ରମ୍ଭା ଏନ୍‌ଏସିର ୧୨ଟି ୱାର୍ଡରେ କାଉନସିଲର, ଅଧ୍ୟକ୍ଷା ପାଇଁ ପାର୍ଥିପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ଏନ୍‌ଏସି ନିର୍ବାଚନ ପାଇଁ ରବିବାର ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପଞ୍ଚମ ଦିନରେ ରମ୍ଭା ଏନ୍‌ଏସି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଅଧ୍ୟକ୍ଷା ପାର୍ଥୀନି କୁମାରୀ ବିଶାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୱାର୍ଡ ନମ୍ବର-୧ରୁ ସାଗର ନାହାକ, ୱାର୍ଡ ନମ୍ବର-୨ ଅର୍ଚ୍ଚନା ବେହେରା, ୱାର୍ଡ ନମ୍ବର-୩ରୁ ସୁନିତା ଗୌଡ଼, ୱାର୍ଡ ନମ୍ବର-୪ରୁ ବୁଲି ଜାନି, ୱାର୍ଡ ନମ୍ବର-୫ରୁ ସାରୀ ଗୌଡ଼, ୱାର୍ଡ ନମ୍ବର-୬ରୁ ସମରଶନ ପଣ୍ଡା, ୱାର୍ଡ ନମ୍ବର-୭ରୁ ସାତ୍ତ୍ୱିକ ବେହେରା, ୱାର୍ଡ ନମ୍ବର-୮ରୁ ସୁଜ୍ଞାନୀ ତରାଇ, ୱାର୍ଡ ନମ୍ବର-୯ରୁ କାମେଶ୍ୱର ବେହେରା,ୱାର୍ଡ ନମ୍ବର-୧୦ରୁ ସୁକାନ୍ତ ସେଠି, ୱାର୍ଡ ନମ୍ବର-୧୧ରୁ ଗଦାଧର ପରିଡ଼ା, ୱାର୍ଡ ନମ୍ବର-୧୨ରୁ ସୁଧୀର କୁମାର ବେହେରା ପ୍ରମୁଖ ନିଜ ଦଳୀୟ କର୍ମୀଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତଥା ଆଗଧାଡ଼ିର ନେତା ପୂର୍ବତନ ଚେୟାରମ୍ୟାନ ବିଜୟ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳ, ରମ୍ଭା ନଗର ବିଜେଡି ସଭାପତି ବନବାସୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ଶହ ଶହ କର୍ମକମର୍ତ୍ତାମାନଙ୍କ ସହ ଦଳୀୟ ପତାକା ଧରି ଏକ ବିରାଟ ପଟୁଆରରେ ଆସି ଏନ୍‌ଏସି କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ବିଧାୟକ ଓ ନିର୍ବାଚନ କମିଶନଙ୍କ ଉପସ୍ଥିତରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋବଟିକ୍‌ ନର୍ସ ମେଶିନ କଲେ ବିଜ୍ଞାନ ଛାତ୍ର

ନିମାପଡ଼ା,୩୧।୭(ଡି.ଏନ.ଏ): କରୋନା ବିପତ୍ତି ସମୟରେ ସରକାରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଜଣେ ବିଜ୍ଞାନ ଛାତ୍ର ରୋବଟିକ୍‌ ନର୍ସ ମେଶିନ ପ୍ରସ୍ତୁତ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି।...

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ...

ଝୁଲିଲା ରୁପା ଛାଉଣି ଡିଜାଇନ୍‌ ନିଷ୍ପତ୍ତି

ପୁରୀ ଅଫିସ, ୧୦।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଦ୍ୱାରଗୁଡ଼ିକର କବାଟକୁ ରୁପା ଛାଉଣି କରାଯିବ। ଏଥିପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକ ସୋମବାର...

ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି...

ଜିଲା ମୁଖ୍ୟଚିକିତ୍ସାଳୟରେ ଏମ୍‌ଆର୍‌ଙ୍କୁ ବାରଣ 

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌(ଏମ୍‌ଆର୍‌)ଙ୍କୁ ବାରଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ପତ୍ର...

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍‌ କଟକଣା

ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍‌ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା।...

ଝାରସୁଗୁଡ଼ାରେ ରେଳରୋକୋ: ଅଟକିଲା ଏକ୍ସପ୍ରେସ

ଝାରସୁଗୁଡ଼ା ଅଫିସ,୧୮।୧୦: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ସାରାଦେଶରେ ଦିନିକିଆ ରେଳରୋକୋ ଡାକରା ଦିଆଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ତରଫରୁ...

୨ ଦିନିଆ ଓଡ଼ିଶା ଗସ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର,୫।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ...

Advertisement
Archives

Model This Week