Posted inଫୁରସତ

ଅନେକରେ ଏକ: ସୁସ୍ମିତା

ଜଣେ ଚିତ୍ରକର, ସୁଲେଖିକା, ନୃତ୍ୟାଙ୍ଗନା, ସମାଜସେବୀ, ପ୍ରଶିକ୍ଷକ, ସ୍ତମ୍ଭକାର, ବ୍ୟଙ୍ଗକାର, ବକ୍ତା, ଅଭିନେତ୍ରୀ, ସମ୍ବାଦ ପାଠିକା, ଏମିତି କେତେ କ’ଣ ବିଶେଷ ଗୁଣର ଅଧିକାରିଣୀ ସେ। ସଉକରେ ନୁହେଁ ବରଂ ସବୁଥିପାଇଁ କାମ କରି ଅନେକ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରୀୟ ପୁରସ୍କାର ଓ ସମ୍ମାନ ହାସଲ କରିଛନ୍ତି ସେ। ବିଦ୍ୟାଳୟ ପରିଚାଳନା ହେଉ କି ସ୍କାଉଟ୍ସ ଏବଂ ଗାଇଡ୍ସ ଶିବିରରେ ନେତୃତ୍ୱ ନେବା, ସେ ନିର୍ବାହ କରୁଥାଆନ୍ତି ପ୍ରଦତ୍ତ କାର୍ଯ୍ୟ ସବୁ ଖୁବ୍‌ ଶୃଙ୍ଖଳିତ ଢଙ୍ଗରେ । ସେ ଭିତରେ ଘର କାମ, ଲେଖାଲେଖି, ଜାତୀୟ କି ଅନ୍ତର୍ଜାତୀୟ ଶୈକ୍ଷିକ ସେମିନାରରେ ଯୋଗଦାନ ଚାଲିଥାଏ ତାଙ୍କର ନିରବଚ୍ଛିନ୍ନ ଭାବରେ । ସମୟ ହେଉନି ବୋଲି ସମସ୍ତେ କହୁଥିବାବେଳେ ସେ ଖୁବ୍‌ ଶାନ୍ତ ଏବଂ ସୁନ୍ଦର ଭାବରେ ସମୟର ସଠିକ୍‌ ପରିଚାଳନା କରନ୍ତି। ତାଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତିଟି ମଣିଷ ଜାଣନ୍ତି ସେ କାମସବୁକୁ ଚାପ ହିସାବରେ ନ ନେଇ ଆଦର ସହକାରେ ନିର୍ବାହ କରୁଥାନ୍ତି । ସେ ହେଉଛନ୍ତି ସୁସ୍ମିତା ମହାପାତ୍ର । ଅଗଷ୍ଟ ୫, ୧୯୭୪ରେ ନୀଳଗିରି, ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ସୁସ୍ମିତାଙ୍କ ବାପା ହରିହର ମହାପାତ୍ର, ମା’ ଦ୍ରୌପଦୀ ମହାପାତ୍ର, ଝିଅର କୃତିକୁ ନେଇ ଯେତିକି ଗର୍ବ କରନ୍ତି, ତାଙ୍କ ଶାଶୁ, ଶ୍ୱଶୁର ତାଠୁଁ ଅଧିକ ଗର୍ବିତ, ତାଙ୍କୁ ବୋହୂ ରୂପେ ପାଇ । ସେମାନେ ବିଶ୍ୱାସ ରଖନ୍ତି ସୁସ୍ମିତା ଅଧିକରୁ ଅଧିକ କାମ କରି ଇତିହାସର ଗୋଟିଏ ସୁନ୍ଦର ଫର୍ଦ୍ଦର ଅଧିକାରିଣୀ ହେବ ।
ସମ୍ପ୍ରତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬, ରାଉରକେଲାରେ କାମ କରୁଥିବା ସୁସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌.ଏସ୍‌ସି., ବିଏଡ୍‌ । ଟୁରିଜମ ଏବଂ କମ୍ପ୍ୟୁଟର ବିଜ୍ଞାନରେ ମଧ୍ୟ ବିଶେଷ ତାଲିମପ୍ରାପ୍ତ । ଶିକ୍ଷକତା ବୃତ୍ତି ସିନା, ସାହିତ୍ୟ ଓ ସମାଜସେବା ମୋ ପ୍ରବୃତ୍ତି ବୋଲି ସେ ଅଳ୍ପ ହସି କୁହନ୍ତି । ଶିକ୍ଷା କ୍ଷେତ୍ରରେ ଉଭୟ ଶିକ୍ଷାଦାନ ଏବଂ ଶୈକ୍ଷିକ ପ୍ରଶାସନରେ ସୁସ୍ମିତା କାମ କରିବା ସହ ତଜ୍ଜନିତ ସୁବିଧା ଅସୁବିଧାଗୁଡିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଲାଗି ନିର୍ଭୀକ ଭାବରେ କଲମ ଚାଳନା କରିଆସୁଛନ୍ତି । ତାଙ୍କ ଲିଖିତ ସ୍ତମ୍ଭଗୁଡିକ ଧରିତ୍ରୀ ସମେତ ବିଭିନ୍ନ ଓଡ଼ିଆ ଖବରକାଗଜ ଏବଂ ଦି ଟେଲିଗ୍ରାଫ, ଟାଇମ୍‌ସ ଅଫ୍‌ ଇଣ୍ଡିଆ ପରି ଇଂରାଜୀ ଖବରକାଗଜ ଏବଂ ବିଜ୍ଞାନ ଦିଗନ୍ତ, ସାଇନ୍ସ ହରୋଇଜନ, କାଳଜୟୀ ଆଦିରେ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ତାଙ୍କ ଗବେଷଣା ସନ୍ଦର୍ଭଗୁଡିକ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଜର୍ନାଲଗୁଡ଼ିକରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ମାର୍ଚ୍ଚ ୮, ୨୦୦୦ ମସିହାରେ ସେ ପ୍ରତିଷ୍ଠା କରିଛନ୍ତି ପ୍ରେରଣା ମହିଳା ସମିତି, ଯାହା ମହିଳାଙ୍କୁ ନିଜର ସ୍ବତନ୍ତ୍ରତା ପ୍ରଦର୍ଶନ କରିବା ସହ ସ୍ବାବଲମ୍ବୀ ହେବାକୁ ଉତ୍ସାହିତ କରେ । ତାଙ୍କ କୃତିର ତାଲିକା ଦୀର୍ଘ। ତାଙ୍କ ସାହିତ୍ୟ କୃତି ସୁବୋଧ୍ୟ ବିଜ୍ଞାନ(ଭୌତିକ ବିଜ୍ଞାନଭିତ୍ତିକ କବିତା ସଂକଳନ), ଜୀବ ଜଗତର ରହସ୍ୟ(ଜୀବ ବିଜ୍ଞାନଭିତ୍ତିକ କବିତା ସଂକଳନ), ପ୍ରାଣରୁ ପ୍ରଣବ(ଆଧ୍ୟାତ୍ମିକ ଗ୍ରନ୍ଥ), ଅନାବରଣ(ଗଳ୍ପ ସଂକଳନ), ପଦ୍ମବର୍ଣ୍ଣା(ଉପନ୍ୟାସ) ଆଦି ପାଠକଙ୍କ ଶ୍ରଦ୍ଧାଭାଜନ ହୋଇସାରିଛି । ଏତଦ୍‌ ଭିନ୍ନ ଅନେକ ବିଜ୍ଞାନ ରହସ୍ୟ, ଗଳ୍ପ ଓ କବିତା, ପ୍ରବନ୍ଧ, ବ୍ୟଙ୍ଗ, ଭ୍ରମଣ କାହାଣୀ, ସମୀକ୍ଷା ବିଭିନ୍ନ ପତ୍ର ପତ୍ରିକାରେ ସ୍ଥାନିତ ହୋଇ ସୁସ୍ମିତାଙ୍କ କଲମକୁ ଅଧିକରୁ ଅଧିକ ସକ୍ରିୟ କରିଛି । ସୂକ୍ଷ୍ମକଳା ସମ୍ମାନ, ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ,
ବିନ୍ଦୁ ବଳୟ ଶ୍ରେଷ୍ଠ ନାଟ୍ୟ ଅଭିନେତ୍ରୀ ସମ୍ମାନ, ଶ୍ରେଷ୍ଠ ଛାତ୍ରୀ ସମ୍ମାନ, ଫକୀର ମୋହନ ମହାବିଦ୍ୟାଳୟ ବାଲେଶ୍ୱର, ଲୋକଶକ୍ତି ଶ୍ରେଷ୍ଠ ଚଳଚ୍ଚିତ୍ର ନାୟିକା ସମ୍ମାନ, କଲମ୍ବୋ କନ୍ୟା, କ୍ୟାଣ୍ଡି (ଶ୍ରୀଲଙ୍କା), ଯୁଗର ସଂଘମିତ୍ରା, କଲମ୍ବୋ ଶ୍ରେଷ୍ଠ କବୟିତ୍ରୀ, ବାଲେଶ୍ୱର ସାହିତ୍ୟ ଶ୍ରୀ, ବାଲେଶ୍ୱର ଭାଷାଗତ ସମନ୍ବୟ ଓ ଶାନ୍ତି, ଜବଲପୁର, ମଧ୍ୟପ୍ରଦେଶ ଅନ୍ତର୍ଜାତୀୟ କବୟିତ୍ରୀ ସମ୍ମାନ (AIPC), ବ୍ଲେସ୍‌ଡ ଜୁନୋ, ବ୍ୟାଙ୍କକ (ଥାଇଲାଣ୍ଡ), ରାଜ୍ୟସ୍ତରୀୟ ସୁନାଫୁଲ ଶିଶୁ ଶ୍ରୀ ସମ୍ମାନ
ସମ୍ବାଦ ପାଠିକା ସମ୍ମାନ – SAIL, ରାଉରକେଲା, ଓଡ଼ିଶା ନାରୀ ପ୍ରତିଭା ସମ୍ମାନ, କବି ରେବତୀ ସାହୁ ସ୍ମୃତି ସମ୍ମାନ, ଇସ୍ପାତ ସାହିତ୍ୟ ସଂସଦ, ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣା ସୁପ୍ରାବନ୍ଧିକା ସମ୍ମାନ, ଡୋଭ ବ୍ୟଙ୍ଗକବି ସମ୍ମାନ, ଆଲତୁ ଫାଲତୁ ବ୍ୟଙ୍ଗକବି ସମ୍ମାନ, ରାଉରକେଲା, ହାପି ମୋମେଣ୍ଟସ ଶ୍ରେଷ୍ଠ ଶିକ୍ଷୟିତ୍ରୀ ସମ୍ମାନ, ଦଧୀଚି ସମ୍ମାନ, ଲୋକ ସେବକ ମଣ୍ଡଳ, ସମାଜ, ତେଲିଙ୍ଗିବାଜା ବିଜ୍ଞାନ ସମ୍ମାନ, ଜାତୀୟ ବିଜ୍ଞାନ ସମ୍ମାନ: IEE-ଅହମଦାବାଦ (NTSC), RIE – ଭୋପାଳ (NCERT), RIE- ଭୁବନେଶ୍ୱର (NCERT), ଅନ୍ତର୍ଜାତୀୟ ବିଜ୍ଞାନ ସମ୍ମାନ(ଜଳ ଭବିଷ୍ୟତ) ଡ. ଏ.ପି.ଜେ. ଅବଦୁଲ କଲାମ ପ୍ରଫେଶନାଲ ଆଚିଭର୍ସ ଆୱାର୍ଡ, କରୋନା ଯୋଦ୍ଧା ସମ୍ମାନ, ସଚ୍ଚିଦାନନ୍ଦ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ ଏକବିଂଶ ଶତାବ୍ଦୀ ଶିକ୍ଷାବିତ୍‌ ସମ୍ମାନ, ନିର୍ଭୟା ଶିକ୍ଷା ସମ୍ମାନ ଭଳି ଅନେକ ମାନସମ୍ମାନର ତାଲିକା ସୁସ୍ମିତାଙ୍କର।
ତାଙ୍କ ବ୍ୟକ୍ତିତ୍ୱ ବହୁମୁଖୀ । ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ ।

-ମାନମୟୀ ରଥ
– ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?