Posted inଖେଳ

ଚିନ୍ତା ବଢ଼ାଇଲା ଆହତ ସମସ୍ୟା: ବ୍ରିସ୍‌ବେନ୍‌ ଟେଷ୍ଟରୁ ବୁମ୍‌ରା ଆଉଟ୍‌

ସିଡ୍‌ନୀ,୧୩।୧(ପି.ଟି.): ଖେଳାଳିଙ୍କ ଆହତ ସମସ୍ୟା ଭାରତୀୟ କ୍ରିକେଟ ଦଳର ସମସ୍ୟା ବଢ଼ାଇବାରେ ଲାଗିଛି। ମଙ୍ଗଳବାର ଭାରତକୁ ଆଉଏକ ଜବରଦସ୍ତ ଝଟ୍‌କା ଲାଗିଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆବ୍‌ଡୋମିନାଲ ଷ୍ଟ୍ରେନ୍‌ ଅର୍ଥାତ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବ୍ରିସ୍‌ବେନ୍‌ରେ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ଫଳରେ ଭାରତର ଇଞ୍ଜୁରି ତାଲିକା ବଢିବାରେ ଲାଗିଛି। ପୁଣି ହନୁମା ବିହାରୀଙ୍କ ବଦଳ ଖେଳାଳି ବିବେଚିତ ହେଉଥିବା ମୟଙ୍କ ଅଗ୍ରଓ୍ବାଲ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ହାତରେ ସେ ଆଘାତ ପାଇଛନ୍ତି। ତାଙ୍କ ହାତ ଭାଙ୍ଗିଥିବା ଆଶଙ୍କା କରାଯାଉଛି। ତେଣୁ ବ୍ରିସ୍‌ବେନ୍‌ରେ ଭାରତ ଏକ ଫିଟ୍‌ ଦଳ ଖେଳାଇବାକୁ ନେଇ ଆଶଙ୍କା ବଢ଼ିଛି।
ଅନ୍ତିମ ଟେଷ୍ଟର ଶେଷ ୩ ଘଣ୍ଟାରେ ସଂଘର୍ଷ କରି ମ୍ୟାଚ ଡ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ବ୍ୟାକ୍‌ ସ୍ପାଜମ୍ସର ଶିକାର ହୋଇଛନ୍ତି। ପିଠିର ନିମ୍ନ ଭାଗରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ବୋଲିଂ ବିଭାଗର ନେତୃତ୍ୱ ନେଉଥିବା ବୁମ୍‌ରା ସିଡ୍‌ନୀରେ ତୃତୀୟ ଟେଷ୍ଟ ଖେଳିବା ଅବସରରେ ଆହତ ହୋଇଥିଲେ। ଫଳରେ ଭାରତର ସମସ୍ୟା ଦ୍ୱିଗୁଣିତ ହୋଇଛି। ବୁମ୍‌ରା ଆହତ ହୋଇଥିବା ସ୍କାନ ରିପୋର୍ଟରୁ ଜଣାଯାଇଛି। ଆଗକୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବୁମ୍‌ରାଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନାହାନ୍ତି। ତେଣୁ ତାଙ୍କୁ ବ୍ରିସ୍‌ବେନ୍‌ ଟେଷ୍ଟରୁ ବାଦ୍‌ ଦିଆଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ସ୍ଥାନ ହାସଲ କରିବାକୁ ହେଲେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ଭାରତ ପାଇଁ ଶେଷ ସୁଯୋଗ। ତେଣୁ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ବୁମ୍‌ରାଙ୍କ ଅନୁପସ୍ଥିତିରେ ୨ଟି ଟେଷ୍ଟ ଖେଳିଥିବା ମହମ୍ମଦ ସିରାଜଙ୍କ ନେତୃତ୍ୱରେ ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଓ ଟି. ନଟରାଜନଙ୍କ ଉପରେ ଭାରତୀୟ ବୋଲିଂ ନିର୍ଭର କରିବ। ୧୫ ତାରିଖରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଫର୍ମରେ ନ ଥିବା ଦୁଇ ଓପନର ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରଓ୍ବାଲ ଉପଲବ୍ଧ ଅଛନ୍ତି। ମୟଙ୍କଙ୍କର ହାତରେ ଯଦି ଫ୍ରାକ୍‌ଚର ହୋଇ ନ ଥିବ ତେବେ ପୃଥ୍ବୀ ୩ ନମ୍ବରରେ ବ୍ୟାଟିଂ କରିବେ। ଏହାପରେ ଚେତେଶ୍ୱର ପୂଜାରା, ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ପରେ ମୟଙ୍କ ୬ ନମ୍ବରରେ ବ୍ୟାଟିଂ କରିବେ। ଭାରତ ୪ ବୋଲର ଓ ଉଇକେଟକିପର ଭାବେ ରିଷଭ ପନ୍ତଙ୍କୁ ଖେଳାଇପାରେ। ଯଦି ଭାରତ ୫ ବୋଲରଙ୍କୁ ଖେଳାଏ ତେବେ ସିରାଜ, ସଇନି, ଶାର୍ଦ୍ଦୁଳଙ୍କ ସହିତ ନଟରାଜନ ପଦାର୍ପଣ କରିବାର ସୁଯୋଗ ପାଇବେ।

ଈଶାନ୍ତ ଶର୍ମା
ବରିଷ୍ଠ ଦ୍ରୁତ ବୋଲର ଈଶାନ୍ତ ଶର୍ମା ସେପ୍ଟେମ୍ବରରେ ମାତ୍ର ଗୋଟିଏ ଆଇପିଏଲ୍‌ ମ୍ୟାଚ ଖେଳିବା ଅବସରରେ ଲେଫ୍ଟ ସାଇଡ୍‌ ଷ୍ଟ୍ରେନ୍‌ର ଶିକାର ହୋଇଥିଲେ। ଫଳରେ ତାଙ୍କୁ ଚଳିତ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା। ସିରିଜ୍‌ ପୂର୍ବରୁ ସେ ବୋଲିଂ ଫିଟ୍‌ ହୋଇଥିଲେ ମଧ୍ୟ ଅଧିକ ଓଭର ବୋଲିଂ କରିବାର ଆବଶ୍ୟକତା ଥିଲା। ଏବେ ସେ ଦିଲ୍ଲୀ ତରଫରୁ ସୟଦ୍‌ ମୁସ୍ତାକ ଅଲି ଟ୍ରଫି ଖେଳୁଛନ୍ତି ଓ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଉପଲବ୍ଧ ହେବେ।
ଭୁବନେଶ୍ୱର କୁମାର
ହ୍ବାଇଟ୍‌ ବଲ ସ୍ପେଶାଲିଷ୍ଟ ଓ ଟେଷ୍ଟ ଦଳର ରିଜର୍ଭ ପେସ ଭୁବନେଶ୍ୱର ଆଇପିଏଲ୍‌ ଖେଳିବା ଅବସରରେ ରାଇଟ୍‌ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର ହୋଇଥିଲେ। ରିହାବିଲିଟେଶନ ପ୍ରୋଗ୍ରାମ୍‌ରେ ଦୀର୍ଘ ସମୟଧରି ରହିଥିଲେ ମଧ୍ୟ ସେ ଚଳିତ ସିରିଜରୁ ବାଦ୍‌ ପଡିଥିଲେ। ଏବେ ସେ ଉତ୍ତର ପ୍ରଦେଶ ତରଫରୁ ମୁସ୍ତାକ ଅଲି ଟ୍ରଫି ଖେଳୁଛନ୍ତି ଓ ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।
