ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି। ଅନେକ ସ୍ଥାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଛି। ଫଳରେ ଏଠାରେ ସଡ଼କ ଦୁର୍ଘଟଣା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ପୂର୍ବରୁ ଏହି ବିପଦସଙ୍କୁଳ ଫୋରଲୋନ୍‌ ରାଜପଥ ଅନେକ ଲୋକଙ୍କ ଜୀବନ ନେଇ ସାରଛି। ଏହାସତ୍ତ୍ୱେ ଏଥିପ୍ରତି ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇ ଥିବାବେଳେ ଆନ୍ଦୋଳନ ମୁଣ୍ଡ ଟେକି ବସିଛି।
ସୂଚନା ଅନୁଯାୟୀ, ଏହି ରାଜପଥର ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ଦୀର୍ଘ ୮୮କି.ମି ରାସ୍ତା ଫୋରଲେନ୍‌ ହୋଇଛି। ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକଠାରୁ ଟୋଲଟ୍ୟାକ୍ସ ଅସୁଲି ପାଇଁ ସହର ଉପକଣ୍ଠ ବରାହଗୋଡ଼ାଠାରେ ଏକ ଟୋଲପ୍ଲାଜା ମଧ୍ୟ ନିର୍ମିତ ହୋଇଛି। ରାଜପଥ ଫୋରଲେନ୍‌ ହେବା ପରେ ପୂର୍ବଭଳି ଆଉ ଲୋକେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ରାସ୍ତା ନିର୍ମାଣରେ ବିଭିନ୍ନ ତୃଟି ସାଙ୍ଗକୁ ରକ୍ଷଣାବେକ୍ଷଣ ପ୍ରତି ଅଣଦେଖା କରାଯାଉଥିବା ଯୋଗୁ ଏହି ରାଜପଥରେ ନିୟମିତ ଲୋକେ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ରାଜପଥର ବରଗଡ଼ଠାରୁ ଆରମ୍ଭ କରି ବରାହଗୋଡ଼ା, ଦେବାହାଲ, ରେଙ୍ଗାଲିକ୍ୟାମ୍ପ, ଅଇଁଠାପାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ସେହିପରି ବରଗଡ଼ ହଲଦୀପାଲି ଛକଠାରୁ ଘୁଲିପାଲି ଛକ ପର୍ଯ୍ୟନ୍ତ ବର୍ଷାଧିକକାଳ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ଆହୁରି ଅନେକ ସ୍ଥାନରେ ଏଭଳି ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇପଡ଼ିଛି। କେବଳ ସେତିକି ନୁହେଁ, ରାଜପଥ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବା ଯୋଗୁ ରାଜପଥର ବର୍ଷାଜଳ ବରାହଗୋଡ଼ା ଭଳି ଅନେକ ପାର୍ଶ୍ୱବର୍ତ୍ତୀ ଗ୍ରାମକୁ ପଶୁଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ମାତ୍ର ତାର ପ୍ରତିକାର ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି।
ତେବେ ଏଠାରେ ଏହି ସମସ୍ୟା ନୂଆଁ ନୁହେଁ। ନିର୍ମାଣ ହେବା ପରଠାରୁ ଏହି ଫୋରଲେନ୍‌ ରାଜପଥ ନିର୍ମାଣରେ ତ୍ରୁଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଥିଲେ। ବାରମ୍ବାର ଜିଲାପାଳଙ୍କୁ ଫେରାଦ ହେବା ପରେ ଖଡ଼ଗପୁର ଆଇଆଇଟିର ଏକ ବୈଷୟିକ ଦଳ ଏଠାକୁ ପହଞ୍ଚି ନିର୍ମାଣ ହୋଇଥିବା ଫୋରଲେନ୍‌ ରାଜପଥକୁ ଅନୁଧ୍ୟାନ କରିଥିଲେ। ବିଭିନ୍ନ ତୃଟି ନିରୀକ୍ଷଣ କରି ତାର ପ୍ରତିକାର ପାଇଁ ସେହି ବୈଷୟିକ ଦଳ ରାସ୍ତା ନିର୍ମାଣକାରୀ ସଂସ୍ଥା ଏବଂ ଏନଏଚଏଆଇକୁ ବିଭିନ୍ନ ପରାମର୍ଶ ଦେଇଥିଲେ। ମାତ୍ର ତାହା ଏପର୍ଯ୍ୟନ୍ତ ସେଭଳି ପରାମର୍ଶରେ ହିଁ ସୀମିତ ରହି ଯାଇଛି। ଏହି ରାସ୍ତାରେ ସଡ଼କ ଦୁର୍ଘଟଣା ସହିତ ମୃତାହତଙ୍କ ସଂଖ୍ୟାବଢ଼ି ଚାଲିଛି। ଅପରପକ୍ଷେ ରାଜପଥର ରକ୍ଷଣାବେକ୍ଷଣକୁ ଅଣଦେଖା କରୁଥିବା ଏନ୍‌ଏଚଏଆଇ ମଧ୍ୟ ବର୍ଷକୁ ବର୍ଷ ଟୋଲଟ୍ୟାକ୍ସ ବୃଦ୍ଧି କରିବାରେ ଲାଗିଛି। ତେବେ ଗୋଟିଏ ପଟେ ଟୋଲଟ୍ୟାକ୍ସ ବୃଦ୍ଧି ସହିତ ଟୋଲପ୍ଲାଜାରେ ତାହା ଆଦାୟ କରିବାରେ ଏନଏଚଏଆଇ ପୂରାଦମ୍‌ରେ ଲାଗି ପଡ଼ିଥିବାବେଳେ ଅନ୍ୟପଟେ ରାଜପଥର ମରାମତି, ଉନ୍ନତିକରଣ, ଅଚଳ ଷ୍ଟ୍ରଟ୍‌ ଲାଇଟ୍‌କୁ କାର୍ଯ୍ୟକ୍ଷମ କରିବା, ବିପଦସଙ୍କୁଳ ସ୍ଥାନରେ ବିହିତ ପଦକ୍ଷେପ ନେବା ଦିଗରେ ନୀରବ ରହିବା ଅଞ୍ଚଳରେ ଅସନ୍ତୋଷର ଦାନା ବାନ୍ଧୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?