Posted inଖେଳ

‘ମୋ ଜୀବନରେ ଭଗବାନ ଭଳି ଆସିଥିଲେ ରାଇନା’

ମୁମ୍ବାଇ,୨୨।୪: ୧୯ ବର୍ଷରୁ କମ୍‌ ୨୦୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ କାର୍ତ୍ତିକ ତ୍ୟାଗି ପଛକୁ ଫେରି ଚାହିଁ ନାହାନ୍ତି। ସେହି ବର୍ଷ ଆଇପିଏଲ୍‌ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ଆଇପିଏଲର ପ୍ରଥମ ସିଜନରେ ସେ ୯ ଉଇକେଟ ନେଇଥିଲେ। ଚଳିତ ବର୍ଷ ମେଗା ଅକ୍‌ଶନରେ ତାଙ୍କୁ ୪ କୋଟି ଟଙ୍କାରେ କିଣିଥିଲା ସନରାଇଜର୍ସ ହାଇଦ୍ରାବାଦ। ନିକଟରେ ସେ ତାଙ୍କ ପ୍ରତିଭାକୁ ସମର୍ଥନ କରିବା ଲାଗି ସୁରେଶ ରାଇନାଙ୍କୁ ଶ୍ରେୟ ଦେଇଛନ୍ତି।

”୧୬ ବର୍ଷରୁ କମ୍‌ ଦଳରେ ଖେଳିବା ପରେ ରାଇନା ମୋ ଜୀବନରେ ଭଗବାନଙ୍କ ଭଳି ପ୍ରବେଶ କରିଥିଲେ। ମୋତେ ଯେତେବେଳେ ୧୩ ବର୍ଷ ହୋଇଥିଲା, ମୁଁ ୧୪ ବର୍ଷରୁ କମ୍‌ ଟ୍ରାଏଲରେ ଭାଗ ନେଇଥିଲି। ଆଉ ଏହିଠାରୁ ଆରମ୍ଭ ହୋଇଥିଲା ମୋ କ୍ରିକେଟ ଅଭିଯାନ। ମୁଁ ୧୪ ବର୍ଷରୁ କମ୍‌ ଏବଂ ପରେ ୧୬ ବର୍ଷରୁ କମ୍‌ ଦଳ ଲାଗି ଖେଳିଥିଲି। ଗୋଟିଏ ସିଜନରେ ମୁଁ ୭ ମ୍ୟାଚ୍‌ରେ ୫୦ ଉଇକେଟ ନେଇଥିଲି। ତା’ ପରେ ଚୟନକର୍ତ୍ତାମାନେ ମୋ ଦକ୍ଷତାକୁ ଚିହ୍ନିବା ଆରମ୍ଭ କରିଥିଲେ। ପ୍ରଚୁର ଉଇକେଟ ନେବା ସତ୍ତ୍ୱେ ଆମେ ଫାଇନାଲରେ ପରାସ୍ତ ହେଲୁ। ସେଠାରେ ମୋତେ ଜ୍ଞାନେନ୍ଦ୍ର ପାଣ୍ଡେ ସାର୍‌ ମୋତେ ଦେଖିଥିଲେ। ମୋ ପ୍ରଦର୍ଶନରେ ପ୍ରଭାବିତ ହୋଇ ମୋତେ ଆଗକୁ ପ୍ରୋତ୍ସାହିତ କରିବେ ବୋଲି କହିଥିଲେ। ସେଠାରୁ ସିଧା ରଣଜୀ ଟ୍ରଫି କ୍ୟାମ୍ପରେ ପହଞ୍ଚିଥିଲି। ମୋତେ ୧୬ ବର୍ଷ ହୋଇଥିବା ବେଳେ ଦଳରେ ପ୍ରାୟ ସମସ୍ତେ ପ୍ରତିଷ୍ଠିତ ଖେଳାଳି ଥିଲେ। ସେଠାକୁ ରାଇନା ଆସିଥିଲେ। ସେ ତାଙ୍କ ପ୍ରାକ୍ଟିସ ଶେଷ କରିବା ପରେ ଫେରୁଥିଲେ। କିନ୍ତୁ ହଠାତ୍‌ କ’ଣ ପାଇଁ ସେ ମୋ ପାଖକୁ ଆସିଥିଲେ ମୋତେ ଜଣାନାହିଁ। ତୁମେ କ’ଣ କର ବୋଲି ସେ ପ୍ରଶ୍ନ କରିଥିଲେ। ମୁଁ ବୋଲିଂ କରେ ବୋଲି କହିବା ପରେ ସେ ମୋତେ ନେଟ୍ସରେ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ସେ ମୋ ପ୍ରଦର୍ଶନରେ ଖୁସି ହୋଇ ତୁମ ବୋଲିଂ ପସନ୍ଦ ଆସିଲା ବୋଲି କହିଥିଲେ। ତୁମକୁ ଭବିଷ୍ୟତରେ ଏକ ସୁଯୋଗ ଦେବି ନିଶ୍ଚିତ କରୁଛି। ବ୍ୟକ୍ତିଗତ ଭାବେ ରାଇନା ମୋ ପ୍ରଦର୍ଶନକୁ ନୋଟିସ କଲେ, ଏହା ବଡ଼ କଥା“ ବୋଲି ଏସ୍‌ଆର୍‌ଏଚ୍‌ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ କହିଛନ୍ତି।

ଏତେ ବଡ଼ ଖେଳାଳି ମୋତେ ପ୍ରଶଂସା କରୁଥିବାରୁ ମୁଁ ଚକିତ ଥିଲି। କିଛି ସମୟ ପାଇଁ ମୋତେ ଲାଗିଲା ସେ ଜୋକ କରୁଛନ୍ତି। ମୁଁ ଭଲ କରୁଛି ଏବଂ ଆଗାମୀ ଦିନରେ ଖେଳିବାକୁ ସୁଯୋଗ ପାଇବି ବୋଲି ସେ ଯେତେବେଳେ କହିଲେ, ମୋତେ ବିଶ୍ୱାସ ହେଲା ନାହିଁ। ତା’ ପରେ ମୋତେ ଉତ୍ତରପ୍ରଦେଶ ରଣଜୀ ଦଳ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ମିଳିଥିଲା। ରଣଜୀ ପରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିଲି ବୋଲି ସେ କହିଥିଲେ। ଏହି ଯୁବ ପେସରଙ୍କୁ ଏସ୍‌ଆରଏଚ୍‌ ପାଇଁ ଚଳିତ ସିଜନରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ମିଳି ନାହିଁ। କିନ୍ତୁ ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ସନରାଇଜର୍ସ ଏବେ ଆଇପିଏଲ୍‌ ପଏଣ୍ଟ ତାଲିକାରେ ୮ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri