Posted inଖେଳ

‘ଯଦି ଟି୨୦ରେ ସଫଳ, ତେବେ ଦିନିକିଆରେ ବିଫଳ କାହିଁକି ହେଉଛି’

ନୂଆଦିଲ୍ଲୀ,୨୯।୮: ଏସିଆ କପ୍‌ ଲାଗି ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ମଧ୍ୟକ୍ରମରେ ଶ୍ରେୟାସ ଆୟର ଖେଳି ନ ପାରିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ। ହେଲେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଉଲ୍ଲେଖନୀୟ ନୁହେଁ। ଏଥିଲାଗି ସେ ଦିନରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି।

ଟି୨୦ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ସୂର୍ଯ୍ୟକୁମାର। ହେଲେ ଦିନିକିଆରେ ଫେବୃୟାରୀ ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଖେଳିଥିବା ୨୦ ମ୍ୟାଚ୍‌ରେ ସେ ଗୋଟିଏ ବି ଅର୍ଦ୍ଧଶତକ ମାରି ପାରିନାହାନ୍ତି। ନିଜର ପ୍ରଦର୍ଶନ ଏବଂ ପ୍ରସ୍ତୁତି ନେଇ ସେ ଗଣମାଧ୍ୟମକୁ କହିଛନ୍ତି, ମୋତେ ଯେଉଁ ଭୂମିକା ମିଳିବ ତାକୁ ଶତ ପ୍ରତିଶତ ଦେବାକୁ ଚାହୁଁଛି। ଦିନିକିଆରେ ଭଲ ପ୍ରଦର୍ଶନ ଲାଗି ମୁଁ ବ୍ୟାକୁଳ। ସମସ୍ତେ କହୁଛନ୍ତି ମୁଁ ଟି୨୦ରେ ଭଲ ଖେଳୁଛି। ଦେଖିବାକୁ ଗଲେ ଉଭୟ ଫର୍ମାଟରେ ଧଳାବଲ୍‌ ବ୍ୟବହାର ହେଉଛି। ଏଣୁ ମୁଁ ଦିନିକିଆରେ କ’ଣ ପାଇଁ ସଫଳତା ହାସଲ କରିପାରୁନାହିଁ ତାହା ପ୍ରଶ୍ନ। ଏହି ଫର୍ମାଟ ସବୁଠାରୁ ଚ୍ୟାଲେଞ୍ଜିଂ ଥିବାରୁ ମୁଁ ଭଲ ଭାବେ ଅଭ୍ୟାସ କରୁଛି। ଆଶା କରୁଛି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବା ସହ ଏହି ଫର୍ମାଟରେ ଭଲ ଖେଳିବାର ପଦ୍ଧତି ଖୋଜି ପାଇବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଯାଉଛନ୍ତି କି? ପୂର୍ୱରୁ ଜାଣିନିଅନ୍ତୁ ସୁନା ଦୋକାନର ସ୍କିମ୍‌ ପଛର ସତ…

ନୂଆଦିଲ୍ଲୀ,୧୮।୪: କିସ୍ତିରେ ସୁନା କିଣିବା ଏକ ବୁଦ୍ଧିମାନ ଧାରଣା। ଆପଣ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ରଖିଛନ୍ତି, ଏବଂ ସମୟସୀମା ଶେଷ ହେବା ପର୍ଯ୍ୟନ୍ତ,…

ଇରାନ-ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କେବେ ଏବଂ କେଉଁଠି ହେବ? ସାମ୍ନାକୁ ଆସିଲା ସ୍ଥାନ ସହ ତାରିଖ

ତେହରାନ,୧୮।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, କୂଟନୈତିକ ପ୍ରୟାସ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ସୋମବାର (୨୦ ଏପ୍ରିଲ, ୨୦୨୬) ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ…

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ହୋଟେଲ ଉପରେ ଅତର୍କିତ ଚଢ଼ାଉ: ମୁଖ୍ୟ ସଡ଼କରୁ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୧୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଛି। ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ହୋଟେଲ ଗୁଡିକରେ…

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ…

ପରବର୍ତ୍ତୀ ଟାର୍ଗେଟକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଲେ ୭୦ ବର୍ଷ ଧରି ଅପେକ୍ଷା କରିଛନ୍ତି ଲୋକେ

ଓ୍ବାଶିଂଟନ୍‌,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri