ଜ୍ୟୋତିଷ ଗଣନା ଅନୁସାରେ, ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ତୁଳା ରାଶିରେ ରହିବେ । ଏହା ପରେ ସୂର୍ଯ୍ୟ ବିଛା ରାଶିକୁ ଗୋଚର କରିବେ । ସୂର୍ଯ୍ୟଙ୍କ ଏହି ସ୍ଥିତି ଯୋଗୁଁ ୬ଟି ରାଶିର ବ୍ୟକ୍ତିଙ୍କ ମାନ-ସମ୍ମାନ ବୃଦ୍ଧି ସହ ଆର୍ଥିକ ଉନ୍ନତିର ସମ୍ଭାବନା ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍ ମିଳିବ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିପାରେ । ବ୍ୟବସାୟୀଙ୍କୁ ନୂଆ ଚୁକ୍ତିରୁ ଭଲ ଲାଭ ମିଳିବାର ଯୋଗ ରହିଛି।
ବୃଷ: ଆର୍ଥିକ ଲାଭର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଧନସମ୍ପତ୍ତି ବୃଦ୍ଧି ହୋଇପାରେ। ଅଟକି ରହିଥିବା ଟଙ୍କା ଫେରିପାଇବାର ଯୋଗ ରହିଛି।
ସିଂହ : ସିଂହ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଦିଗରୁ ଲାଭ ମିଳିପାରେ । ସମାଜରେ ମାନ-ସମ୍ମାନ ବଢ଼ିବା ସହ କ୍ୟାରିୟରରେ ସଫଳତା ମିଳିପାରେ ।
ଧନୁ : ଜୀବନରେ ଚାଲିଥିବା ସମସ୍ୟାରୁ ଆଶ୍ୱସ୍ତି ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିବ। ନିବେଶରୁ ଲାଭର ସମ୍ଭାବନା ରହିଛି, ତେବେ ନିବେଶ ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ।
ମକର : କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ମାନ-ସମ୍ମାନ ବୃଦ୍ଧି ସହ ପଦୋନ୍ନତିର ସମ୍ଭାବନା ରହିଛି ।
କୁମ୍ଭ : ଆୟ ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ। ଆର୍ଥିକ ଯୋଜନା ଓ ନିବେଶ ପାଇଁ ଏହି ସମୟ ଅନୁକୂଳ ରହିପାରେ ।

