Posted inଜାତୀୟ

ସରକାରୀ ବାବୁଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ଭୁଲ ନିଷ୍ପତ୍ତି ଯୋଗୁ ସରକାରୀ ରାଜକୋଷର ହୋଇଥିବା କ୍ଷତିର କ୍ଷତିପୂରଣ ଦିଅ…

ନୂଆଦିଲ୍ଲୀ,୭।୧୨ : ସୁପ୍ରିମକୋର୍ଟ ଏପରି ଅଧିକାରୀଙ୍କୁ ତାଗିଦ କରିଛନ୍ତି ଯେଉଁମାନଙ୍କ ଭୁଲ ନିଷ୍ପତ୍ତି ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଉଛି। ଏଥିସହ ନିର୍ଦ୍ଦେଶ ଦେଇଛନ୍ତି ଦୋଷୀ ଅଧିକାରୀ ତଥା ଲାଭ ପାଇଥିବା ଅଧିକାରୀଙ୍କୁ କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ, ଗତ ୨୪ ବର୍ଷ ଧରି ଏହାର ଫାଇଦା ନେଉଥିବା ଜଣେ ଅଧିକାରୀଙ୍କୁ ଅଧିକ ବେତନରେ ବେଆଇନ ଭାବେ ରଖାଯାଇଥିବା ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦୋଷୀ ଅଧିକାରୀଙ୍କ ପ୍ରତି କୌ ଣସି ବିନମ୍ରତା ନ ଦେଖାଇ ଜଷ୍ଟିସ ହିମା କୋହଲି ଏବଂ ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଏହା ଏକ ଭୁଲ ନୁହେଁ ବରଂ ନିୟମକୁ ସୁଚିନ୍ତିତ ଭାବେ ବଦଳା ଯାଇଛି। ତେଣୁ ପ୍ରଦାନ କରାଯାଇଥିବା ଅତିରିକ୍ତ ଅର୍ଥ ସରକାରୀ ରାଜକୋଷକୁ ଫେରସ୍ତ କରାଯିବା ଉଚିତ।

ପ୍ରକୃତରେ, ୧୯୯୯ ରେ ବୈଜ୍ଞାନିକ ଏବଂ ବୈଷୟିକ ଟର୍ମିନୋଲୋଜି ଆୟୋଗରେ ଅନୁସନ୍ଧାନ ସହକାରୀ (ମେଡିକାଲ) ଭାବରେ ଜଣେ ଅଧିକାରୀ ନିଯୁକ୍ତ ହୋଇଥିଲେ, ଯାହାଙ୍କର ଦରମା ୬,୫୦୦ ରୁ ୧୦,୫୦୦ ଟଙ୍କା ମଧ୍ୟରେ ଥିଲା। ତେବେ ୨୦୦୬ରେ ତାଙ୍କ ଦରମା ୧୩,୫୦୦ ହଜାରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ସହକର୍ମୀମାନେ ଏହି ଆଦେଶରେ ଅସନ୍ତୁଷ୍ଟ ହୋଇ ନିମ୍ନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସେମାନେ ନିରାଶ ହୋଇଥିଲେ । ଶେଷରେ ଓକିଲ ସୋମେଶ ଝା ଏବଂ ଅମୃତ୍ୟ ଶରଣଙ୍କ ସହାୟତାରେ ସେମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟକୁ ଯାଇଥିଲେ।

ବେଞ୍ଚ କହିଛନ୍ତି ଯେ ଜଣେ ଅଧିକାରୀଙ୍କ ପ୍ରତି ପକ୍ଷପାତିତା ସ୍ପଷ୍ଟ ଦେଖାଯାଉଛି। ତାଙ୍କୁ ୨୦୦୬ ପୂର୍ବରୁ ଅଧିକ ବେତନ ସ୍କେଲରେ ଅନ୍ୟ ସଂସ୍ଥାକୁ ଡେପୁଟେଶନ କରିବାକୁ ଅନେକ ଥର ଅନୁମତି ଦିଆଯାଇଥିଲା ଏବଂ ବେତନ ସ୍କେଲ ବୃଦ୍ଧି ପରେ ହିଁ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ତାଙ୍କ ମତରେ କର୍ତ୍ତୃପକ୍ଷ ଉତ୍ତରଦାତା ନମ୍ବର ଚାରି (ଅଫିସର) ଙ୍କ ସହ ହାତ ମିଳାଇଥିଲେ ଯାହା ଦ୍ୱାରା କି ସେମାନଙ୍କୁ ଅଧିକ ବେତନ ପ୍ରଦାନ କରାଯିବ ଏବଂ ସେହି ଦିଗରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ସମାନ ନିୟମ ସେଟ ଦ୍ୱାରା ପରିଚାଳିତ ହୁଏ, ତେବେ ସମାନ କ୍ୟାଡରର ଗୋଟିଏ ବି ପଦବୀକୁ ପୃଥକ କରାଯାଇ ନ ଥାନ୍ତା ଏବଂ ଏହି ପଦବୀ ପାଇଁ ଦିଆଯାଇଥିବା ଯୋଗ୍ୟତାକୁ ବିଚାର କରି ଅଧିକ ବେତନ ଦିଆଯାଇ ନ ପାରେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ନିୟମଗୁଡିକ ମନଇଚ୍ଛା ମନେ ବ୍ୟବହାର କରାଯାଇଥିଲା। ତେଣୁ ଅଭିଯୁକ୍ତ ନମ୍ବର ଚାରିକୁ ଦିଆଯାଇଥିବା ଅତିରିକ୍ତ ରାଶି ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବେଞ୍ଚ କହିଛନ୍ତି ଅଧିକାରୀଙ୍କୁ ଅଯଥା ସୁବିଧା ଯୋଗାଇବାରେ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ସମାନ ଦୋଷୀ। ତେଣୁ ଏହି ସମସ୍ତ ଲୋକଙ୍କୁ ଏହି ମାମଲାରେ ସମାନ ଭାବରେ ଦାୟୀ କରାଯିବା ଉଚିତ। ତେଣୁ ଉଭୟଙ୍କୁ ସରକାରୀ ରାଜକୋଷକୁ କ୍ଷତିପୂରଣ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?