ସ୍ବଦେଶୀ ଜ୍ଞାନକୌଶଳ

ଗାନ୍ଧୀଙ୍କର ସ୍ବଦେଶୀ ଆନ୍ଦୋଳନ ଡାକରା, ବିଦେଶୀ ଜିନିଷ ହଟାଅ ଦେଶ ବଞ୍ଝାଅ ପରାଧୀନ ଭାରତର ସେତେବେଳେ ଯୁବଗୋଷ୍ଠୀକୁ ଏକ ନୂଆ ଦିଶା ମିଳିଥିଲା। ଆଜି ବି ସରକାରଙ୍କ ଆହ୍ବାନ ବିଦେଶୀ ଜିନିଷ ହଟାଅ, ବିକଶିତ ଭାରତ ବନାଅ। ୭୯ତମ ସ୍ବାଧୀନତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ- ଭାରତ ଆଜି, ସୋଲାର ଏନର୍ଜୀ ଉତ୍ପାଦନ, ନ୍ୟୁ କ୍ଲିୟର ଏନର୍ଜୀ ପ୍ରଗତି ପାଇଁ ଦ୍ରୁତ ଗତିରେ କାମ କରୁଛି। ସ୍ପେସ୍‌ ସେକ୍ଟର ବିକାଶ ପାଇଁ ଭାରତର ଯୁବକମାନେ ୩୦୦ ଷ୍ଟାର୍ଟଅପ ନିର୍ମାଣ କରିଛନ୍ତି। ମେକ୍‌ ଇନ୍‌ ଇଣ୍ତିଆ ଦ୍ୱାରା ଫ୍ଲାଇଟର ଜେଟ୍‌ ଇଞ୍ଜିନର ତିଆରି ଯୋଜନା ଚାଲିଛି। ଆଇଟି କ୍ଷେତ୍ର ହେଉ କି ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଦେଶର ସୁରକ୍ଷା ବଢ଼ାଇଛି ଏବଂ ଦେଶର ଯୁବପିଢ଼ିଙ୍କୁ ଆତ୍ମନିର୍ଭର ହୁଅନ୍ତୁ ବୋଲି ସମ୍ବୋଧନ କଲେ। ବିଦେଶୀ ଜିନିଷ ପ୍ରତି ଆକୃଷ୍ଟ ହେବା ଅପେକ୍ଷା ଆମ ଦେଶର ଜିନିଷ ପ୍ରତି ଆଗ୍ରହ ସୃଷ୍ଟି କରନ୍ତୁ।
ଲକ୍ଷ୍ମୌ ସହରରେ ପଢ଼ିବା ସମୟର ଏକ କାହାଣୀ। ଦିନକର କଥା, ବଜାରରୁ ପରିବା କିଣିବା ସମୟରେ ମୋ ସାଥିରେ ଥିବା ବନ୍ଧୁଜଣଙ୍କ ପଚାରିଲେ, ଭାଇ ଆପଣ କାହିଁକି ହାଟର ବୁଢ଼ୀଲୋକଙ୍କଠାରୁ ପରିବା କିଣିଲେ। ଆପଣ ଚାହିଁଥିଲେ ହାଟର ଅନ୍ୟମାନଙ୍କଠାରୁ ବା ଫ୍ରେଶ୍‌ ମାର୍ଟ ବା ଆମାଜନ୍‌ରୁ ପରିବା କିଣିପାରିଥାନ୍ତେ। ଏହାର କାରଣ କ’ଣ? ମୁଁ କହିଲି, ଆପଣ ଦେଖିଥିବେ ବୁଢ଼ୀ ମାଆଟି ସଂର୍ଘଷ କରୁଛି। ଅନୁଭବ କଲି, ପରିବା ବିକିଲେ ତା’ ପରିବାରର ଭୋକ ମେଣ୍ଟିବ। ସେଥିପାଇଁ ମୁଁ ଚିନ୍ତା କଲି ଅନ୍ୟମାନଙ୍କଠାରୁ ଜିନିଷ କିଣିବା ଅପେକ୍ଷା ବୁଢ଼ୀ ଲୋକଟାଠାରୁ ପରିବା କ୍ରୟ କରି ଅଧିକ ଦୁଇଟଙ୍କା ନେଲେ ମଧ୍ୟ ଭଲ। ଅନ୍ୟକୁ ହାତପାତି ଭିକ ମାଗିବା ଅପେକ୍ଷା ନିଜେ ସ୍ବାବଲମ୍ବୀ ହୋଇପାରିଛି। ଏହା ଆମମାନଙ୍କ ପାଇଁ ଚିନ୍ତା, ଚେତନା ଓ ସଚେତନ ହେଉ।
ଭାରତ ଆଜି ସ୍ବାବଲମ୍ବୀ ରାସ୍ତାରେ ଅବତୀର୍ଣ୍ଣ। ଏ କଥା ଆମେ କହୁନୁ, ଅପରେଶନ ସିନ୍ଦୂର କୁହେ। ମିଶାଇଲେ ମାଡ଼ରେ ଧରାଶାୟୀ ହୋଇଥିଲା ପାକିସ୍ତାନର ଅନେକ ଆତଙ୍କୀ ଆଡ଼୍ଡା। ଏହି ମିଶାଇଲ ଭାରତ ନିର୍ମିତ ସ୍ବଦେଶୀ ମିଶାଇଲ। ରୁଷିଆରେ ନିର୍ମିତ ଏସ୍‌-୪୦୦ କ୍ଷେପଣାସ୍ତ୍ରକୁ ପୁଣି ଭାରତରେ ନିଜସ୍ବ ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନ କୌଶଳରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ଭାରତର ସୁଦର୍ଶନଚକ୍ର ଭାବରେ ଜଣାଶୁଣା। ଭାରତକୁ ବିକଶିତ ରାଷ୍ଟ୍ର ରୂପେ ଦେଖିବାକୁ ହେଲେ ସ୍ବାବଲମ୍ବୀ ହେବାର ସମୟ ଆସିଛି। ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ। ପ୍ରେସ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ରିପୋର୍ଟ ଅନୁଯାୟୀ ଦେଶରେ ଯୁବପିଢ଼ି ୬୬% ରହିଛନ୍ତି। ଏହି ଯୁବପିଢ଼ି ଯଦି ନିଜ ଜ୍ଞାନ ଦ୍ୱାରା ନିଜେ ସ୍ବାବଲମ୍ବୀ ହୋଇ ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ ଆଗ୍ରହ ସୃଷ୍ଟି କରେ, ତେବେ ଖୁବ୍‌ କମ୍‌ ସମୟ ଭିତରେ ଭାରତ ଏକ ବିକଶିତ ଦେଶ ଭାବେ ପରିଣତ ହେବ। ବିଶ୍ୱରେ ଭାରତର ଜିଡିପି ଏବେ ଚତୁର୍ଥ ସ୍ଥାନରେ ରହିଛି। ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ଓ ଉତ୍ପାଦନ ଦ୍ୱାରା ଭାରତ ପ୍ରଥମ ହୋଇପାରିବ। ସ୍ବଦେଶୀ ଦ୍ୱାରା ଯୁବକମାନଙ୍କୁ ରୋଜଗାର ମିଳିବ, ସାଧାରଣ ଗରିବ ଲୋକଟିର ଆର୍ଥକ ସ୍ଥିତି ସବଳ ହେବ। ଠିକ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମିଳିବ ଓ ମୂଲ୍ୟ କମ୍‌ ରହିବ। ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କର ଚାଲଣା କମିବ। ଗାଁରେ ରହୁଥିବା ପରିବାରର ଅଭାବ ଦୂର ହେବ। ଭାରତକୁ ନାଲିଆଖି ଦେଖାଉଥିବା ଆମେରିକା ପରି ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ଆର୍ଥକ ସ୍ଥିତି ମେରୁଦଣ୍ତ ଭାଙ୍ଗି ପଡ଼ିବ। ସେଥିପାଇଁ ଏକ ଶକ୍ତିଶାଳୀ ସାମାଜିକ, ସାଂସ୍କୃତିକ ଭାବନା ବିକାଶ ପାଇଁ ଅହରହ ଚେଷ୍ଟା କରାଯିବା ଉଚିତ। ଲୋକମାନଙ୍କ ମଧ୍ୟରେ ଜାଗରଣ ଓ ସ୍ବାବଲମ୍ବୀ ଭାବନା ସୃଷ୍ଟି କରିବା ଦରକାର। ଦେଶରେ ସ୍ବଦେଶୀ ଏକ ଜନ ଆନ୍ଦୋଳନରେ ପରିଣତ ହେଉ ଏହା ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ କେବଳ ‘ଭାରତର ଜୟ’। ଭାରତ ଜୟର ଅର୍ଥ, ଦେଶରେ ବସବାସ କରୁଥିବା ଲୋକମାନଙ୍କ ସଂପୂର୍ଣ୍ଣ ବିକାଶ; ବିଶ୍ୱର ଅନ୍ୟ ଦେଶମାନଙ୍କୁ ମାର୍ଗ ଦର୍ଶନ ଏବଂ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ର ବାର୍ତ୍ତା। ସ୍ବଦେଶୀ ଆମମାନଙ୍କ ଜୀବନ ପରିବର୍ତ୍ତନର ବାହକ ହେଉ ଏବଂ ପୂଜାପାର୍ବଣରୁ ଆରମ୍ଭ ହେଉ ସ୍ବଦେଶୀ ଦ୍ରବ୍ୟର ବ୍ୟବହାର।
ଗଣମାଧ୍ୟମ ଗବେଷଣା ଛାତ୍ର,
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,
କୁନ୍ଦେଲା, ଗୁଜରାଟ
ମୋ: ୮୦୧୮୨୯୩୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?