Posted inଜାତୀୟ

ଜୋଷୀମଠ ପ୍ରସଙ୍ଗର ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଠି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଏହି ମାମଲାକୁ ମଙ୍ଗଳବାର ଉଲ୍ଲେଖ ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଚିତ।

ତେବେ ସେ ଏହି ମାମଲାର ଶୁଣାଣି ହେବ କି ନାହିଁ ତାହା ନିଶ୍ଚିତ କରିବାକୁ ବିଚାର କରିବେ। ଜୋଷୀମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ସରସ୍ବତୀ ମହାରାଜ ସୁପ୍ରିମକୋର୍ଟରେ ଏନେଇ ଏକ ଆବେଦନ କରିଛନ୍ତି।

ଏହି ଆବେଦନରେ ପ୍ରଭାବିତ ଲୋକଙ୍କ ପୁନର୍ବାସ ସହିତ କୋର୍ଟ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଜୋଷୀମଠ ଅଞ୍ଚଳର ଲୋକଙ୍କ ଜୀବନ ଏବଂ ସମ୍ପତ୍ତିର ନିରାପତ୍ତାକୁ ସୁନିଶ୍ଚିତ କରିବା, ଭୂସ୍ଖଳନ, ଭୂମି ଦବିଦା, ଭୂମି ଫାଟିବା ଭଳି ଘଟଣାର ମୁକାବିଲା କରିବା ପାଇଁ ଏହାକୁ ଜାତୀୟ ବିପର୍ଯ୍ୟୟ ବର୍ଗରେ ଘୋଷଣା କରିବାକୁ କେନ୍ଦ୍ର ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଶୀଘ୍ର ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

ଏହା ସହିତ ଏହି ଆବେଦନରେ କୁହାଯାଇଛି ଯେ ଏନଟିପିସି ଏବଂ ସୀମା ସଡ଼କ ସଂଗଠନକୁ ମଧ୍ୟ ରିଲିଫ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଏହି ଆବେଦନରେ କେନ୍ଦ୍ର ସରକାର, ଏନଡିଏମଏ, ଉତ୍ତରପ୍ରଦେଶ ସରକାର, ଏନଟିପିସି, ବିଆରଓ ଏବଂ ଜୋଷୀମଠର ଚାମୋଲି ଜିଲାର ଜିଲା ମାଜିଷ୍ଟ୍ରେଟଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri