Posted inଖେଳ

‘ମୋ ଜୀବନରେ ଭଗବାନ ଭଳି ଆସିଥିଲେ ରାଇନା’

ମୁମ୍ବାଇ,୨୨।୪: ୧୯ ବର୍ଷରୁ କମ୍‌ ୨୦୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ କାର୍ତ୍ତିକ ତ୍ୟାଗି ପଛକୁ ଫେରି ଚାହିଁ ନାହାନ୍ତି। ସେହି ବର୍ଷ ଆଇପିଏଲ୍‌ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ଆଇପିଏଲର ପ୍ରଥମ ସିଜନରେ ସେ ୯ ଉଇକେଟ ନେଇଥିଲେ। ଚଳିତ ବର୍ଷ ମେଗା ଅକ୍‌ଶନରେ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା ସନରାଇଜର୍ସ ହାଇଦ୍ରାବାଦ। ନିକଟରେ ସେ ତାଙ୍କ ପ୍ରତିଭାକୁ ସମର୍ଥନ କରିବା ଲାଗି ସୁରେଶ ରାଇନାଙ୍କୁ ଶ୍ରେୟ ଦେଇଛନ୍ତି।

”୧୬ ବର୍ଷରୁ କମ୍‌ ଦଳରେ ଖେଳିବା ପରେ ରାଇନା ମୋ ଜୀବନରେ ଭଗବାନଙ୍କ ଭଳି ପ୍ରବେଶ କରିଥିଲେ। ମୋତେ ଯେତେବେଳେ ୧୩ ବର୍ଷ ହୋଇଥିଲା, ମୁଁ ୧୪ ବର୍ଷରୁ କମ୍‌ ଟ୍ରାଏଲରେ ଭାଗ ନେଇଥିଲି। ଆଉ ଏହିଠାରୁ ଆରମ୍ଭ ହୋଇଥିଲା ମୋ କ୍ରିକେଟ ଅଭିଯାନ। ମୁଁ ୧୪ ବର୍ଷରୁ କମ୍‌ ଏବଂ ପରେ ୧୬ ବର୍ଷରୁ କମ୍‌ ଦଳ ଲାଗି ଖେଳିଥିଲି। ଗୋଟିଏ ସିଜନରେ ମୁଁ ୭ ମ୍ୟାଚ୍‌ରେ ୫୦ ଉଇକେଟ ନେଇଥିଲି। ତା’ ପରେ ଚୟନକର୍ତ୍ତାମାନେ ମୋ ଦକ୍ଷତାକୁ ଚିହ୍ନିବା ଆରମ୍ଭ କରିଥିଲେ। ପ୍ରଚୁର ଉଇକେଟ ନେବା ସତ୍ତ୍ୱେ ଆମେ ଫାଇନାଲରେ ପରାସ୍ତ ହେଲୁ। ସେଠାରେ ମୋତେ ଜ୍ଞାନେନ୍ଦ୍ର ପାଣ୍ଡେ ସାର୍‌ ମୋତେ ଦେଖିଥିଲେ। ମୋ ପ୍ରଦର୍ଶନରେ ପ୍ରଭାବିତ ହୋଇ ମୋତେ ଆଗକୁ ପ୍ରୋତ୍ସାହିତ କରିବେ ବୋଲି କହିଥିଲେ। ସେଠାରୁ ସିଧା ରଣଜୀ ଟ୍ରଫି କ୍ୟାମ୍ପରେ ପହଞ୍ଚିଥିଲି। ମୋତେ ୧୬ ବର୍ଷ ହୋଇଥିବା ବେଳେ ଦଳରେ ପ୍ରାୟ ସମସ୍ତେ ପ୍ରତିଷ୍ଠିତ ଖେଳାଳି ଥିଲେ। ସେଠାକୁ ରାଇନା ଆସିଥିଲେ। ସେ ତାଙ୍କ ପ୍ରାକ୍ଟିସ ଶେଷ କରିବା ପରେ ଫେରୁଥିଲେ। କିନ୍ତୁ ହଠାତ୍‌ କ’ଣ ପାଇଁ ସେ ମୋ ପାଖକୁ ଆସିଥିଲେ ମୋତେ ଜଣାନାହିଁ। ତୁମେ କ’ଣ କର ବୋଲି ସେ ପ୍ରଶ୍ନ କରିଥିଲେ। ମୁଁ ବୋଲିଂ କରେ ବୋଲି କହିବା ପରେ ସେ ମୋତେ ନେଟ୍ସରେ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ସେ ମୋ ପ୍ରଦର୍ଶନରେ ଖୁସି ହୋଇ ତୁମ ବୋଲିଂ ପସନ୍ଦ ଆସିଲା ବୋଲି କହିଥିଲେ। ତୁମକୁ ଭବିଷ୍ୟତରେ ଏକ ସୁଯୋଗ ଦେବି ନିଶ୍ଚିତ କରୁଛି। ବ୍ୟକ୍ତିଗତ ଭାବେ ରାଇନା ମୋ ପ୍ରଦର୍ଶନକୁ ନୋଟିସ କଲେ, ଏହା ବଡ଼ କଥା“ ବୋଲି ଏସ୍‌ଆର୍‌ଏଚ୍‌ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ କହିଛନ୍ତି।

ଏତେ ବଡ଼ ଖେଳାଳି ମୋତେ ପ୍ରଶଂସା କରୁଥିବାରୁ ମୁଁ ଚକିତ ଥିଲି। କିଛି ସମୟ ପାଇଁ ମୋତେ ଲାଗିଲା ସେ ଜୋକ କରୁଛନ୍ତି। ମୁଁ ଭଲ କରୁଛି ଏବଂ ଆଗାମୀ ଦିନରେ ଖେଳିବାକୁ ସୁଯୋଗ ପାଇବି ବୋଲି ସେ ଯେତେବେଳେ କହିଲେ, ମୋତେ ବିଶ୍ୱାସ ହେଲା ନାହିଁ। ତା’ ପରେ ମୋତେ ଉତ୍ତରପ୍ରଦେଶ ରଣଜୀ ଦଳ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ମିଳିଥିଲା। ରଣଜୀ ପରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିଲି ବୋଲି ସେ କହିଥିଲେ। ଏହି ଯୁବ ପେସରଙ୍କୁ ଏସ୍‌ଆରଏଚ୍‌ ପାଇଁ ଚଳିତ ସିଜନରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ମିଳି ନାହିଁ। କିନ୍ତୁ ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ସନରାଇଜର୍ସ ଏବେ ଆଇପିଏଲ୍‌ ପଏଣ୍ଟ ତାଲିକାରେ ୮ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri