Posted inଖେଳ

ସିଡ୍‌ନୀ ଟେଷ୍ଟ: ଟିମ୍‌ କମ୍ବିନେଶନ ଉପରେ ନଜର, ମୟଙ୍କ କିମ୍ବା ବିହାରୀଙ୍କ ମଧ୍ୟରୁ ଜଣେ ଖେଳିବେ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ୫ ବୋଲରଙ୍କୁ ନେଇ ଖେଳିବା ରଣନୀତି କାମ ଦେଲା ଓ ଭରତ ମେଲବୋର୍ନ ଟେଷ୍ଟ ଜିତିଲା। କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ଅଜିଙ୍କ୍ୟ ରାହନେଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ପାଇଁ ବ୍ୟାଟିଂ ବିଭାଗରେ ଓପନିଂ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାରକା ଓପନର ରେହିତ ଶର୍ମା ଏବେ ଦଳରେ ଯୋଗ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ରୋହିତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଗତ କେତେ ସପ୍ତାହ ହେବ ସେ କ୍ୱାରଣ୍ଟାଇନରେ ରହିଛନ୍ତି। ତାଙ୍କର କ୍ୱାରାଣ୍ଟାଇନ୍‌ ଶେଷ ହୋଇଛି ଓ ସେ ବୁଧବାର ଦଳରେ ଯୋଗଦେଇଛନ୍ତି। ଯୁବ ଓପନର ଶୁବମନ ଗିଲ୍‌ ଓପନର ଭାବେ ପରିପକ୍ୱତା ଦେଖାଇଛନ୍ତି ଓ ମେଲବୋର୍ନ ଟେଷ୍ଟ ବିଜୟରେ ନିଜର ଯୋଗଦାନ ପାଇଁ ପ୍ରଶଂସିତ ହୋଇଛନ୍ତି। ତେଣୁ ଶୁବମନ ଖେଳିବା ନିଶ୍ଚିତ ମନେହେଉଥିବ ବେଳେ ରୋହିତଙ୍କ ପାଇଁ ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ କିମ୍ବା ମିଡିଲ ଅର୍ଡରରେ ହନୁମା ବିହାରୀଙ୍କୁ ବାଦ୍‌ ଦିଆଯିବର ସମ୍ଭାବନା ସୃଷ୍ଟି ହୋଇଛି।
ଚଳିତ ସିରିଜରେ ମୟଙ୍କ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ସେ କେବଳ ଥରେ ମାତ୍ର ଦୁଇ ଅଙ୍କ ଛୁଇଁଛନ୍ତି। ୨୦୧୮ ଭଳି ତାଙ୍କର ଫର୍ମ ଥିବା ପରି ମନେ ହେଉନାହିଁ। ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ ମଧ୍ୟ ରୋହିତ ଗସ୍ତ ଅଧାରୁ ବାଦ୍‌ ପଡିଥିଲେ। ସେ ନଭେମ୍ବର ୧୦ରେ ଆଇପିଏଲ୍‌ ଫାଇନାଲ ଖେଳି ତାଙ୍କ ଶେଷ ମ୍ୟାଚ ଖେଳିଥିଲେ। ସେ ମଧ୍ୟ ପୁଣି ଥରେ ଆହତ ହୋଇଛନ୍ତି। ତେଣୁ ସେ ପ୍ରତ୍ୟାବର୍ତ୍ତନ କରିବା ନେଇ ଚ୍ୟାଲେଞ୍ଜ ରହିଛି।
ରୋହିତଙ୍କୁ ଖେଳାଇବାକୁ ହେଲେ ମୟଙ୍କ କିମ୍ବା ବିହାରୀଙ୍କୁ ବାଦ୍‌ଦେବାକୁ ହେବ ବୋଲି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ଏବେ ରୋହିତଙ୍କର ମ୍ୟାଚ୍‌ ପ୍ରାକ୍ଟିସ୍‌ ନାହିଁ ଓ ସେ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ସେ ଇନିଂସ ଓପନ କରିବେ କି ନା କହିବା କଷ୍ଟକର। ଯଦି ଖେଳନ୍ତି ତେବେ ସେ ଇନିଂସ ଓପନ କରିବେ କି ମିଡିଲ ଅର୍ଡରରେ ଖେଳିବେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିବ ବୋଲି ପ୍ରସାଦ କହିଛନ୍ତି। ପୁଣି ଟିମ୍‌ ମ୍ୟାନେଜମେଣ୍ଟ କ’ଣ ଚାହୁଛି ତାହା ଉପରେ ରୋହିତ୍‌ଙ୍କ ଭୂମିକା ନିର୍ଭର କରିବ।
ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍କସରକାର ଭିନ୍ନ ମତ ପୋଷଣ କରିଛନ୍ତି। ମୟଙ୍କ ଓ ବିହାରୀଙ୍କୁ ବାଦ୍‌ ଦେଇ ରୋହିତ ଓ ଲୋକେଶ ରାହୁଲଙ୍କୁ ଖେଳାଇବାକୁ ସେ ପରାମର୍ଶ ଦେଇଛନ୍ତି। ରାହୁଲ ଓପନିଂ କରିବେ ଓ ରୋହିତ ମିଡିଲ ଅର୍ଡରରେ ଖେଳିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଶୁବମନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେ ଜଣେ ପ୍ରତିଭସମ୍ପନ୍ନ ଖେଳାଳି। ଦ୍ୱିତୀୟ ଟେଷ୍ଟର ଦୁଇ ଇନିଂସରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ମୟଙ୍କଙ୍କ ସ୍ଥାନରେ ରାହୁଲ ଓ ବିହାରୀଙ୍କ ସ୍ଥାନରେ ରୋହିତଙ୍କୁ ଖେଳାଯିବା ଉଚିତ ବୋଲି ଭେଙ୍କସରକାର କହିଛନ୍ତି। ରାହୁଲ ଜବରଦସ୍ତ ଫର୍ମରେ ରହିଛନ୍ତି ଓ ସେ ଅଷ୍ଟ୍ରେଲିଆରେ ମଧ୍ୟ ବେଶ୍‌ କିଛିଦିନ ରହିସାରିଛନ୍ତି। ମୟଙ୍କ ଭଲ ଖେଳାଳି ହୋଇଥିଲେ ମଧ୍ୟ ଏବେ ଆତ୍ମବିଶ୍ୱାସ ହରାଇଛନ୍ତି । ରୋହିତ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିବା ଉଚିତ। କାମଚଳା ଅଧିନାୟକ ରାହାନେ ଫର୍ମକୁ ଫେରିଛନ୍ତି ଓ ଭାରତ ଏବେ ନୂଆ ଦଳ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି। ସିରିଜ ଏବେ ୧-୧ ସମାନ ସ୍ତରରେ ପହଞ୍ଚିଛି। ଫଳରେ ସିରିଜ ଆଗକୁ ମଜାଦାର ହେବ ବୋଲି ଆଶା କରାଯାଉଛି। ୨୦୧୮ ଭଳି ଭାରତ ସିରିଜ ଜିତିବାର ସମ୍ଭାବନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri