Posted inଫୁରସତ

ପ୍ରେମର ପ୍ରତୀକ

କେଉଁଠି କିପରି ପ୍ରେମ ହୋଇଯାଏ ତାହା କାହାକୁ ଜଣା ନଥାଏ । ଏମିତି କେହି ନାହାନ୍ତି ଯାହାଙ୍କୁ ପ୍ରେମ ଛୁଇଁପାରି ନାହିଁ। ତେବେ ପ୍ରେମର ସ୍ବରୂପ ଭିନ୍ନଭିନ୍ନ । ପ୍ରତୀକ ବି ଅନେକ । ସେଥିମଧ୍ୟରେ କେତୋଟି
ପ୍ରତୀକ ସମ୍ପର୍କରେ…

ଗୋଲାପ- ଗୋଲାପ ଫୁଲକୁ ପ୍ରେମର ପତୀକ ବୋଲି କୁହାଯାଏ। ଗୋଲାପର ରଙ୍ଗକୁ ନେଇ କେହି କେହି କୁହନ୍ତି- ଧଳା ପବିତ୍ରତା, ହଳଦିଆ ବନ୍ଧୁତ୍ୱ ଏବଂ ଲାଲ ଗୋଲାପ ପ୍ରେମର ପ୍ରତୀକ। ପୁଣି ଗୋଲାପ ଫୁଲର କଢ଼ିକୁ ପ୍ରେମ ଆଉ ସରଳତାର ପ୍ରତୀକ ବୋଲି କେହି କେହି ବିବେଚନା କରିଥାନ୍ତି। ପ୍ରସ୍ଫୁଟିତ ଗୋଲାପ ବିକଶିତ ପ୍ରେମର ପ୍ରତୀକ। ଫୁଟନ୍ତା ଗୋଲାପ ସହ ଦୁଇଟି କଢ଼ି ରହିଥିଲେ ଏହା ପ୍ରେମର ଗୋପନୀୟତାର ପ୍ରତୀକ।

ପାନ- ପାନକୁ ସାଧାରଣତଃ ଖିଲିପାନ ଭାବେ ବ୍ୟବହାର କରାଯାଇଥାଏ। ଏହାର ଔଷଧୀୟ ଗୁଣ ରହିଛି। ପୁଣି ଶୁଭକାର୍ଯ୍ୟ ଓ କେତେକ ପୂଜାବିଧିରେ ପାନ ଲୋଡ଼ା ପଡ଼େ। ପାନ ସହିତ ଗୋଟାଗୁଆ ଦେବାରେ ବନ୍ଧୁତ୍ୱ ସ୍ଥାପନର ଦୃଢ଼ତା ରହିବାର ବିଶ୍ୱାସ କରାଯାଏ। ତେବେ ପାନ ପତରରେ ତୀର ମରାଯାଇଥିବା ଚିତ୍ରକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ। ଉତ୍ତର ଆମେରିକାରେ ଏମିତି ଏକ ଲୋକକଥା ରହିଛି – ଏଠାକାର ବାସିନ୍ଦାମାନେ ସୁନିଦ୍ରା ଓ ସୁଖଦାମ୍ପତ୍ୟ ଜୀବନପାଇଁ ପାନପତରକୁ ଶଯ୍ୟାର ଏକ ପାଖରେ ରଖିଥାନ୍ତି।

ଫୁଲ ଓ ଭଅଁର- ଅନେକ ପୁରାତନ କାବ୍ୟ କବିତାରେ ଫୁଲ ଓ ଭଅଁରକୁ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। କେବେ ଫୁଲ ଓ ଭଅଁର ଶାଶ୍ୱତ ପ୍ରେମର ଭାବକୁ ପରିପ୍ରକାଶ କରେ ତ ପୁଣି କେବେ ଈଶ୍ୱରୀୟ ଅବଦାନରେ ଯିଏ ଯାହା ପାଇଁ ରହିଛି ବୋଲି କୁହାଯାଇଥାଏ। ସେହିପରି ଫୁଲରେ ବସିଥିବା ପ୍ରଜାପତିକୁ ମଧ୍ୟ ପ୍ରେମର ପ୍ରତୀକଭାବେ ଗ୍ରହଣକରାଯାଇଥାଏ।

ସେଓ- ସେଓ ସାଧାରଣତଃ ରୋଗୀ ଓ ଭୋଗୀ ସମସ୍ତଙ୍କର ପ୍ରିୟ। ଅନ୍ୟପକ୍ଷେ ପ୍ରେମ ଓ ସେଓକୁ ନେଇ କେତେକ ରୋଚକ କାହାଣୀ ରହିଛି । ଗ୍ରୀକ୍‌ ପୌରାଣିକ କଥାବସ୍ତୁ ଅନୁଯାୟୀ ଆଫ୍ରୋଡାଇଟ, ଏଥେନା ଓ ହେରା ଏହି ତିନି ଦେବୀଙ୍କ ମଧ୍ୟରେ କିଏ ସବୁଠୁ ସୁନ୍ଦରୀ ଏହି କଥା ଜାଣିବା ପାଇଁ ମୋର୍ଟାଲ୍‌ ପେଲ୍ୟୁସ୍‌ର ରାଜକୁମାର ପାରିସ୍‌ଙ୍କୁ ଏହାର ସମାଧାନ ପାଇଁ ଡକାଗଲା। ତେବେ ଏହି ତିନିଦେବୀ ରାଜକୁମାରଙ୍କୁ ଭିନ୍ନଭିନ୍ନ ପ୍ରଲୋଭନ ଦେଖାଇଥିଲେ। ଆଫ୍ରୋଡାଇଟ ତାଙ୍କୁ ପ୍ରେମର ପ୍ରଲୋଭନ ଦେଖାଇଥିଲେ। ଆଉ ତାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ହେଲେନ୍‌ଙ୍କୁ ପ୍ରଦାନ କରିଥିଲେ। ଯେକି ଗ୍ରୀକ୍‌ ରାଜା ମେନେଲୌସ୍‌ଙ୍କ ପତ୍ନୀ ଥିଲେ। ଏଥିରେ ଖୁସିହୋଇ ରାଜକୁମାର ତାଙ୍କ ହାତରେ ଏକ ସୁନାର ସେଓ ପ୍ରଦାନ କରିଥିଲେ। ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ଏଠାକାର ଦେବଦେବୀମାନେ ନିୟମିତ ଇଡେନ ଗାର୍ଡେନରୁ ସେଓ ସେବନ କରିଥାନ୍ତି। ପୁଣି ଜରାଜୀଣ୍ଣ ଅବସ୍ଥାକୁ ଦୂରେଇବା ତଥା ଚିରକାଳ ସୁନ୍ଦର ଆଉ ସୁସ୍ଥ ରହିବା ଲାଗି ସେଓକୁ ବ୍ୟବହାର କରିଥାନ୍ତି। ପୁଣି ଚାଇନାରେ ସେଓକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ।

କପୋତ- କପୋତକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଉଥିବା ବେଳେ କେହି କେହି ପ୍ରେମର ପ୍ରତୀକ ରୂପେ ବିବେଚନା କରିଥାନ୍ତି। କପୋତମାନଙ୍କ ମଧ୍ୟରେ ମାଈ ଓ ଅଣ୍ଡିରା କପୋତ ସବୁବେଳେ ଯୋଡ଼ିହୋଇ ରହିବାକୁ ପସନ୍ଦ କରନ୍ତି। ଏମାନେ ପରସ୍ପରକୁ ଖୁବ୍‌ ଭଲପାଆନ୍ତି ଓ ବିଶ୍ୱସ୍ତ ହୋଇଥାନ୍ତି ।

ହଂସ- ହଂସମାନେ ସାଧାରଣତଃ ଯୋଡ଼ିହୋଇ ପହଁରନ୍ତି ଓ ଖାଦ୍ୟସଂଗ୍ରହ କରନ୍ତି। ପୁଣି ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହଂସ ଯୋଡ଼ିହୋଇ ସବୁବେଳେ ପରସ୍ପର ମଧ୍ୟରେ ସମୟ ବିତାଇଥାନ୍ତି। ଏମାନଙ୍କୁ ବି ପ୍ରେମର ପ୍ରତୀକ ଭାବେ ଅନେକେ ଗ୍ରହଣ କରିଥାନ୍ତି।

ହୃଦୟ- ଲାଲରଙ୍ଗର ହୃଦୟର ଚିତ୍ରକୁ ପ୍ରେମର ସଙ୍କେତ ରୂପେ ବ୍ୟବହାର କରାଯାଏ। କୁହାଯାଏ ପ୍ରେମର ସ୍ଥାନ ହୃଦୟରେ। ଏଥିପାଇଁ ହୁଏତ ହୃଦୟକୁ ପ୍ରେମର ପ୍ରତୀକ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri