ସୁଷମା ସ୍ବରାଜ ଗୁରୁତ୍ୱପୂର୍ଣ୍ଣ ନ ଥିଲେ: ମାଇକ ପୋମ୍ପିଓ…

ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ସେ ତାଙ୍କର ତତ୍କାଳୀନ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନେତା ଭାବରେ ସେ କେବେ ମଧ୍ୟ ଦେଖି ନାହାଁନ୍ତି । କିନ୍ତୁ ଅପରପକ୍ଷରେ ତାଙ୍କ ସହିତ ପ୍ରଥମ ସାକ୍ଷାତ ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା।

ପୋମ୍ପିଓ ତାଙ୍କ ପୁସ୍ତକ ‘ ନେଭର ଗିଭ୍‌ ଆନ୍‌ ଇଞ୍ଚ୍‌: କେବେ ବି ଏକ ଇଞ୍ଚ: ଫାଇଟିଙ୍ଗ ଫର୍‌ ଦ ଆମେରିକା ଆଇ ଲଭ୍‌’ ରେ ସୁଷମା ସ୍ବରାଜଙ୍କ ପାଇଁ ଏଭଳି ଶବ୍ଦ ବ୍ୟବହାର କରିଛନ୍ତି। ସୁଷମା ମେ’ ୨୦୧୪ ରୁ ମେ’ ୨୦୧୯ ପର୍ଯ୍ୟନ୍ତ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଥିଲେ। ଅଗଷ୍ଟ ୨୦୧୯ ରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ପୁସ୍ତକରେ ଲେଖିଛନ୍ତି ଯେ ତାଙ୍କ ସମୟରେ ଭାରତୀୟ ବୈଦେଶିକ ନୀତି ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ନ ଥିଲେ। ଏହା ବଦଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ତଥା ବିଶ୍ୱସ୍ତ ବିଶ୍ୱାସୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଅଧିକ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ।

ଏଥିସହ ସେ ଲେଖିଛନ୍ତି ଯେ ତାଙ୍କର ଦ୍ୱିତୀୟ ଭାରତୀୟ ପ୍ରତିପକ୍ଷ ଥିଲେ ସୁବ୍ରମଣ୍ୟମ ଜୟଶଙ୍କର। ମେ’ ୨୦୧୯ରେ, ଆମେ ତାଙ୍କୁ ଭାରତର ନୂତନ ବହିର୍ବ୍ୟାପାର ମନ୍ତ୍ରୀ ଭାବରେ ସ୍ବାଗତ କରିଥିଲୁ। ମୁଁ ମୋ କାର୍ଯ୍ୟକାଳ ସମୟରେ ତାଙ୍କ ଅପେକ୍ଷା ଭଲ ପ୍ରତିପକ୍ଷ ଦେଖି ନ ଥିଲି। ମୁଁ ତାଙ୍କୁ ଭଲ ପାଏ। ସେ କହୁଥିବା ସାତୋଟି ଭାଷା ମଧ୍ୟରୁ ଇଂଲିଶ୍‌ ହେଉଛି ଗୋଟିଏ। ତାଙ୍କ ଭାଷା ମୋ ଅପେକ୍ଷା ଭଲ। ପୋମ୍ପିଓ ଜୟଶଙ୍କରଙ୍କୁ ବୃତ୍ତିଗତ, ଯୁକ୍ତିଯୁକ୍ତ ତଥା ଦେଶର ଜଣେ ଗୁରୁତ୍ୱପୂର୍ଣ୍ଣ ରକ୍ଷକ ଭାବରେ ବର୍ଣ୍ଣନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?