ବରୁଣ ଚକ୍ରବର୍ତ୍ତୀ
ଆଇପିଏଲ୍‌ ଆବିଷ୍କାର ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସ୍ପିନର ବରୁଣ ଚକ୍ରବର୍ତ୍ତୀ ଭାରତୀୟ ଟି୨୦ ଦଳରେ ସାମିଲ ହୋଇଥିଲେ। ତେବେ ସେ ଗୁରୁତର ସୋଲ୍ଡର ଇଞ୍ଜୁରି ସହିତ ଖେଳୁଥିଲେ ବୋଲି ସେତେବେଳର ଚୟନ କମିଟି ଜାଣି ନ ଥିଲା। ଫଳରେ ସେ ପ୍ରଥମ ଅନ୍ତର୍ଜାତୀୟ ସିରିଜ ଖେଳିବାରୁ ବଞ୍ଚିତ ହୋଇଥିଲେ।
ରୋହିତ ଶର୍ମା
ରୋହିତ ଆଇପିଏଲ୍‌ ଖେଳିବା ଅବସରରେ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଯନ୍ତ୍ରଣା ସତ୍ତ୍ୱେ ଆଇପିଏଲ୍‌ ଫାଇନାଲ ଖେଳିଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା। ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ ଯୋଗୁ ସେ ଫିଟ୍‌ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ଖେଳିପାରି ନ ଥିଲେ। ସିଡ୍‌ନୀ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ସେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ।
ମହମ୍ମଦ ସାମି
ତାରକା ଦ୍ରୁତ ବୋଲର ଆଡିଲେଡ୍‌ ଟେଷ୍ଟରେ ପ୍ୟାଟ୍‌ କୁମିନ୍ସଙ୍କ ଶର୍ଟ ବଲ୍‌ରେ ଆହତ ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କୁ ବାକି ୩ଟି ଟେଷ୍ଟରୁ ବାଦ୍‌ ଦିଆଯାଇଥିଲା। ଏବେ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଉମେଶ ଯାଦବ
ସିନିୟର ଦ୍ରୁତ ବୋଲର ଉମେଶ ଯାଦବ କାଫ୍‌ ମସଲ ଇଞ୍ଜୁରିର ଶିକାର ହୋଇ ଚଳିତ ସିରିଜରୁ ବାଦ୍‌ ପଡିଥିଲେ। ତାଙ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)କୁ ପଠାଇ ଦିଆଯାଇଥିଲା। ସେ ଇଂଲଣ୍ଡ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ଲୋକେଶ ରାହୁଲ
ହ୍ବାଇଟ୍‌ ବଲ ସିରିଜରେ ଭଲ ପ୍ରଦର୍ଶନ କରିବା ପରେ ଲୋକେଶ ରାହୁଲ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ରିଷ୍ଟ ଇଞ୍ଜୁରିର ଶିକାର ହୋଇଥିଲେ। ଫଳରେ ଭାରତକୁ ବଡ଼ ଝଟକା ଲାଗିଥିଲା। ତାଙ୍କ ଅନୁପସ୍ଥିତି ଭାରତୀୟ ମିଡିଲ ଅର୍ଡରର ସନ୍ତୁଳନକୁ ବିଗାଡି ଦେଇଥିଲା। ସେ ଇଂଲଣ୍ଡ ବିପକ୍ଷ ସିରିଜ୍‌ ଖେଳିବା ଆଶା କରାଯାଉଛି।
ରବୀନ୍ଦ୍ର ଜାଡେଜା
ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟ ଖେଳିବା ଅବସରରେ ମିଚେଲ ଷ୍ଟାର୍କଙ୍କ ଶର୍ଟ ବଲ୍‌ ଖେଳିବା ବେଳେ ଆହତ ହୋଇଥିଲେ। ବଲ୍‌ ତାଙ୍କ ବାମ ହାତ ବୁଢା ଆଙ୍ଗୁଠିରେ ବାଜିଥିଲା। ଏବେ ସେ କିଛିମାସ ଦଳରୁ ବାଦ୍‌ ପଡିବେ। ଫଳରେ ସେ ଇଂଲଣ୍ଡ ସିରିଜ୍‌ରୁ ବାଦ୍‌ ପଡିଛନ୍ତି।
ରିଷଭ ପନ୍ତ
ସିଡ୍‌ନୀରେ ପ୍ୟାଟ୍‌ କୁମିନ୍ସଙ୍କ ଶଟ୍‌ ବଲ୍‌ ଖେଳିବାକୁ ଯାଇ କହୁଣିରେ ଆଘାତ ପାଇଥିଲେ ରିଷଭ ପନ୍ତ। ତେବେ ଏହା ଫ୍ରାକ୍‌ଚର ନ ଥିଲା। ପେନ୍‌ କିଲର ନେଇ ସେ ଖେଳ ଜାରି ରଖିଥିଲେ ଓ ସେ ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟ ଖେଳିବେ।
ହନୁମା ବିହାରୀ
ସିଡ୍‌ନୀ ଟେଷ୍ଟ ହିରୋ ହନୁମା ଗୁରୁତର ହାମଷ୍ଟ୍ରିଙ୍ଗ୍‌ (ଗ୍ରେଡ ୨)ର ଶିକାର ହୋଇଛନ୍ତି। ସେ ଏବେ ଚତୁର୍ଥ ଟେଷ୍ଟ ଓ ଇଂଲଣ୍ଡ ସିରିଜ୍‌ରୁ ବାଦ୍‌ପଡିଛନ୍ତି।
ମୟଙ୍କ ଅଗ୍ରଓ୍ବାଲ
ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହେବା ପରେ ସିଡ୍‌ନୀ ମୁକାବିଲାରୁ ବାଦ୍‌ ପଡିଥିଲେ। ବିହାରୀଙ୍କ ବଦଳରେ ଚତୁର୍ଥ ଟେଷ୍ଟ ଖେଳିବାର ସମ୍ଭାବନା ରହିଛି। ଯଦି ଫିଟ୍‌ ହୁଅନ୍ତି ତେବେ ବ୍ରିସ୍‌ବେନ୍‌ରେ ଦଳରେ ସାମିଲ ହେବେ।
ଯଶପ୍ରୀତ୍‌ ବୁମ୍‌ରା
ସିଡ୍‌ନୀ ଟେଷ୍ଟର ତୃତୀୟ ଦିନରେ ବାଉଣ୍ଡାରିରେ ବଲ୍‌ ଧରିବାକୁ ଯାଇ ସେ ଆବ୍‌ଡୋମିନାଲ ଷ୍ଟ୍ରେନ୍‌ର ଶିକାର ହୋଇଛନ୍ତି। ସେ ଆଉ ବୋଲିଂ କରି ନ ଥିଲେ। ଏବେ ସେ ଚତୁର୍ଥ ଟେଷ୍ଟରୁ ବାଦ୍‌ ପଡିଛନ୍ତି।
ରବିଚନ୍ଦ୍ରନ ଅଶ୍ୱିନ
ସିରିଜରେ ଏପର୍ଯ୍ୟନ୍ତ ସର୍ବାଧିକ ୧୩୪ ଓଭର ବୋଲିଂ କରିଥିବା ଅଶ୍ୱିନ ବ୍ୟାକ୍‌ ସ୍ପାଜମ୍ସର ଶିକାର ହୋଇଛନ୍ତି। ବ୍ରିସ୍‌ବେନରେ ସେ ଖେଳିବା ଆଶା କରାଯାଉଛି।
ଇଞ୍ଜୁରି ତାଲିକା:
ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, ରୋହିତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ, ମୟଙ୍କ ଅଗ୍ରଓ୍ବାଲ ଓ ଯଶପ୍ରୀତ୍‌ ବୁମ୍‌ରା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri