Posted inଖେଳ

କ୍ଷମା ମାଗିଲେ ପେନ୍‌

ସିଡ୍‌ନୀ,୧୩।୧(ପି.ଟି.): ତୃତୀୟ ଟେଷ୍ଟରେ ପଡିଆରେ ନିଜର ବିବାଦୀୟ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ତଥା ଉଇକେଟକିପର ଟିମ୍‌ ପେନ୍‌ କ୍ଷମା ମାଗିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସେ ସ୍ଲେଜିଂ କରିଥିଲେ। ଏହାଠିକ୍‌ ନ ଥିଲା। ମୋର ନେତୃତ୍ୱ ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି। ନିଜର ଏହି ଆଚରଣ ପାଇଁ ସେ ମଙ୍ଗଳବାର ଔପଚାରିକ ଭାବେ କ୍ଷମା ମାଗିଛନ୍ତି।
ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂରେ ପେନ୍‌ ବେଶ୍‌ ନିରାଶ ହୋଇଥିଲେ। ସେତେବେଳେ ଧୈର୍ଯ୍ୟ ହରାଇ ବିଚଳିତ ହେବା ସହ ରାଗି ଯାଇଥିଲି ବୋଲି ପେନ୍‌ ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ସ୍ବୀକାର କରିଛନ୍ତି। ସୋମବାର ଖେଳ ସରିବା ପରେ କିନ୍ତୁ ସେ ନିଜ ବ୍ୟବହାରକୁ ଠିକ୍‌ ବୋଲି ଦର୍ଶାଇଥିଲେ। କନ୍ତୁ ସେ ଏବେ ତାଙ୍କ ଭୁଲ୍‌ ବୁଝି ପାରିଛନ୍ତି ବୋଲି ପେନ୍‌ କହିଛନ୍ତି।
ଦୁର୍ବ୍ୟବହାର କରିବା ଦ୍ୱାରା ପେନ୍‌ ଦ୍ୱିତୀୟ ଇନିଂସରେ ୩ଟି କ୍ୟାଚ୍‌ ହାତଛଡ଼ା କରିଥିଲେ। ଅଶ୍ୱିନଙ୍କୁ ସ୍ଲେଜିଂ କରବା ପରେ ସେ ହନୁମା ବିହାରୀଙ୍କ ଏକ ସହଜ କ୍ୟାଚ୍‌ ଉଇକେଟ ପଛରେ ହାତଛଡ଼ା କରିଥିଲେ। ଦଳ ଆଶାନୂରୂପ ପ୍ରଦର୍ଶନ କରି ନ ପାରବା ଫଳରେ ମ୍ୟାଚରେ ପ୍ରବଳ ଚାପ କାରଣରୁ ଏପରି ହୋଇଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପୂର୍ବରୁ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ରବିବାର ମ୍ୟାଚ ପାଉଣାର ୧୫ ପ୍ରତିଶତ ଜରିମାନାର ସମ୍ମୁଖୀନ ହୋଇଥିଲେ। ଅମ୍ପାୟରଙ୍କୁ ଦୁର୍ବ୍ୟବହାର କରିଥିବାରୁ ସେ ମଧ୍ୟ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri