ବିପିନଙ୍କ ପରିବାରଙ୍କୁ ସୁରଜ ଆୱାର୍ଡ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.): ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ପଞ୍ଚାୟତ ଭାତପଡା ଗାଁର ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ ସୁରଜ ଆୱାର୍ଡ ପ୍ରଦାନ କରାଯାଇଛି।ଏହି ଆଓ୍ବାର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଉକ୍ତ ଚେକ୍‌କୁ ବିପିନଙ୍କ ସ୍ତ୍ରୀ ରେଣୁ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ପ୍ରମୁଖ ଯୋଡି ହୋଇଥିଲେ। ବିପିନ୍‌ଙ୍କ ମୃତ୍ୟୁ ପରେ ଗତ ମାର୍ଚ୍ଚ ୨୦ ତାରିଖରେ ତାଙ୍କ କିଡନୀ, ହୃତପିଣ୍ଡ, ଲିଭର, ୨ ଆଖି ସମେତ ୬ଟି ଅଙ୍ଗ ସୁରଟସ୍ଥିତ କିରଣ ହସ୍ପିଟାଲରେ ଦାନ ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ମାସରେ ଭଞ୍ଜନଗର ଅଞ୍ଚଳର ସୁରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କର କିଡନୀ, ଲିଭର, ହାର୍ଟ ଓ ଦୁଇଟି ଆଖି ତାଙ୍କ ପରିବାରବର୍ଗ ଦାନ କରିଥିଲେ।ଏହି ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା।ସେବେଠାରୁ ସୁରଜଙ୍କ ସ୍ମୃତିରେ ରାଜ୍ୟ ସରକାର ଏହି ଆଓ୍ବାର୍ଡ ଆରମ୍ଭ କରିଛନ୍ତି। ଯେଉଁମାନେ ଅଙ୍ଗଦାନ କରୁଛନ୍ତି ତାଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉଛି।ଛତ୍ରପୁରସ୍ଥିତ ଓସ୍ବାନ୍‌ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଯୁବ ବିଜେଡି ଜୋନ୍‌ ସଭାପତି ନଚିକେତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ...

କିରାନାରେ କ୍ରାନ୍ତି ଆଣିବ ରିଲାଏନ୍ସ

ନୂଆଦିଲ୍ଲୀ,୧୩।୫: ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ଟେଲିକମ୍‌ ଶିଳ୍ପରେ ପରିବର୍ତ୍ତନ ଆଣିବା ପରେ ଏବେ କିରାନା ବା ଖୁଚୁରା ଷ୍ଟୋର କ୍ଷେତ୍ରରେ...

କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ...

ପକ୍କାଘର ଯୋଗାଇଦେବାକୁ ନିର୍ମାଣ ସଂଘ ଏବଂ ଅନ୍ୟାନ୍ୟ ସଂଘର ଦାବି

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ସମେତ ଝିଞ୍ଜିରିଗୁଡ଼ା, ହାତିମୁଣ୍ଡା, କୁମ୍ଭାରିଗାଁ ଏବଂ ତାଜୁଙ୍ଗିଆ ପଞ୍ଚାୟତର କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ସଂଘ ପକ୍ଷରୁ...

ପାଣିଟାଙ୍କି ଥାଇ ଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟରୂପ ଧାରଣ କରିଛି। ଖରାଦିନ...

ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ...

ନିର୍ଦ୍ଦେଶନାମା କାଗଜକଲମରେ ସୀମିତ

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା ସହରର ଦୈନିକ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ...

ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ...

Advertisement
Archives

Model This Week