Posted inଖେଳ

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ମାତ୍ର ୬ ରନରେ ହାଇଦ୍ରାବାଦଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ହାଇଦ୍ରାବାଦ ୪ ପଏଣ୍ଟ ହାସଲ କରିଥିବା ବେଳେ ଓଡ଼ିଶା ହାତ ଖାଲି ରହିଛି।
ଟସ୍‌ ଜିତି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଜବବାରେ ଓଡ଼ିଶା ଗୋବିନ୍ଦ ପୋଦ୍ଦାରଙ୍କ ଅର୍ଦ୍ଧଶତକ ସହାୟତାରେ ୪ ଉଇକେଟ ହରାଇ ୧୪୭ ରନରେ ସୀମିତ ରହି ବିଜୟଠାରୁ ୭ ରନ ଦୂରରେ ରହିଯାଇଥିଲା। ଓଡ଼ିଶା ତରଫରୁ ଅଙ୍କିତ୍‌କର ଜୟସ୍ବାଲ ପଦାର୍ପଣ କରିଥିଲେ। ସେହିପରି ହାଇଦ୍ରାବାଦ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ପ୍ରଜ୍ଞାନ ରେଡ୍ଡୀ ଓ ମିକିଲ ଜୟସ୍ବାଲ ମଧ୍ୟ ପଦାର୍ପଣ କରିଥିଲେ।
୧୫୪ ରନର ଟାର୍ଗେଟ୍‌ର ପିଛା କରି ଓଡ଼ିଶା ଓପନର ଆଦିତ୍ୟ ରାଉତ ପ୍ରାରମ୍ଭିକ ଝଟକା ଖାଇଥିଲେ। ଆଦିତ୍ୟ ୨ ରନ କରି ଚମା ମିଲିନ୍ଦଙ୍କ ବଲ୍‌ରେ ତନୟ ତ୍ୟାଗରାଜନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ଅନ୍ୟତମ ଓପନର ଶାନ୍ତନୁ ମିଶ୍ର ୧୩ ରନ କରି ମିଲିନ୍ଦଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ। ଏହାପରେ ତୃତୀୟ ଉଇକେଟରେ ପୋଦ୍ଦାର ଓ ଶୁଭ୍ରାଂଶୁ ୪୦ ବଲ୍‌ରୁ ୫୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ତେବେ ପୋଦ୍ଦାର ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୨ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରବି ତେଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ବିପ୍ଳବ ସାମନ୍ତରାୟ ମାତ୍ର ୫ ରନକରି ବଭଙ୍କ ସନ୍ଦୀପଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ରାଜେଶ ଧୂପର ୨୬ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ମାରିଥିଲେ ୩୦ ରନ କରି ଅପରାଜିତ ରହିଥିଲେ। ସେହିପରି ଶୁଭ୍ରାଂଶୁ ୩୬ଟି ବଲ୍‌ ଖେଳି ୪ ଚୌକା ସହ ୪୩ ରନ କରି ଅପରାଜିତ ରହିଥିଲେ। ପଞ୍ଚମ ଉଇକେଟରେ ରାଜେଶ ଧୂପର ଓ ଶୁଭ୍ରାଂଶୁ ୩୯ଟି ବଲରୁ ଦ୍ରୁତ ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ମିଲିନ୍ଦ ଓ ତେଜା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ତିଲକ ବର୍ମା ସର୍ବାଧିକ ୪୪, ଅଧିନାୟକ ତଥା ଓପନର ତନ୍ମୟ ଅଗ୍ରଓ୍ବାଲ ୩୪, ହିମାଳୟ ଅଗ୍ରଓ୍ବାଲ ୨୨, ବଭଙ୍କ ସନ୍ଦୀପ ୧୫, ୟୁଦ୍‌ବୀର ସିଂ ୧୦ ରନକରି ଆଉଟ ହୋଇଥିବା ବେଳେ ରାହୁଲ ବୁଦ୍ଧି ୧୯ ରନକରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓଡ଼ିଶା ପକ୍ଷରୁ ବୋଲିଂରେ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩, ଅଙ୍କିତ ଯାଦବ ୨, ରାଜେଶ ମହାନ୍ତି ଓ ପପୁ ରାଏ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ହାଇଦ୍ରାବାଦ ୨୦ ଓଭରରେ ୧୫୩/୮
(ତିଲକ ବର୍ମା- ୪୪, ତନ୍ମୟ ଅଗ୍ରଓ୍ବାଲ- ୩୪, ହିମାଳୟ ଅଗ୍ରଓ୍ବାଲ- ୨୨, ବଭଙ୍କ ସନ୍ଦୀପ- ୧୫, ରାହୁଲ ବୁଦ୍ଧି- ୧୯*, ୟୁଦବୀର ସିଂ- ୧୦, ସୂର୍ଯ୍ୟକାନ୍ତ ପ୍ରଧାନ- ୩/ ୩୪, ଅଙ୍କିତ ଯାଦବ- ୨/୨୩, ରାଜେଶ ମହାନ୍ତି- ୧/୩୬, ପପୁ ରାଏ- ୧/୨୨)।
ଓଡ଼ିଶା ୨୦ ଓଭରରେ ୧୪୭/୪
(ଗୋବିନ୍ଦ ପୋଦ୍ଦାର- ୫୦, ଶୁଭ୍ରାଂଶୁ ସେନାପତି- ୪୩ *, ରାଜେଶ ଧୂପର- ୩୦ *, ଶାନ୍ତନୁ ମିଶ୍ର- ୧୩, ଚମା ମିଳିନ୍ଦ- ୨/ ୨୪, ରବି ତେଜା- ୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri