ସ୍ୟୁ ଚୀଙ୍କୁ ପୁଣି ୪ ବର୍ଷ ଜେଲ୍‌ ଦଣ୍ଡାଦେଶ…

ନାପିଦ୍ୱ,୧୦।୧: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଅପରାଧରେ ସୋମବାର ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ତାଙ୍କ ବିରୋଧରେ ଅଣାଯାଇଥିବା ୨ଟି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଙdଙ୍କ୪ qବର୍lରେ ଜେଲ ଦଣ୍ଡାଦେଶ କରାଯାଇଥିଲା।

ମିଲିଟାରୀ ଶାସକଙ୍କ ବିରୋଧରେ ସେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ ବୋଲି ଅଭିଯୋଗ ଅଣାଯାଇଥିଲା। ଏହା ଦ୍ୱାରା ମିଲିଟାରୀ ଶାସକଙ୍କୁ ବିରୋଧ କରି ୧,୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସ୍ୟୁ ଚୀଙ୍କ ବିରୋଧରେ ମାମଲା ତାଙ୍କୁ ବଦନାମ କରିବା ତଥା ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ଷଡଯନ୍ତ୍ର ଭାବରେ କରାଯାଇଛି। ସେ କିପରି ରାଜନୀତିକୁ ଆଉ ନ ଫେରିବେ ସେଥିଲାଗି ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ସ୍ୟୁ ଚୀଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

ତାଙ୍କ ବିରୋଧରେ ଦୁର୍ନୀତି, ସରକାରୀ ଗୁପ୍ତ କାର୍ଯ୍ୟର ଉଲ୍ଲଂଘନ ଏବଂ  ଟେଲିକମ ଆଇନ  ଉଲ୍ଲଂଘନ ଭଳି ଅଭିଯୋଗ ରହିଛି। ଏସବୁର ବିଚାର ଜାରି ରହିଛି। ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସ୍ୟୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ତେବେ ସ୍ୟୁ ଚୀ ମିଳିଟାରୀ ଶାସକଙ୍କର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ମିଳିତ ଜାତିସଂଘ, ୟୁରୋପୀୟ ୟୁନିଅନ ଏବଂ ବ୍ରିଟେନ ସରକାର ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ କୋର୍ଟର ନିଷ୍ପତ୍ତି ଏବଂ ଜେଲ ଦଣ୍ଡକୁ ନିନ୍ଦା କରିଛନ୍ତି। ସଭିଏଁ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ମ୍ୟାନମାରର ସମ୍ବିଧାନରେ ଜେଲରେ ଦଣ୍ଡିତ ହେବା ପରେ କାହାକୁ ଉଚ୍ଚ ପଦବୀରେ ରହିବାକୁ କିମ୍ବା ସାଂସଦ-ବିଧାୟକ ହେବାକୁ ବାରଣ କରାଯାଇଛି। ମ୍ୟାନମାର ନିର୍ବାଚନରେ ସ୍ୟୁ ଚୀଙ୍କ ଦଳ ଏକତରଫା ବିଜୟ ହାସଲ କରିଥିବାବେଳେ ସେନା ସହ ଜଡିତ ଦଳକୁ ବହୁ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଫଳରେ ସେନା ପକ୍ଷରୁ ଭୋଟରେ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା। କିନ୍ତୁ ନିରପେକ୍ଷ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ତଦନ୍ତରେ କୌଣସି ଅନିୟମିତତା ହୋଇ ନ ଥିବା ଜଣା ପଡ଼ିଥିଲା। ମାତ୍ର ପରେ ସାମରିକ ଶାସକ କ୍ଷମତା ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?