ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଏମିତି କହିଦେଲେ ନବୀନ, ସବୁଠି ଚାଲିଛି ଚର୍ଚ୍ଚା

ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ପ୍ରତ୍ୟେକ ବିକଶିତ ରାଷ୍ଟ୍ର ପାଇଁ ଉନ୍ନତ ଶିକ୍ଷା ବ୍ୟବସ୍ଥା ହିଁ ଜରୁରୀ। ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ଏକ ସ୍ବଚ୍ଛ, ବିଶ୍ୱସନୀୟ ପରୀକ୍ଷା ପ୍ରକ୍ରିୟା ଉପରେ ଏହା ନିର୍ଭର କରେ। ଭାରତ ମଧ୍ୟ ତା’ର ଶିକ୍ଷା ବ୍ୟବସ୍ଥା ଯୋଗୁ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ କରିବାରେ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଏବଂ ଉଦ୍ଭାବକଙ୍କ ଭୂମିକା ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ଏବେ ଛାତ୍ରୀଛାତ୍ରଙ୍କ ବିଶ୍ୱାସ ତୁଟୁଛି ବୋଲି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ରବିବାର ନବୀନ କହିଛନ୍ତି, ଭାରତରେ କୋଟି କୋଟି ପିଲାଙ୍କ ପାଇଁ ଶିକ୍ଷା ଏକ ଉଜ୍ଜ୍ୱଳ ଭବିଷ୍ୟତର ଏକମାତ୍ର ପଥ। କିନ୍ତୁ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଛାତ୍ରୀଛାତ୍ରଙ୍କ ବିଶ୍ୱାସ କମିଯାଉଛି। ଏହା କେବଳ ଗୋଟିଏ ପରୀକ୍ଷାରେ ବିଫଳ ହେବାର ପ୍ରସଙ୍ଗ ନୁହେଁ, ବରଂ ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଭିତ୍ତି ଉପରେ ଆସ୍ଥାକୁ ଦୁର୍ବଳ କରିଦେଇଛି। ଏହା ମେଧାବୀଙ୍କୁ ଏକ ବାର୍ତ୍ତା ଦେଉଛି, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ଏହା ସେମାନଙ୍କର ଦାରିଦ୍ର୍ୟରୁ ବାହାରିବାର ଏକମାତ୍ର ସୁଯୋଗକୁ ମଧ୍ୟ ଛଡ଼ାଇ ନେଉଛି। ଯେଉଁ ଦେଶ ନିଜର ପରୀକ୍ଷା ପ୍ରଣାଳୀର ସତ୍ୟନିଷ୍ଠ ସହିତ ବୁଝାମଣା କରେ, ସେ ନିଜର ଭବିଷ୍ୟତ ସହିତ ମଧ୍ୟ ବୁଝାମଣା କରେ। ଦେଶର କୋଟି କୋଟି ଛାତ୍ରୀଛାତ୍ରଙ୍କ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉଠାଯିବା ଉଚିତ। ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଏହା ଉପରେ ଗଭୀର ଆଲୋଚନା ହେବାର ଆବଶ୍ୟକତା ରହିଛି, ଯଦ୍ଦ୍ବାରା ଏଭଳି ସଂସ୍କାର ଆସିିବା ଦରକାର; ଯାହା ଯୋଗୁ ପ୍ରଶ୍ନପତ୍ର ଲିକ୍‌, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଏବଂ ବ୍ୟବସ୍ଥାଗତ ବିଫଳତାର ପୁନରାବୃତ୍ତି ଆଉ କେବେ ନ ହେବ। ଏହି ବିଶ୍ୱାସଭଙ୍ଗ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।
ସେ କହିଛନ୍ତି, ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ସରକାରଙ୍କୁ ଅନୁରୋଧ କରୁଛି, ଗତ କିଛିଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଛାତ୍ରୀଛାତ୍ରଙ୍କ ସହ ଏକ ଅର୍ଥପୂର୍ଣ୍ଣ ଆଲୋଚନା ଆରମ୍ଭ କରନ୍ତୁ। ସେମାନଙ୍କୁ ନିଜ ମତ ରଖିବା ପାଇଁ ଏକ ମଞ୍ଚ ଦିଆଯାଉ। ଏକ ସୁସ୍ଥ ଲୋକତନ୍ତ୍ର ନୀରବତା ନୁହେଁ, ବରଂ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ିପାରିବ। ଯେତେବେଳେ ଏହି ଆଲୋଚନା ଦେଶର ଯୁବପିଢ଼ି ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଦେଶର ଯୁବପିଢ଼ି ଆମଠାରୁ ନେତୃତ୍ୱର ଆଶା ରଖିଛନ୍ତି। ଆମେ ସେମାନଙ୍କର ସେହି ବିଶ୍ୱାସକୁ ଭାଙ୍ଗିପାରିବୁ ନାହିଁ।
ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଯୁବପିଢ଼ିଙ୍କ ସହ ସରକାରଙ୍କ ସକାରାତ୍ମକ ଓ ଖୋଲାମନର ଆଲୋଚନା ହେଉଛି ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଇଥିବା ନେତୃତ୍ୱ ଉପରେ ପୁଣିଥରେ ବିଶ୍ୱାସ ଫେରାଇ ଆଣିବ। ବିଜେଡି ଦେଶର ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ସହ ସଦାସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇ ରହିଛି ବୋଲି ନବୀନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri