ମିଠା ସ୍ବର

ଆମମାନଙ୍କ ଭିତରେ ଅନେକଙ୍କ ଧାରଣା ଯେ ଅଭିନେତା ବା କଣ୍ଠଶିଳ୍ପୀମାନେ କେବଳ ନିଜର ସ୍ବର ଉପରେ ଧ୍ୟାନ ଦେବା ଦରକାର। ମାତ୍ର ସମସ୍ତଙ୍କ ପାଇଁ ସ୍ବରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ନିକଟରେ ୟୁନିଭର୍ସିଟି ଅଫ୍‌ ମିଚିଗାନ ହେଲ୍‌ଥ ସିଷ୍ଟମ୍‌ର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ, ଜଣକର ସ୍ବର ହିଁ ତାକୁ ପରିଚିତ କରାଇ ଦେଇପାରିବ ବାହାର ଦୁନିଆରେ। ଏହା ବ୍ୟକ୍ତିତ୍ୱ ଗଠନରେ ମଧ୍ୟ ସହାୟକ ହୋଇଥାଏ। ଲୋକଟି କ’ଣ କହୁଛି ତାହା ତା’ର ସ୍ବରରୁ ହିଁ ଅନ୍ୟମାନଙ୍କୁ ଆକର୍ଷିତ କରିନିଏ। ଯଦି ସ୍ବରଯନ୍ତ୍ରରେ ସାମାନ୍ୟ ବି ତ୍ରୁଟି ରହିଯାଏ ତେବେ ତାହା ଜୀବନ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଶରୀର ପାଇଁ ଯେତିକି ପାଣିର ଆବଶ୍ୟକତା ରହିଛି ସେତିକି ପାଣି ନିୟମିତ ନିଶ୍ଚିତ ପିଅନ୍ତୁ। ଆଲ୍‌କୋହଲ ଏବଂ କାଫେଇନଠାରୁ ଦୂରେଇ ରହନ୍ତୁ। କଥା କହିବା ବା ଗୀତ ଗାଇବାବେଳେ ସ୍ବର ପେଟିକା ସ୍ବରତନ୍ତ୍ରୀରେ ଜୋରରେ କମ୍ପନ ସୃଷ୍ଟି ହୋଇଥାଏ। ଉପଯୁକ୍ତ ପରିମାଣର ଜଳ ମିଳିଲେ ତାହା ସ୍ବର ପେଟିକାକୁ ପିଛିଳ ରଖିଥାଏ।
ଦୈନିକ ଯେତିକି କଥା କହିବା କଥା ବାସ, ସେତିକି କଥା କହନ୍ତୁ। ଯେଉଁଦିନ ଅଧିକ କିଛି ଆପଣଙ୍କୁ କହିବାକୁ ପଡ଼ିଥାଏ ସେ ଦିନ ତୁଛାଟାରେ ଗପିବା ବନ୍ଦ କରିଦିଅନ୍ତୁ। ଆପଣ ହୁଏତ ଜାଣି ନ ଥିବେ ଯେ କିଛି କ୍ଷଣର ନୀରବତା ଆପଣଙ୍କ ଶରୀର ଭିତରେ ଏକ ପ୍ରକାର ନୂତନ ଊର୍ଜା ସୃଷ୍ଟି କରିଥାଏ। ଏହାସହିତ ଆପଣଙ୍କ ନୀରବତା ସ୍ବର ପେଟିକାକୁ ଶାନ୍ତମୟ ଗଢ଼ି ତୋଳିବାରେ ସମର୍ଥ ହୋଇଥାଏ। ଯେମିତି କି ଅଧିକ କ୍ଲାସ୍‌ ନେବାର ଥିଲେ ଶିକ୍ଷକମାନେ କୋଳାହଳମୟ ଷ୍ଟାଫ୍‌ରୁମ୍‌ରେ ଅଧିକ ଗପିବା ଉଚିତ ନୁହେଁ।
ଉପଚାର ସମ୍ପର୍କରେ ଅନେକ ଲୋକ ଅନେକ କଥା କହିଥାନ୍ତି ଓ ଏହାକୁ ସେମାନଙ୍କୁ ବିଚାର ଭାବେ ଧରି ନେଇଥାନ୍ତି। ତେବେ ସର୍ବପ୍ରଥମେ ଆପଣଙ୍କ କଣ୍ଠ ସ୍ବରକୁ ମଧୁର ଓ ଲଳିତ ତଥା ଶାନ୍ତମୟ କରିବାକୁ ଥିଲେ ଧୂମପାନ କରନ୍ତୁ ନାହିଁ, ଯଦି କରୁଥାନ୍ତି ତୁରନ୍ତ ଛାଡ଼ି ଦିଅନ୍ତୁ। ଧୂମପାନ ଗଳା କର୍କଟର କାରଣ ହୋଇଥାଏ। କେବଳ ସେତିକି ନୁହେଁ ଅନ୍ୟ କେହି ଧୂମପାନ କରୁଥିଲେ ତା’ର ଆଘ୍ରାଣ ଦ୍ୱାରା ମଧ୍ୟ ସ୍ବର ପେଟିକାରେ କ୍ଷତି ପହଞ୍ଚାଇଥାଏ। ଉତ୍ତେଜିତ ହୋଇ କଥାବାର୍ତ୍ତା କରିବା, ଗାଳି ଦେବା ଏବଂ ଜୋର କଥା ହେବା ଦ୍ୱାରା ଗଳା ଶୁଷ୍କ ତଥା କ୍ଳାନ୍ତ ହୋଇପଡ଼େ। ସ୍ବର କର୍କଶ ଶୁଭିଲେ ଏହା ଆମକୁ ସ୍ବର ପେଟିକାର ଯତ୍ନ ନେବାକୁ ସଚେତନ କରାଇଦିଏ।
ଯେତେବେଳେ ଆପଣ ଉଚ୍ଚ ବା ନିମ୍ନ ସ୍ବରରେ ଗୀତ ଗାଉଛନ୍ତି ବେକ ଏବଂ ଗଳାର ମାଂସପେଶୀକୁ ଆରାମ ଦିଅନ୍ତୁ। କେତେକ କଣ୍ଠଶିଳ୍ପୀ ଉଚ୍ଚ ସ୍ବରରେ ଗୀତ ଗାଇବା ବେଳକୁ ମୁଣ୍ଡକୁ ଉପରକୁ ଉଠାଇଥାନ୍ତି ଏବଂ ନିମ୍ନ ସ୍ବରରେ ଗାଇବାବେଳେ ବେକକୁ ତଳକୁ ଭାଙ୍ଗି ଗାଇଥାନ୍ତି। କଣ୍ଠଶିଳ୍ପୀ ଖୋଦ ସ୍ବୀକାର କରନ୍ତି ଯେ ବର୍ଷ ବର୍ଷ ଧରି ଏପରି କରିବା ଦ୍ୱାରା ଆମକୁ ଏହାର ମୂଲ୍ୟ ଦେବାକୁ ପଡ଼ିଥାଏ। ଅର୍ଥାତ୍‌ ଦୀର୍ଘ ସମୟ ଧରି ଏପରି ଚାଲିଲେ କଣ୍ଠରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ପରବର୍ତ୍ତୀ ସମୟରେ କଣ୍ଠ କ୍ଷତିଗ୍ରସ୍ତ ହୋଇଥାଏ ଏବଂ ସେହିଠାରୁ ହିଁ ସ୍ବର ଏକପ୍ରକାର ଦବିବା ଆରମ୍ଭ ହୋଇଥାଏ। ଦୈନନ୍ଦିନ ଆମେ କେଉଁପରି କଥାବାର୍ତ୍ତା କରୁଛେ ତା’ ଉପରେ ଆଗେ ଧ୍ୟାନ ଦେବା ଦରକାର। ଅନେକ ଦକ୍ଷ କଣ୍ଠଶିଳ୍ପୀ ମଧ୍ୟ ସେମାନଙ୍କର ସ୍ବରଯନ୍ତ୍ରର ଠିକ୍‌ ଭାବେ ଯତ୍ନ ନେଇ ନ ଥାନ୍ତି। ଜଣେ ଗବେଷକଙ୍କ ମତରେ, ଅନେକ ବ୍ୟକ୍ତି (କଣ୍ଠଶିଳ୍ପୀମାନେ ବି ସାମିଲ) କଥା କହିବାବେଳେ ଅଧିକ ଥର ଦୀର୍ଘଶ୍ୱାସ ଛାଡ଼ିଥାନ୍ତି।
ସର୍ବଦା ନିଜର କଣ୍ଠକୁ ଅଧିକ ମାତ୍ରାରେ ସଫା ରଖନ୍ତୁ ନାହିଁ। ଅଧିକ ଥର ଏହା କରିବା ଦ୍ୱାରା ସ୍ବରପେଟିକାଗୁଡ଼ିକୁ ଏହା ଦବାଇ ଦେଇଥାଏ ଏବଂ କ୍ଷତି ପହଞ୍ଚାଇଥାଏ। ଯଦି ଆପଣଙ୍କ ସ୍ବରପେଟିକାରେ କୌଣସି ସମସ୍ୟା ଦେଖାଦିଏ ତେବେ ତୁରନ୍ତ ବାକ୍‌ଶ୍ରବଣ ବିଶେଷଜ୍ଞ ବା ଇଏନ୍‌ଟି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯେତେବେଳେ ଆପଣ ଅସୁସ୍ଥ ଥାନ୍ତି ବେଶି କଥାବାର୍ତ୍ତା କରନ୍ତୁ ନାହିଁ। ଥଣ୍ଡା ବା ସଂକ୍ରମଣ ଯୋଗୁ ଆପଣଙ୍କ ସ୍ବର କର୍କଶ ଶୁଭିଲେ କଥା ଅଳ୍ପ କୁହନ୍ତୁ। ଆପଣଙ୍କ ସ୍ବର ଯେତେବେଳେ କ୍ଳାନ୍ତ ହୋଇପଡ଼ୁଛି ତାକୁ ତୁରନ୍ତ ଆରାମ ଦିଅନ୍ତୁ। କୌଣସି ସଭାସମିତିରେ ଆପଣଙ୍କୁ କହିବାକୁ ପଡ଼ୁଥିଲେ ଯେତିକି ସ୍ବରରେ ଆପଣ ସାଧାରଣରେ କହିବାକୁ ସକ୍ଷମ ବାସ୍‌ ସେତିକି ସ୍ବରରେ କୁହନ୍ତୁ। ଅଯଥା ଉଚ୍ଚ ସ୍ବରରେ କହି ସ୍ବରପେଟିକାକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ମନେରଖନ୍ତୁ, କଣ୍ଠ ସିକ୍ତ ବା ଆର୍ଦ୍ର ରହିଲେ ତାହା ସୁସ୍ଥ ସ୍ବର ପାଇଁ ଉପଯୋଗୀ ହୋଇଥାଏ। ଧୂଳି ଧୂଅଁା ବାତାବରଣରୁ ନିଜକୁ ମୁକ୍ତ ରଖନ୍ତୁ। ଶ୍ୱାସରେ କୌଣସି ସମସ୍ୟା ଥିଲେ କିମ୍ବା ସାଇନସ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସ୍ବରକୁ ଠିକ୍‌ ରଖିବା ପାଇଁ ଚାହୁଁଥିଲେ ପାଟି ବାଟେ ଶ୍ୱାସପ୍ରଶ୍ୱାସ ନିଅନ୍ତୁ ନାହିଁ। ତେବେ ନାକ ବନ୍ଦ ରହିଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଜୋରରେ ଘୂରୁଥିବା ପଙ୍ଖା ସାମ୍ନାରେ ବସନ୍ତୁ ନାହିଁ କି ବିଶ୍ରାମ ନିଅନ୍ତୁ ନାହିଁ। ଭାଷଣ ଦେବା ବେଳେ ଏକାବେଳେ ନ କହି ମଝିରେ ମଝିରେ ପାଣି ପିଅନ୍ତୁ। ତେବେ ୪୫ ମିନିଟରୁ ଅଧିକ ସମୟ କୁହନ୍ତୁ ନାହିଁ। ଗାୟକ ଭାବେ ସଙ୍ଗୀତ ପରିବେଷଣ କରୁଥିଲେ ହାଲୁକା ନଖଉଷୁମ ପାଣି ପିଇବା ଭଲ। ତେବେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଙ୍ଗୀତ ପରିବେଷଣ ହେଉ ବା ଭାଷଣ କିମ୍ବା କୌଣସି କାର୍ଯ୍ୟକ୍ରମର ସଂଯୋଜନା କୌଣସି ପରିସ୍ଥିତିରେ ନିଶା ଦ୍ରବ୍ୟ ସେବନକରି କାର୍ଯ୍ୟକ୍ରମରେ ଯୋଗଦାନ ରଖନ୍ତୁ ନାହିଁ। କାରଣ ଏହା ନିଶ୍ଚିନ୍ତ ଭାବରେ ଆପଣଙ୍କ କଣ୍ଠସ୍ବରକୁ କ୍ଷତିଗ୍ରସ୍ତ କରିବ।
ଶାରୀରିକ ଓ ମାନସିକ କ୍ଳାନ୍ତି ସ୍ବରକୁ ପ୍ରଭାବିତ କରିଥାଏ। କୌଣସି କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଉତ୍ତମ ନିଦ୍ରା ଏବଂ ବିଶ୍ରାମ ଲୋଡ଼ା। ଯୋଗ, ପ୍ରାତଃ ଭ୍ରମଣ କରିବା ଭଲ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଅଧିକ ଚା’ ପିଅନ୍ତୁ ନାହିଁ। ଥଣ୍ଡା ପାନୀୟ, ପାନମସଲା ଆଦିଠାରୁ ଦୂରେଇ ରହନ୍ତୁ। ଉଷୁମ ପାଣିରେ ଗର୍ଗଲିଂ (ତଣ୍ଟିରେ ରଖି ଘଡ଼ଘଡ଼ କରିବା) କରନ୍ତୁ। ଦୁଇଥରରୁ ଅଧିକବାର ଖାଆନ୍ତୁ। ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଭଲ। କେବଳ ଥଣ୍ଡା ପାନୀୟ ନୁହେଁ ଫ୍ରିଜର ଥଣ୍ଡା ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରହିବା ଭଲ। ତେବେ ଏକାଥରକେ ପେଟପୂରା ଖାଆନ୍ତୁ ନାହିଁ। ଖିଆପିଆ ପରେ ଭଲ ଭାବେ କୁଳି କରନ୍ତୁ। ସବୁବେଳେ ଗୋଟିଏ କଥା ମନେରଖନ୍ତୁ ଯେ ମିଠା ସ୍ବର ଜଣଙ୍କ ବ୍ୟକ୍ତିତ୍ୱର ଅନନ୍ୟ ପରିଚୟ ଏହାକୁ ଯେପରି ନ ଭୁଲନ୍ତୁ।

ନାରାୟଣ ଚନ୍ଦ୍ର ବିଶ୍ୱାଳ
ବାକ୍‌ ଶ୍ରବଣ ବିଶେଷଜ୍ଞ, ‘ଧ୍ୱନି, ମଙ୍ଗଳାବାଗ, କଟକ, ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?