ବିପିନଙ୍କ ପରିବାରଙ୍କୁ ସୁରଜ ଆୱାର୍ଡ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.): ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବୋରସିଂ ପଞ୍ଚାୟତ ଭାତପଡା ଗାଁର ସ୍ବର୍ଗତ ବିପିନ ପ୍ରଧାନଙ୍କ ପରିବାରକୁ ସୁରଜ ଆୱାର୍ଡ ପ୍ରଦାନ କରାଯାଇଛି।ଏହି ଆଓ୍ବାର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଉକ୍ତ ଚେକ୍‌କୁ ବିପିନଙ୍କ ସ୍ତ୍ରୀ ରେଣୁ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ପ୍ରମୁଖ ଯୋଡି ହୋଇଥିଲେ। ବିପିନ୍‌ଙ୍କ ମୃତ୍ୟୁ ପରେ ଗତ ମାର୍ଚ୍ଚ ୨୦ ତାରିଖରେ ତାଙ୍କ କିଡନୀ, ହୃତପିଣ୍ଡ, ଲିଭର, ୨ ଆଖି ସମେତ ୬ଟି ଅଙ୍ଗ ସୁରଟସ୍ଥିତ କିରଣ ହସ୍ପିଟାଲରେ ଦାନ ଦିଆଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ମାସରେ ଭଞ୍ଜନଗର ଅଞ୍ଚଳର ସୁରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କର କିଡନୀ, ଲିଭର, ହାର୍ଟ ଓ ଦୁଇଟି ଆଖି ତାଙ୍କ ପରିବାରବର୍ଗ ଦାନ କରିଥିଲେ।ଏହି ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା।ସେବେଠାରୁ ସୁରଜଙ୍କ ସ୍ମୃତିରେ ରାଜ୍ୟ ସରକାର ଏହି ଆଓ୍ବାର୍ଡ ଆରମ୍ଭ କରିଛନ୍ତି। ଯେଉଁମାନେ ଅଙ୍ଗଦାନ କରୁଛନ୍ତି ତାଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉଛି।ଛତ୍ରପୁରସ୍ଥିତ ଓସ୍ବାନ୍‌ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଯୁବ ବିଜେଡି ଜୋନ୍‌ ସଭାପତି ନଚିକେତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?