Posted inଜାତୀୟ

ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୩।୩: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୮ରେ ଦାଖଲ ହୋଇଥିବା ଏହି ଆବେଦନରେ ମାଲ୍ୟା ନିଜକୁ ‘ପଳାତକ’ ଘୋଷଣା କରିବାକୁ ନେଇ ମୁମ୍ବାଇ କୋର୍ଟରେ ଚାଲିଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରିଥିଲେ। ଅନ୍ୟପଟେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, ସେ ଦୀର୍ଘ ଦିନ ଧରି ତାଙ୍କ ସହ ଯୋଗାଯୋଗରେ ନାହାଁନ୍ତି। ତେଣୁ ସେ ଯୁକ୍ତି କରିପାରିବେ ନାହିଁ। ଏହାପୂର୍ବରୁ ମଧ୍ୟ ମାଲ୍ୟାଙ୍କ କିଛି ମାମଲା ଏହି ଆଧାରରେ ଖାରଜ ହୋଇଯାଇଛି। ଏହି ମାମଲାରେ ମଧ୍ୟ ୨୦୧୯ରେ ମୁମ୍ବାଇର ଇଡି କୋର୍ଟ ତାଙ୍କୁ ‘ପଳାତକ’ ଘୋଷଣା କରିଥିଲା। ତେବେ ୨୦୧୮ରେ ଦାଖଲ ହୋଇଥିବା ଆବେଦନଟି ବିନା ଯୁକ୍ତିରେ ଏପର୍ଯ୍ୟନ୍ତ ବିଚାରାଧୀନ ହୋଇ ରହିଛି। ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଆବେଦନକାରୀ ତାଙ୍କୁ କୌଣସି ନିର୍ଦ୍ଦେଶ ଦେଉନାହାଁନ୍ତି। ଫଳରେ ଏହାକୁ ଦୃଷ୍ଟିରେ ରଖି ଏହି ମକଦ୍ଦମା ନ ଚଳାଇବାକୁ ଆବେଦନକୁ ଖାରଜ କରାଯାଇଛି ବୋଲି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ଖଣ୍ଡପୀଠ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିରେ ଯୋଗଦେଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ

କୋଲକାତା,୨୯ ।୯: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିୟୋ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇଛନ୍ତି । ଟିଏମ୍‌ସି ମହାସଚିବ ଅଭିଶେକ...

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି ।...

ମାର୍ଚ୍ଚ ୧୧ରେ ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ…

ଲଦାଖ,୮।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ...

ରାହୁଲ ଗାନ୍ଧୀ ଜଣେ ମହାମୂର୍ଖ: ଭାଜପା ଏମ୍‌ପି

କୁରୁକ୍ଷେତ୍ର,୩୧।୧୨:ସିଏଏ ନେଇ କେନ୍ଦ୍ର ସରକାର ଏବଂ ବିରୋଧି ଦଳଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଏହି ମର୍ମରେ କୁରୁକ୍ଷେତ୍ର ଭାଜପା ଏମ୍‌ପି ନାୟବ ସୈନି...

‘ପଞ୍ଜାବରେ ନୂଆ ସରକାର କାମ ଆରମ୍ଭ କଲେଣି, ୪ ରାଜ୍ୟରେ ତୁଟୁନି ଭାଜପା କଳି’

ନୂଆଦିଲ୍ଲୀ,୨୦।୩: ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ସକ୍ରିୟ ହୋଇପଡିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ...

ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ: ଶିବସେନା ବନାମ ଶିବସେନା ମାମଲାରେ ରାଜ୍ୟପାଳଙ୍କୁ କହିଲେ ସିଜେଆଇ…

ନୂଆଦିଲ୍ଲୀ,୧୫।୩ : ଶିବସେନା ବନାମ ଶିବସେନା ମାମଲାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କହିଛନ୍ତି ଦଳ ଭିତରେ ମତଭେଦ ଶକ୍ତି...

ଅମରିନ୍ଦରଙ୍କ ଦଳକୁ ମିଳିଲା ହକି ଷ୍ଟିକ୍‌ ଓ ବଲ୍‌ ଚିହ୍ନ

ନୂଆଦିଲ୍ଲୀ,୧୦।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ହକି ଷ୍ଟିକ୍‌ ଓ ବଲ୍‌ ନିର୍ବାଚନୀ ଚିହ୍ନ ମିଳିଛି। ହକି...

‘ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସରକାର’

ନୂଆଦିଲ୍ଲୀ,୬।୧୦:ଲଖିମ୍‌ପୁର ଖେରି ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏହି ଘଟଣାକୂ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି ଯେ, ଏତେ ଭିଡ଼...

Advertisement
Archives

Model This Week