Posted inଜାତୀୟ

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା ମତଦାନରେ ହିଁ ଭାଜପାର ୭୭ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଗତ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ତ୍ରିପୁରା ରାଜ୍ୟ ନିର୍ବାଚନ ଆୟୋଗ (SEC) ଶାସକ ଭାଜପାର ୭୭ ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି। ଏହା ସହିତ ଭୋଟ ପୂର୍ବରୁ ୭୭ଟି ଆସନରେ ଭାଜପାର ବିଜୟ ସୁନିଶ୍ଚିତ ହୋଇଛି।

ତ୍ରିପୁରା ରାଜ୍ୟ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ୫ଟି ପୌରାଞ୍ଚଳର ୬୫ଟି ଆସନରେ ଅନ୍ୟ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥିଲେ। ଏଥିରେ ଦକ୍ଷିଣ ତ୍ରିପୁରା ଜିଲାର ଶାନ୍ତିର ବଜାର, ପଶ୍ଚିମ ତ୍ରିପୁରା ଜିଲାର ରାଣୀର ବଜାର ଏବଂ ଧଲାଇ ଜିଲାର କମଳପୁର, ଜିରାନିଆ ଓ ମୋହନପୁର ପୌରାଞ୍ଚଳ ସାମିଲ ରହିଛି। ଫଳରେ ଏହି ୬୫ଟି ଆସନରେ ଭାଜପାର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଏହାବ୍ୟତୀତ ଧଲାଇ ଜିଲାର ଅମ୍ବାସା, ସିପାହିଜଲା ଜିଲାର ବିଶାଳଗଡ଼ ଏବଂ ଖୋୱାଇ ଜିଲାର ତେଲିଆମୁରା ଭଳି ୩ଟି ପୌରାଞ୍ଚଳର ୧୨ଟି ଆସନରେ ମଧ୍ୟ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଅନ୍ୟପଟେ ବିରୋଧୀ ଦଳ CPIM ଓ କଂଗ୍ରେସର ନେତାମାନେ ଶାସକ ଦଳର କର୍ମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିରୋଧୀ ଦଳର ପ୍ରାର୍ଥୀମାନଙ୍କୁ ଶାସକ ଦଳର ଲୋକମାନେ ଧମକ ଦେଇଥିବା ସେମାନେ କହିଛନ୍ତି। ଏପରିକି ଏହି ୫ଟି ପୌରାଞ୍ଚଳର ନିର୍ବାଚନରେ ଭାଗ ନନେବା ପାଇଁ ପ୍ରାର୍ଥୀଙ୍କ ପ୍ରସ୍ତାବକମାନଙ୍କୁ ମଧ୍ୟ ଭୟଭୀତ କରାଯାଇଥିବା ଅଭିଯୋଗ ହୋଇଛି।

CPIMର ତ୍ରିପୁରା ରାଜ୍ୟ ସମ୍ପାଦକ ତଥା ବିରୋଧୀ ଦଳ ନେତା ଜିତେନ୍ଦ୍ର ଚୌଧୁରୀଙ୍କ ଅନୁସାରେ, ବାମପନ୍ଥୀ ଦଳର ପ୍ରାର୍ଥୀମାନେ ଯେପରି ନିର୍ବାଚନ ଲଢ଼ି ନପାରିବେ, ସେଥିପାଇଁ ଭାଜପା କର୍ମୀମାନେ ତାଙ୍କ ଦଳର ନେତା, ପ୍ରାର୍ଥୀ ଓ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ହେବାକୁ ଥିବା ତ୍ରିପୁରା ପୌର ନିର୍ବାଚନରେ CPIM ଓ କଂଗ୍ରେସ ମିଳିତ ଭାବେ ଲଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ଦଳ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହେବା ସତ୍ତ୍ୱେ କୌଣସି ସକାରାତ୍ମକ ଫଳାଫଳ ମିଳିନଥିଲା। ଫଳରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରିନଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ,…

ଶୀତୁଆ ସକାଳର କାକର ଭିଜା ସ୍ପର୍ଶ: ରାଜ୍ୟରେ ଖସିଲା ପାରଦ, ସବୁଠୁ ଥଣ୍ଡା ସହର ଏବେ…

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ…

IPL ଅକ୍ସନ ପୂର୍ବରୁ ବିବାହ କଲେ SRH ମାଲିକାଣୀ କାବ୍ୟା ମାରାନ: ଜାଣନ୍ତୁ କାହାକୁ ବାଛିଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH)ର ମାଲିକାଣୀ କାବ୍ୟା ମାରାନ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ କାବ୍ୟାଙ୍କ ସହ…

ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ୩୧ ବର୍ଷୀୟ ଏହି ଧୁରନ୍ଧର ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା…

ନ୍ୟୁଜିଲାଣ୍ଡ ସିରିଜ ମଝିରେ ବଡ଼ ହଲଚଲ: ଗିଲ-ରାହୁଲ ଆଉଟ୍‌, କୋହଲି-ରୋହିତ ଖେଳିବେ କି ନାହିଁ, ଆସିଲା ଅପଡେଟ୍‌

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?