ସିଏସ୍‌କେ ସହ ଶେଷ ହୋଇପାରେ ରାଇନାଙ୍କ କ୍ୟାରିୟର

ଦୁବାଇ, ୩୧ା୮: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ଲିଗ୍‌ ଆରମ୍ଭ ପୂର୍ବରୁ ତାରକା ଖେଳାଳି ସୁରେଶ ରାଇନାଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଏଥିପାଇଁ ରାଇନା ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଥିଲେ ହେଁ ଏପରି ନିଷ୍ପତ୍ତି ଯୋଗୁ ସିଏସକେରେ ରାଇନାଙ୍କ କ୍ୟାରିୟର ଶେଷ ହୋଇପାରେ ବୋଲି ଏକ ରିପୋର୍ଟରୁ ପ୍ରକାଶ।
ସିଏସକେ ଟିମ୍‌ ଦୁବାଇରେ ଅବସ୍ଥାନ କରୁଛି। ଦୁଇ ମୁଖ୍ୟ ଖେଳାଳି ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡଙ୍କୁ ମିଶାଇ ଦଳର ୧୩ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ରାଇନାଙ୍କ ଆଇପିଏଲରୁ ଓହରିବାର ଏହା ଏକ କାରଣ ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ କ୍ୱାରାଣ୍ଟାଇନ୍‌ ସମୟରେ ୩୨ ବର୍ଷୀୟ ରାଇନାଙ୍କ ବ୍ୟବହାରରେ ଟିମ୍‌ ମ୍ୟାନେଜମେଣ୍ଟ ଖୁସି ନ ଥିବା ଜଣାଯାଇଛି। ଯାହାକି ସିଏସକେ ମାଲିକ ତଥା ପୂର୍ବତନ ବିସିସିଆଇ ସଭାପତି ଏନ. ଶ୍ରୀନିବାସନଙ୍କୁ କ୍ରୋଧାନ୍ବିତ କରିଥିଲା। ସିଏସକେର କୋଚ୍‌, ଅଧିନାୟକ ଓ ମ୍ୟାନେଜରଙ୍କ ପାଇଁ ସ୍ବତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଥିଲା। ଫ୍ରାଞ୍ଚାଇଜ୍‌ ରହୁଥିବା ହାଟେଲରେ ରାଇନାଙ୍କୁ ମଧ୍ୟ ଏକ ରୁମ୍‌ ଦିଆ ଯାଇଥିଲା। ମାତ୍ର ସେହି ରୁମ୍‌ରେ ବାଲକୋନି ନ ଥିଲା। ଏଥିରେ ରାଇନା ସନ୍ତୁଷ୍ଟ ନ ଥିଲେ। ମାତ୍ର ଭାରତ ଫେରିଯିବା ପାଇଁ ନିଷ୍ପତ୍ତି ନେବାପାଇଁ ଏହା ପର୍ଯ୍ୟାପ୍ତ କାରଣ ହୋଇ ନ ପାରେ। ଏହା ବ୍ୟତିରେକେ ଆଉ କିଛି କାରଣ ଥାଇପାରେ ବୋଲି ରିପୋର୍ଟରେ ପ୍ରକାଶ କରିଛି। ଏପରିକି ରାଇନା ଜୈବ-ସୁରକ୍ଷିତ ନିୟମ ଭଙ୍ଗ କରିଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏପରି ସ୍ଥିତିରେ ରାଇନା କେବଳ ଚଳିତ ସିଜନରୁ ଓହରିଛନ୍ତି ତା’ ନୁହେଁ ୨୦୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆଗାମୀ ସିଜନରେ ମଧ୍ୟ ସିଏସକେ ଦଳରେ ସ୍ଥାନ ପାଇବା ସମ୍ଭାବନା କମ୍‌।
ଜଣେ ଅବସରପ୍ରାପ୍ତ ଖେଳାଳି ସିଧାସଳଖ ସିଏସକେ ଦଳରେ ସ୍ଥାନ ନେବା ନଜିର ନାହିଁ। ତେଣୁ ସମ୍ଭବତଃ ରାଇନା ନିଲାମ ମାଧ୍ୟମରେ ଆଗାମୀ ସିଜନରେ କୌଣସି ଦଳକୁ ଯାଇପାରନ୍ତି। ସେ ଚଳିତ ସିଜନରେ ଦଳ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିଲେ ହେଁ ତାଙ୍କ ବଦଳ ଖେଳାଳି ପାଇଁ ଅନୁରୋଧ କରାଯାଇନାହିଁ। ଅପ୍ୟପକ୍ଷରେ ଋତୁରାଜ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଏହି ଫ୍ରାଞ୍ଚାଇଜ୍‌ ଆଶାବାଦୀ ଅଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଋତୁରାଜଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଉକ୍ତ ରିପୋର୍ଟରୁ ପ୍ରକାଶ। ରାଇନା ୧୬୪ ମ୍ୟାଚରୁ ସିଏସ୍‌କେ ପକ୍ଷରୁ ସର୍ବାଧିକ ୪୫୨୭ ରନ ସ୍କୋର କରିଛନ୍ତି। ଆଇପିଏଲ ଇତିହାସରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ବିରାଟ କୋହଲି(୫୪୧୨)ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?