Posted inଖେଳ

୧୭ ବର୍ଷର ଅପେକ୍ଷାର ହେବ ଅନ୍ତ! ଟିମ୍‌ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

ହେଗଲି ଓଭାଲ୍‌,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ହେଗଲି ଓଭାଲ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲର ଗୁରନୁର ବରାରଙ୍କୁ ଡେବ୍ୟୁ ସୁଯୋଗ ମିଳିପାରେ। ରେଭ ସ୍ପୋର୍ଟସ୍‌ରେ ରିପୋର୍ଟ ଅନୁସାରେ, ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ବରାରଙ୍କୁ ସାମିଲ କରିବା ନେଇ ଟିମ ମ୍ୟାନେଜମେଣ୍ଟ ବିଚାର କରୁଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟର ଅଫ ଦି ସିରିଜ ହୋଇଥିବା ବରାରଙ୍କୁ ସୁଯୋଗ ମିଳିଲେ ଏହା ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ ହେବ।

ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବାର ୧୭ ବର୍ଷର ଅପେକ୍ଷା ଶେଷ କରିବା ଲକ୍ଷ୍ୟରେ ଭାରତ ଦ୍ୱିତୀୟ ଟେଷ୍ଟକୁ ଓହ୍ଲାଇବ। ୱେଲିଂଟନ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ଫଳରେ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୦-୦ରେ ରହିଛି। ତେଣୁ ହେଗଲି ଓଭାଲରେ ହେବାକୁ ଥିବା ଶେଷ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ।

ପ୍ରଥମ ଟେଷ୍ଟରେ ବ୍ୟାଟିଂ ଅନୁକୂଳ ପିଚ୍‌ରେ ଭାରତ ୭୦୦ରୁ ଅଧିକ ରନ କରିଥିଲା। ପାଞ୍ଚ ଦିନର ମ୍ୟାଚ୍‌ରେ ମୋଟ ୪୦୭ ଓଭର ବୋଲିଂ ହୋଇଥିବା ବେଳେ ମାତ୍ର ୨୪ଟି ଉଇକେଟ ପଡ଼ିଥିଲା। କେଏଲ ରାହୁଲ ଶତକ ହାସଲ କରିଥିଲେ। ଅନ୍ୟପଟେ ଜଶପ୍ରୀତ ବୁମ୍‌ରା ଉଭୟ ପାଳିର ପ୍ରଥମ ଓଭରରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମଙ୍କ ଆଉଟ କରି ନିଜ ଦକ୍ଷତା ଦେଖାଇଥିଲେ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ହେଉଛି ଦ୍ରୁତ ବୋଲିଂ ଆକ୍ରମଣର ଚୟନ। ବୋଲରଙ୍କ ଭୂମିକା ପାଇଁ ଗୁରନୂର ବରାର ଓ ପ୍ରସିଦ୍ଧ କୃଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ବାଛିପାରେ ଟିମ ମ୍ୟାନେଜମେଣ୍ଟ।

ଗୁରନୁରଙ୍କୁ ସୁଯୋଗ ମିଳିଲେ ନ୍ୟୁଜିଲାଣ୍ଡର ପରିସ୍ଥିତିରେ ସେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ରୋଚକ ହେବ। ପ୍ରଥମ ଟେଷ୍ଟ ଡ୍ର’ ରହିଥିବାରୁ ଦଳରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି। ତଥାପି ଗୁରନୂରଙ୍କୁ ନେଇ ଚର୍ଚ୍ଚା ଦ୍ୱିତୀୟ ଟେଷ୍ଟକୁ ଆହୁରି ରୋଚକ କରିଦେଇଛି। ଅନ୍ୟପଟେ ଘରୋଇ ଦଳ ନ୍ୟୁଜିଲାଣ୍ଡର ନଜର ଅଭିଜ୍ଞ ପେସର ମ୍ୟାଟ ହେନ୍‌ରୀଙ୍କ ଉପରେ ରହିବ। ହେଗଲି ଓଭାଲରେ ତାଙ୍କ ରେକର୍ଡ ଚମତ୍କାର। ଏହି ପଡ଼ିଆରେ ଖେଳିଥିବା ୮ଟି ଟେଷ୍ଟ ମ୍ୟାଚ୍‌ରେ ସେ ୪୦ଟି ଉଇକେଟ ନେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାପା ହେଲେ ମିଳିବ ୧୫ ଦିନର ଛୁଟି

ଚେନ୍ନାଇ, ୨୬।୧୧: ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର…

ସ୍ତ୍ରୀ, ଦେଢ଼ଶାଶୁଙ୍କୁ ହତ୍ୟା ଉଦ୍ୟମ କରି ସ୍ବାମୀ ଗଲେ ଜେଲ୍‌

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଆମ୍ବଗାଁର ଡମ୍ବରୁ ସାହୁ(୪୫)ଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌…

୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ-ସହାୟିକାଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦାବି ପୂରଣ ନ ହେଲେ…

ବଡ଼ଗାଁ,୨୬।୧୧(ଅଶୋକ ଷଡ଼ଙ୍ଗୀ): ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ସରକାର ଗୁହାରି ଶୁଣୁ ନ ଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି…

ମହିଳା ପୋଲିସଙ୍କ ପାଇଁ ବଡ଼ ନିଷ୍ପତ୍ତି, ଗର୍ଭାବସ୍ଥାରେ ମିଳିବ…

ଭୁବନେଶ୍ବର,୨୬।୧୧: ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗର୍ଭବତୀ ଓ ପ୍ରସୂତୀ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗୁହାଳେ ପଶି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା,୨୬ା୧୧(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାଓ୍ବାରତୋଲା ଗାଁର ସଫୁର ସତନାମୀଙ୍କ ଗୁହାଳରୁ ବୁଧବାର ରାତିରେ ଏକ ବାଛୁରୀକୁ କଲରାପତରିଆ ବାଘ ମାରି ଯାଇଛି।…

ଟିମ ଇଣ୍ଡିଆରେ ହଲଚଲ: ଦ୍ୱିତୀୟ ଟେଷ୍ଟ ପାଇଁ ୩ ବଡ଼ ଅଦଳବଦଳ, ଏହି ଖେଳାଳିଙ୍କୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୨୭ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ…

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ, ଡେଥ୍‌ ସାର୍ଟିଫିକେଟ ପାଇଁ ୭ ହଜାର ଲାଞ୍ଚ ନେଉଥିଲେ

ସମ୍ବଲପୁର,୨୬।୧୧: ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌…

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?