Posted inଖେଳ

ବାବରଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର

ଦୁବାଇ, ୨୧।୯:ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ  ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମୋହାଲିରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲେ ହେଁ ସୂର୍ଯ୍ୟ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହି ଇନିଂସ ତାଙ୍କୁ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଥିବା ମହମ୍ମଦ ରିଜଓ୍ବାନଙ୍କ ନିକଟତର କରାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ରିଜଓ୍ବାନ ୮୨୫ ପଏଣ୍ଟ ସହିତ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରାମ ୭୯୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ସୂର୍ଯ୍ୟ ୭୮୦ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଆସିଛନ୍ତି। ବାବର ୭୭୧ ପଏଣ୍ଟରେ ଅଛନ୍ତି। ଭାରତର ତାରକା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୨ଟି ସ୍ଥାନ ଉପରକୁ ଉଠି ୬୫ରେ ପହଞ୍ଚତ୍ ଯାଇଛନ୍ତି। ସେହିପରି ଅକ୍ଷର ପଟେଲ ୨୪ଟି ସ୍ଥାନ ଲମ୍ଫମାରି ୩୩ତମ ସ୍ଥାନକୁ ଆସିଛନ୍ତି।
ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ୍‌ ହାଜେଲଉଡ୍‌ ବୋଲରଙ୍କ ତାଲିକାର ଶୀର୍ଷରେ ଅପରାଜିତ ରହିଛନ୍ତି। ପୂର୍ବ ମ୍ୟାଚରେ ସେ ଟିମ୍‌ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଉଇକେଟ ନେଇ ନିଜ ସ୍ଥାନକୁ ସୁଦୃଢ଼ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଟାବ୍ରାଇଜ୍‌ ଶାମ୍‌ସି ଓ ଇଂଲଣ୍ଡର ଆଡିଲ ରଶିଦ ପରବର୍ତ୍ତୀ ୨ ସ୍ଥାନରେ ଅଛନ୍ତି। ଟପ୍‌-୧୦ରେ ଭାରତର କେବଳ ଭୁବନେଶ୍ୱର କୁମାର (୯ମ ସ୍ଥାନ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

୩୩ ବର୍ଷ ରେକର୍ଡ ଭାଙ୍ଗିଲେ ଅଧିନାୟକ

ଜୋହାନ୍ସବର୍ଗ,୬।୧: ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍‌ ଏଲଗାର...

ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହେଲେ ଡୁ’ପ୍ଲେସି

ସେଞ୍ଚୁରିଅନ୍‌, ୨୮ା୧୨: ଶ୍ରୀଲଙ୍କା ବିପକ୍ଷରେ ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି ଦକ୍ଷିଣ...

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯...

ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍‌ ଫାଇନାଲ ଲାଗି ମାଗଣା ଟିକେଟ୍‌; ଜାଣନ୍ତୁ…

ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ପ୍ରଶଂସକଙ୍କ କ୍ରେଜ୍‌ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ...

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି।...

ନାଡାଲଙ୍କୁ ରୋକିଲେ ଅଷ୍ଟ୍ରେଲିଆନ ଓପନ ସୁରକ୍ଷାକର୍ମୀ

ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର...

ସ୍ବଦେଶ ଫେରିଲେ କ୍ରିସ୍‌ ଓକ୍ସ

ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି...

Advertisement
Archives

Model This Week