Posted inଜାତୀୟ

ସୁପ୍ରିମକୋର୍ଟଙ୍କ ବିଭାଜିତ ରାୟ

ନୂଆଦିଲ୍ଲୀ,୨୪ା୯: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଚୟନ କମିଟିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେବା ପାଇଁ ୨୦୨୩ରେ ଆସିଥିବା ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ସେଗୁଡ଼ିକୁ ଶୁଣାଣି ପାଇଁ ଏକ ବୃହତ୍ତର ସାମ୍ବିଧାନିକ ପୀଠକୁ ପଠାଯିବ କି ନାହିଁ, ସେନେଇ ବୁଧବାର ସୁପ୍ରିମକୋର୍ଟ ବିଭାଜିତ ରାୟ ଦେଇଛନ୍ତି। ନିଷ୍ପତ୍ତିକୁ ନେଇ ଦୁଇଜଣିଆ ଖଣ୍ଡପୀଠରେ ମତଭେଦ ଦେଖାଦେଇଛି।
ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି ୫ ଦିନ ହେଲା ଚାଲିଥିଲା। ମତଭେଦ ଦେଖାଦେଇଥିବାର ଏକ ପ୍ରଭାବୀ ଏବଂ କର୍ତ୍ତୃତ୍ୱପୂର୍ଣ୍ଣ ବିଚାରାଧୀନ ନିଷ୍ପତ୍ତି ନେବା ନିମନ୍ତେ ଘଟଣାକୁ ପ୍ରଶାସନିକ ପକ୍ଷରୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ପାଖରେ ଉପସ୍ଥାପନା କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହିତ ସାମ୍ବିଧାନିକ ଗୁରୁତ୍ୱ ଥିବା ମାମଲାଗୁଡ଼ିକ ଉପରେ ନିଷ୍ପତ୍ତି ନେବା ପାଇଁ ଏକ ସ୍ଥାୟୀ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନର ସମ୍ଭାବନାକୁ ବିଚାରକୁ ନେବା ପାଇଁ ଖଣ୍ଡପୀଠ ସିଜେଆଇଙ୍କୁ ନିବେଦନ କରିଛନ୍ତି।
ସିଇସି ଏବଂ ଇସି ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଚୟନ କମିଟିରୁ ସିଜେଆଇଙ୍କୁ ବାଦ୍‌ ଦେବା ପାଇଁ ଅଣାଯାଇଥିବା ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇ ଅନେକ ପିଟିଶନ ଦାଏର ହୋଇଥିଲା। ଏହି ନିଯୁକ୍ତିକୁ ସରକାରଙ୍କ ହସ୍ତକ୍ଷେପରୁ ମୁକ୍ତ ଏବଂ ସ୍ବାଧୀନ ରଖିବା ପାଇଁ ୨୦୨୩ ମାର୍ଚ୍ଚ ୨ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ଏଥିରେ କୁହାଯାଇଥିଲା ରାଷ୍ଟ୍ରପତିଙ୍କ ପରାମର୍ଶକ୍ରମେ ସିଇସି ଏବଂ ଇସି ନିଯୁକ୍ତି ପାଇଁ ଚୟନ କମିଟି ଗଠନ କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ, ଲୋକ ସଭାର ବିରୋଧୀ ଦଳ ନେତା ଏବଂ ସିଜେଆଇ ସାମିଲ ରହିବେ।
ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, ପିଟିଶନଗୁଡ଼ିକ ସାମ୍ବିଧାନିକ ଗୁରୁତ୍ୱ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି। ସେଥିପାଇଁ ସେଗୁଡ଼ିକୁ ୫ ଜଣିଆ ସାମ୍ବିଧାନିକ ପୀଠକୁ ପଠାଯିବା ଆବଶ୍ୟକ। ତେବେ ଜଷ୍ଟିସ ଦତ୍ତ ସରକାରଙ୍କ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ଦତ୍ତଙ୍କ ମତରେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଶର୍ମା ସହମତ ହୋଇ ନ ଥିଲେ। ଜଷ୍ଟିସ୍‌ ଦତ୍ତ କହିଥିଲେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ହେଲେ କେବଳ ନିର୍ବାଚନ କମିଶନ ଏକ ସ୍ବାଧୀନ ସଂସ୍ଥା ହେବା ଆବଶ୍ୟକ ନୁହେଁ, ବରଂ ଏହା ସ୍ବାଧୀନ ଭାବେ କାର୍ଯ୍ୟ କରୁଥିବା ଜରୁରୀ। ୨୦୨୩ ଆଇନ ହୁଏତ ଚୟନ କମିଟିରେ ସିଜେଆଇଙ୍କୁ ସାମିଲ ନ କରିବା ପ୍ରତ୍ୟକ୍ଷ ଆହ୍ବାନକୁ ସାମ୍ନାକରି ବର୍ତ୍ତିଯାଇପାରେ। ତଥାପି ଏହାକୁ ଲୋକଙ୍କ ବିଶ୍ୱାସ ପରୀକ୍ଷାରେ ମଧ୍ୟ ସଫଳ ହେବାକୁ ପଡ଼ିବ, ଯାହା ଅତ୍ୟନ୍ତ ଜରୁରୀ ବୋଲି ଅଦାଲତ କହିଆସିଛନ୍ତି। ଜଷ୍ଟିସ୍‌ ଦତ୍ତ କହିଛନ୍ତି, ଏହି ପ୍ରଶ୍ନ ଉପରେ ଅଦାଲତ କୌଣସି ଚୂଡ଼ାନ୍ତ ଉତ୍ତର ଦେଉନାହାନ୍ତି, କାରଣ ଏହା ୨୦୨୩ ଆଇନର ବୈଧତା ସହ ଜଡ଼ିତ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ କିଛି ପ୍ରାଥମିକତା ପର୍ଯ୍ୟବେକ୍ଷଣ ଆବଶ୍ୟକ କରେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଏକ ସ୍ବାଧୀନ ନିର୍ବାଚନ କମିଶନ ଉପରେ ନିର୍ଭର କରେ। ତେବେ ଇସିଆଇ ସ୍ବାଧୀନ ହେବା ଯଥେଷ୍ଟ ନୁହେଁ, ଏହା ସ୍ବାଧୀନ ଭାବେ କାର୍ଯ୍ୟ କରୁଥିବା ମନେହେବା ଆବଶ୍ୟକ ବୋଲି ଜଷ୍ଟିସ ଦତ୍ତ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ପୁଣି ଘାଟିରେ ଅଟକିଲା ଭାରୀଯାନ:ବାଲିଗୁଡ଼ାରୁ ବ୍ରହ୍ମପୁର ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ପୁଣି ଏକ ମାଲବୋଝେଇ ଟ୍ରକ ଫସି…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ଘୂର୍ଣ୍ଣିିବାତ୍ୟାକୁ ନେଇ IMDର ବଡ଼ ଆଲର୍ଟ! ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ବଢ଼ୁଛି, ଜାଣନ୍ତୁ କେଉଁ ସମୟରେ ହେବ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ,୨୪।୯: ବଙ୍ଗୋପସାଗରରେ ସୃଷ୍ଟ ଡିପ ଡିପ୍ରେସନ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ,…

ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ…

ସଞ୍ଜୁଙ୍କୁ ଛାଡ଼ି ବୈଭବଙ୍କୁ ସୁଯୋଗ ଦେବା ଥିଲା ଗମ୍ଭୀରଙ୍କ ପାଇଁ କଠିନ ନିଷ୍ପତ୍ତି: କହିଲେ- ସେହି ରାତିରେ ମୁଁ…

ନୂଆଦିଲ୍ଲୀ,୨୪।୯: IPL ୨୦୨୬ ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ଲଗାତାର ସୁଯୋଗ ମିଳୁଛି। ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ର ଟି-୨୦…

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?