Posted inଜାତୀୟ

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି ସହିତ ଜଡିତ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଏଲ. ନାଗେଶ୍ୱର ରାଓଙ୍କୁ ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଛନ୍ତି। କୋର୍ଟର ମତ ହେଉଛି ଯେ, ପାରସ୍ପରିକ ସମ୍ମତି ମାଧ୍ୟମରେ ପାରିବାରିକ ଏବଂ ବ୍ୟବସାୟିକ ବିବାଦର ସମାଧାନ ଦୀର୍ଘକାଳୀନ ମାମଲା ଅପେକ୍ଷା ପ୍ରାୟତଃ ଅଧିକ ପ୍ରଭାବଶାଳୀ। ଉଲ୍ଲେଖଯୋଗ୍ୟ, ମଧ୍ୟସ୍ଥତା ମାଧ୍ୟମରେ ମାମଲା ସମାଧାନ କରିବାର ପଦକ୍ଷେପ ସର୍ବୋଚ୍ଚ ନ୍ୟାୟାଳୟରୁ ହିଁ ଆରମ୍ଭ ହୋଇଥିଲା।

କଲ୍ୟାଣୀ ପରିବାର ବିବାଦ ହେଉଛି ସମ୍ପତ୍ତି ଏବଂ ଉତ୍ତରାଧିକାରକୁ ନେଇ ଏକ ଦ୍ୱନ୍ଦ୍ୱ। ଏଥିରେ ପ୍ରମୁଖ ବ୍ୟବସାୟ ସଂସ୍ଥା ‘ଭାରତ ଫୋର୍ଜ’ର ଅଧ୍ୟକ୍ଷ ବାବା କଲ୍ୟାଣୀ ଏବଂ ପରିବାରର ଅନ୍ୟ ସଦସ୍ୟ ସାମିଲ ଅଛନ୍ତି। ଏହି ବିବାଦ ପାରିବାରିକ ବ୍ୟବସାୟ ଏବଂ ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ବିଭାଜନ ଉପରେ କେନ୍ଦ୍ରିତ।

ବାବା କଲ୍ୟାଣୀଙ୍କ ଭଉଣୀ ସୁଗନ୍ଧା ହିରେମଥ, ପାରିବାରିକ ସମ୍ପତ୍ତିର ଏକ ତୃତୀୟାଂଶ ଅଂଶ ମାଗୁଛନ୍ତି। ଏହି ସମୟରେ ତାଙ୍କ ସାନ ଭାଇ ଗୌରୀଶଙ୍କର କଲ୍ୟାଣୀ ମଧ୍ୟ ସମ୍ପତ୍ତି ଏବଂ ସେମାନଙ୍କ ସ୍ବର୍ଗତ ମା’ଙ୍କ ଇଚ୍ଛା ସମ୍ପର୍କରେ ଏକ ଆଇନଗତ ଲଢ଼େଇରେ ସାମିଲ ଅଛନ୍ତି।
ଭାରତୀୟ ନ୍ୟାୟପାଳିକା ଦୀର୍ଘ ଦିନ ଧରି ପାରିବାରିକ ଏବଂ ବାଣିଜି୍ୟକ ବିବାଦରେ ମଧ୍ୟସ୍ଥତାକୁ ଉତ୍ସାହିତ କରିଆସିଛି। କାରଣ ଏହା ଗୋପନୀୟତା ସୁନିଶ୍ଚିତ କରେ ଏବଂ ସମ୍ପର୍କକୁ ସୁଧାରିବା ପାଇଁ ସୁଯୋଗ ପ୍ରଦାନ କରେ। ମାମଲାର ସମ୍ବେଦନଶୀଳତା ଏବଂ ଏଥିରେ ଜଡିତ ବିଶାଳ ବ୍ୟବସାୟିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଧ୍ୟସ୍ଥତାକୁ ପ୍ରାଥମିକତା ଦେଇଥିଲେ। ପୂର୍ବ ପ୍ରୟାସ ସଫଳ ହୋଇ ନ ଥିଲେ ମଧ୍ୟ, କୋର୍ଟ ପୁଣି ଥରେ ଉଭୟ ପକ୍ଷଙ୍କୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ଫଳସୱରୂପ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ୱର ରାଓଙ୍କୁ ଜଣେ ନିରପେକ୍ଷ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରିବାର ଦାୟିତ୍ୱ ଦିଆଯାଇଥିଲା, ମାତ୍ର ୧ ଟଙ୍କାର ଫି’ ପାଇଁ ସେବା କରିବାକୁ ରାଜି ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri