ ପର୍ଯ୍ୟଟକ ଅନୁକୂଳ କରିବା ଦିଗରେ ଏହି ବୈଠକର ନିଷ୍ପତ୍ତିଗୁଡ଼ିକ ଆଗାମୀ ଦିନରେ କେତେଦୂର ପ୍ରଭାବଶାଳୀ ହେବ, ତାହା ଉପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri