Posted inଖେଳ

ସିଡ୍‌ନୀ ଟେଷ୍ଟ: ଟିମ୍‌ କମ୍ବିନେଶନ ଉପରେ ନଜର, ମୟଙ୍କ କିମ୍ବା ବିହାରୀଙ୍କ ମଧ୍ୟରୁ ଜଣେ ଖେଳିବେ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ୫ ବୋଲରଙ୍କୁ ନେଇ ଖେଳିବା ରଣନୀତି କାମ ଦେଲା ଓ ଭରତ ମେଲବୋର୍ନ ଟେଷ୍ଟ ଜିତିଲା। କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ଅଜିଙ୍କ୍ୟ ରାହନେଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ପାଇଁ ବ୍ୟାଟିଂ ବିଭାଗରେ ଓପନିଂ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାରକା ଓପନର ରେହିତ ଶର୍ମା ଏବେ ଦଳରେ ଯୋଗ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ରୋହିତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଗତ କେତେ ସପ୍ତାହ ହେବ ସେ କ୍ୱାରଣ୍ଟାଇନରେ ରହିଛନ୍ତି। ତାଙ୍କର କ୍ୱାରାଣ୍ଟାଇନ୍‌ ଶେଷ ହୋଇଛି ଓ ସେ ବୁଧବାର ଦଳରେ ଯୋଗଦେଇଛନ୍ତି। ଯୁବ ଓପନର ଶୁବମନ ଗିଲ୍‌ ଓପନର ଭାବେ ପରିପକ୍ୱତା ଦେଖାଇଛନ୍ତି ଓ ମେଲବୋର୍ନ ଟେଷ୍ଟ ବିଜୟରେ ନିଜର ଯୋଗଦାନ ପାଇଁ ପ୍ରଶଂସିତ ହୋଇଛନ୍ତି। ତେଣୁ ଶୁବମନ ଖେଳିବା ନିଶ୍ଚିତ ମନେହେଉଥିବ ବେଳେ ରୋହିତଙ୍କ ପାଇଁ ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ କିମ୍ବା ମିଡିଲ ଅର୍ଡରରେ ହନୁମା ବିହାରୀଙ୍କୁ ବାଦ୍‌ ଦିଆଯିବର ସମ୍ଭାବନା ସୃଷ୍ଟି ହୋଇଛି।
ଚଳିତ ସିରିଜରେ ମୟଙ୍କ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ସେ କେବଳ ଥରେ ମାତ୍ର ଦୁଇ ଅଙ୍କ ଛୁଇଁଛନ୍ତି। ୨୦୧୮ ଭଳି ତାଙ୍କର ଫର୍ମ ଥିବା ପରି ମନେ ହେଉନାହିଁ। ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ ମଧ୍ୟ ରୋହିତ ଗସ୍ତ ଅଧାରୁ ବାଦ୍‌ ପଡିଥିଲେ। ସେ ନଭେମ୍ବର ୧୦ରେ ଆଇପିଏଲ୍‌ ଫାଇନାଲ ଖେଳି ତାଙ୍କ ଶେଷ ମ୍ୟାଚ ଖେଳିଥିଲେ। ସେ ମଧ୍ୟ ପୁଣି ଥରେ ଆହତ ହୋଇଛନ୍ତି। ତେଣୁ ସେ ପ୍ରତ୍ୟାବର୍ତ୍ତନ କରିବା ନେଇ ଚ୍ୟାଲେଞ୍ଜ ରହିଛି।
ରୋହିତଙ୍କୁ ଖେଳାଇବାକୁ ହେଲେ ମୟଙ୍କ କିମ୍ବା ବିହାରୀଙ୍କୁ ବାଦ୍‌ଦେବାକୁ ହେବ ବୋଲି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ଏବେ ରୋହିତଙ୍କର ମ୍ୟାଚ୍‌ ପ୍ରାକ୍ଟିସ୍‌ ନାହିଁ ଓ ସେ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ସେ ଇନିଂସ ଓପନ କରିବେ କି ନା କହିବା କଷ୍ଟକର। ଯଦି ଖେଳନ୍ତି ତେବେ ସେ ଇନିଂସ ଓପନ କରିବେ କି ମିଡିଲ ଅର୍ଡରରେ ଖେଳିବେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିବ ବୋଲି ପ୍ରସାଦ କହିଛନ୍ତି। ପୁଣି ଟିମ୍‌ ମ୍ୟାନେଜମେଣ୍ଟ କ’ଣ ଚାହୁଛି ତାହା ଉପରେ ରୋହିତ୍‌ଙ୍କ ଭୂମିକା ନିର୍ଭର କରିବ।
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍କସରକାର ଭିନ୍ନ ମତ ପୋଷଣ କରିଛନ୍ତି। ମୟଙ୍କ ଓ ବିହାରୀଙ୍କୁ ବାଦ୍‌ ଦେଇ ରୋହିତ ଓ ଲୋକେଶ ରାହୁଲଙ୍କୁ ଖେଳାଇବାକୁ ସେ ପରାମର୍ଶ ଦେଇଛନ୍ତି। ରାହୁଲ ଓପନିଂ କରିବେ ଓ ରୋହିତ ମିଡିଲ ଅର୍ଡରରେ ଖେଳିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଶୁବମନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେ ଜଣେ ପ୍ରତିଭସମ୍ପନ୍ନ ଖେଳାଳି। ଦ୍ୱିତୀୟ ଟେଷ୍ଟର ଦୁଇ ଇନିଂସରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ମୟଙ୍କଙ୍କ ସ୍ଥାନରେ ରାହୁଲ ଓ ବିହାରୀଙ୍କ ସ୍ଥାନରେ ରୋହିତଙ୍କୁ ଖେଳାଯିବା ଉଚିତ ବୋଲି ଭେଙ୍କସରକାର କହିଛନ୍ତି। ରାହୁଲ ଜବରଦସ୍ତ ଫର୍ମରେ ରହିଛନ୍ତି ଓ ସେ ଅଷ୍ଟ୍ରେଲିଆରେ ମଧ୍ୟ ବେଶ୍‌ କିଛିଦିନ ରହିସାରିଛନ୍ତି। ମୟଙ୍କ ଭଲ ଖେଳାଳି ହୋଇଥିଲେ ମଧ୍ୟ ଏବେ ଆତ୍ମବିଶ୍ୱାସ ହରାଇଛନ୍ତି । ରୋହିତ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିବା ଉଚିତ। କାମଚଳା ଅଧିନାୟକ ରାହାନେ ଫର୍ମକୁ ଫେରିଛନ୍ତି ଓ ଭାରତ ଏବେ ନୂଆ ଦଳ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି। ସିରିଜ ଏବେ ୧-୧ ସମାନ ସ୍ତରରେ ପହଞ୍ଚିଛି। ଫଳରେ ସିରିଜ ଆଗକୁ ମଜାଦାର ହେବ ବୋଲି ଆଶା କରାଯାଉଛି। ୨୦୧୮ ଭଳି ଭାରତ ସିରିଜ ଜିତିବାର ସମ୍ଭାବନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri