ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ ଏଫଆଇଆର୍‌ ପଞ୍ଜିକରଣ କରିଛି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ସିବିଆଇ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି। ଏହି ଦଳ ଗୁଜୁରାଟର କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଅଛନ୍ତି। ସୁଶାନ୍ତ ମାମଲାରେ ଇଡି ଅଗଷ୍ଟ ୭ରେ ରିୟା ଚକ୍ରବର୍ତ୍ତୀଙ୍କୁ ଡାକିଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ ଇଡି ସମ୍ମୁଖରେ ହାଜର ହେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ମାମଲାର ଶୁଶଣି ଶେଷ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କ ବୟାନ ନିଆ ନ ଯାଉ ବୋଲି ସେ କହିଛନ୍ତି। ରିୟାଙ୍କୁ ସମନ ହ୍ବାଟ୍ସଆପ୍‌ରେ ମିଳିଥିଲା। ଫଳରେ ସେ ଇଡିକୁ ମେଲରେ ନିଜ ଜବାବ ଦେଇଛନ୍ତି। ଇଡି ରିୟାଙ୍କ ଅମିଲ ଖାରଜ କରିଦେଇଛନ୍ତି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡଗାମ୍‌ରେ ସୁରକ୍ଷାର୍କମୀଙ୍କ ସର୍ଚ୍ଚ ଅପରେଶନ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀର ବଡଗାମ୍‌ ଜିଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଚଦୁରା...

ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଏୟାର ଇଣ୍ଡିଆ: ଏ-୩୨୦ ଏୟାର ବସ୍‌ରେ ଗାନ୍ଧୀଙ୍କ ଛବି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଦେଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଏୟାର...

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ...

ଉନ୍ନାଓ ଘଟଣାରେ ମର୍ମାହତ ମହିଳା ନିଜ ଝିଅ ଉପରେ ଢାଳିଲେ ପେଟ୍ରୋଲ: ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୭।୧୨: ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ସଫ୍‌ଦରଜଙ୍ଗ ହସ୍ପିଟାଲ ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ...

ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା...

ରାଜ୍ୟସଭାରେ ସିଟ୍‌ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍‌ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ...

ମୋବାଇଲ୍‌ ଇଣ୍ଟରନେଟ୍‌ ଯୋଗୁ ନ ବଢୁ ଦୂରତା: ପ୍ରତିଦିନ ସନ୍ଧ୍ୟାରେ ଗାଁର ୧୧ ପରିବାର ଘଣ୍ଟାଏ କରୁଛନ୍ତି ଗପସପ

ରାୟପୁର,୨୦।୧: ସମ୍ପ୍ରତି ମୋବାଇଲ୍‌ ଇଣ୍ଟରନେଟ୍‌ ଯୋଗୁ ଲୋକେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ସାଇଟ୍‌ରେ ଦେଶ-ବିଦେଶରେ ବହୁ ଲୋକଙ୍କ ସହିତ ବନ୍ଧୁତା କରିପାରୁଛନ୍ତି। ତେବେ ଇଣ୍ଟରନେଟ୍‌ରେ ବ୍ୟସ୍ତ...

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ...

Coronavirus Update


Archives

Model This Week

Why Dharitri