ମଧ୍ୟାହ୍ନରେ ସ୍ତ୍ରୀଙ୍କ ସହ କଥା, ଅପରାହ୍ନରେ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର: ଗ୍ରାମରେ ଚାପା ଉତ୍ତେଜନା…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳର ଏକ ଘରୋଇ ପଥରଖଣିରେ କାମ କରୁଥିବା ଜଣେ ଓଡିଆ ଶ୍ରମିକ କୈବଲ୍ୟ ନାୟକଙ୍କ ଗତ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପରିବାରଲୋକେ ତାଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ସନ୍ଦେହ କରୁଛନ୍ତି। ଏଭଳି ସ୍ଥିତିରେ ବୁଧବାର ତାଙ୍କ ମରଶରୀର ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ପୈତୃକ ଗ୍ରାମ ଦଶିପୁର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିବା ସହ ଦୀର୍ଘ ସମୟ ଧରି ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକ ରଖି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, କୈବଲ୍ୟ ପରିବାର ପ୍ରତିପୋଷଣ ଲାଗି ୬ ମାସ ପୂର୍ବେ ଏହି ପଥରଖଣିରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ସୋମବାର ମଧ୍ୟାହ୍ନରେ ସେ ନିଜ ସ୍ତ୍ରୀଙ୍କ ସହ ମୋବାଇଲରେ କଥା ହୋଇଥିଲେ। ହେଲେ ଅପରାହ୍ନ ପ୍ରାୟ ୩ ଟାରେ କୈବଲ୍ୟଙ୍କ ମୃତଦେହ କମ୍ପାନୀ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ତାଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା । ଏନେଇ ପରିବାରଲୋକେ ଜାଣି ଦୁଃଖରେ ଭାଙ୍ଗି ପଡିଛନ୍ତି। ସେମାନେ ସାନଖେମୁଣ୍ଡି ବ୍ଳକ କଂସାମାରୀ ଗ୍ରାମର ଠିକାଦାର ଜିତୁ ଦୋରାଙ୍କ ସହ ଆଲୋଚନା ପରେ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିଲା । ତେବେ ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିବା ସହ ଆମ୍ବୁଲାନ୍ସରୁ ମୃତଦେହ ନିଆଯାଇ ନ ଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ଦିଆଯାଇଛି । ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମୃତଦେହର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି ।

Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଦୀପକ

ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍‌ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ…

ସମିତିସଭ୍ୟ ପୀତବାସ ସାହୁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ବଡପଡା ସମିତିସଭ୍ୟ ପୀତବାସ ସାହୁ ଶୁକ୍ରବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଆଜକୁ କିଛି ମାସ ହେବ…

କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବର୍ତ୍ତା, କହିଲେ ଆମେ ଚୁପ୍‌ହୋଇ…

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍‌ ହୋଇ ବସିବେ ନାହିଁ…

ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?