ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ଏହି ସମୟରେ ଶାରଦୀୟ ନବରାତ୍ରି ପର୍ବ ମଧ୍ୟ ଚାଲିଥିବ।

ସୂର୍ଯ୍ୟଙ୍କ ଗୋଚର ସହ ମା’ ଦୁର୍ଗାଙ୍କ ଆରାଧନାର ଏହି ସଂଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଫଳଦାୟୀ ହୋଇପାରେ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି। ଏହି ସମୟରେ କିଛି ଜାତକଙ୍କୁ ଧନଲାଭ, ମନପସନ୍ଦ ଚାକିରି, ସଫଳତା ଓ ସମ୍ମାନ ମିଳିବାର ଯୋଗ ରହିପାରେ। ବିଶେଷକରି ୩ଟି ରାଶି ପାଇଁ ଏହି ସମୟ ଶୁଭ ହୋଇପାରେ ବୋଲି କୁହାଯାଉଛି।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଅନୁକୂଳ ଫଳ ଆଣିପାରେ। ମା’ ଦୁର୍ଗାଙ୍କ କୃପାରେ ଏହି ସମୟରେ ଭାଗ୍ୟର ସାଥ ମିଳିବାର ଯୋଗ ରହିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବା ସହ ଧନଲାଭର ସୁଯୋଗ ମିଳିପାରେ।
କର୍ମକ୍ଷେତ୍ରରେ କରିଥିବା ପ୍ରୟାସର ସକାରାତ୍ମକ ଫଳ ମିଳିପାରେ। ଆତ୍ମବିଶ୍ୱାସ ମଧ୍ୟ ବଢ଼ିପାରେ। ଆପଣଙ୍କ ପରିଶ୍ରମର ପ୍ରଭାବ ଆଗାମୀ ସମୟରେ ଦେଖିବାକୁ ମିଳିପାରେ। ଆର୍ଥିକ ସ୍ଥିତି ସାଧାରଣଠାରୁ ଭଲ ରହିବାର ଆଶା ରହିଛି। ପ୍ରେମ ସମ୍ପର୍କରେ ମଧ୍ୟ ସାଥୀଙ୍କ ସହ ସୁଖଦ ସମୟ ବିତାଇବାର ସୁଯୋଗ ମିଳିପାରେ।

ସୂର୍ଯ୍ୟ ତୁଳା ରାଶିରେ ହିଁ ପ୍ରବେଶ କରିବାକୁ ଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସମୟଟି ବିଶେଷ ହୋଇପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ମନପସନ୍ଦ ଚାକିରି ମିଳିବାର ସୁଯୋଗ ଆସିପାରେ। ପରିବାର ଓ ନିଜ ଲୋକଙ୍କ ସହ ସୁଖଦ ସମୟ ବିତାଇବାର ଅନେକ ସୁଯୋଗ ମିଳିପାରେ।
ଏହି ସମୟରେ ଧନ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାର ସୁଯୋଗ ମିଳିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାରର ସଙ୍କେତ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି।

ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ସମୟ ଭାଗ୍ୟଶାଳୀ ହୋଇପାରେ। ଭାଗ୍ୟର ସାଥ ମିଳିବାରୁ ନୂଆ ନୂଆ ସୁଯୋଗ ଆସିପାରେ ଏବଂ ସେଥିରୁ ଲାଭ ମିଳିବାର ସମ୍ଭାବନା ରହିଛି।
କାର୍ଯ୍ୟକ୍ଷେତ୍ରରେ ପୁରୁଣା ସମ୍ପର୍କରୁ ମଧ୍ୟ ଲାଭ ମିଳିପାରେ। ଆପଣଙ୍କ କାମ ଓ ନିଷ୍ପତ୍ତିକୁ ପ୍ରଶଂସା ମିଳିପାରେ। କୌଣସି ପୁରୁଣା ଗ୍ରାହକ କିମ୍ବା ବ୍ୟବସାୟିକ ସମ୍ପର୍କ ସହ ପୁଣିଥରେ କାମ ଆରମ୍ଭ ହେବାର ସୁଯୋଗ ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ଓ ସମନୱୟ ବଜାୟ ରହିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧: ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ…

ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ବ୍ରହ୍ମପୁର ଝିଅ ସିଦ୍ଧିକୃଷ୍ଣାଙ୍କ କମାଲ, ହାସଲ କଲେ ୩ଟି ପଦକ

ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପଞ୍ଚୁ, ହଠାତ୍‌ ଖସିଗଲା ଗୋଡ଼: ଆଉ ତା’ପରେ…

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?