Posted inଜାତୀୟ

ହିଜାବରେ ହସ୍ତକ୍ଷେପ ନ କରିବାକୁ କହିଲେ ସୁପ୍ରିମ୍‌କୋର୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପଦକ୍ଷେପ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକରେ ଚାଲିଥିବା ହିଜାବ ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ କପିଲ ସିବଲ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଶୀର୍ଷକୋର୍ଟ ହସ୍ତକ୍ଷେପ କରିବାକୁ କହିଛନ୍ତି।

ପିଟିଶନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଛନ୍ତି, ପ୍ରଥମେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଆସୁ, ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବେ।

କର୍ନାଟକ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ସ୍ଥାନାନ୍ତର କରି ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କରିବାକୁ ସିବଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଏନେଇ ରମନା କହିଛନ୍ତି ଯଦି ଆମେ ଶୁଣିବା ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ନାହିଁ।

ପ୍ରଧାନ ବିଚାରପତି କହିଛନ୍ତି ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ତେବେ ଏହି ସମୟରେ କାହିଁକି ଏହି ଘଟଣାରେ ହସ୍ତକ୍ଷେପ କରିବେ? ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ମନା କରିଦେଇଛନ୍ତି ଏବଂ ହାଇକୋର୍ଟ ନିଷ୍ପତ୍ତି ନେବା ପରେ ହିଁ ଏହାର ଶୁଣାଣି ହେବ ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସିବଲଙ୍କ ଦାବିକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ଗଲେ ଅଯୋଧ୍ୟା ବାସିନ୍ଦା

ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର...

କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର

ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ...

୭ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୮।୪: ସହରର ୭ ସ୍କୁଲକୁ ଇ-ମେଲ ଜରିଆରେ ଶୁକ୍ରବାର ବୋମା ପକାଇବା ଧମକ ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ ଟିମ୍‌ ବିଭିନ୍ନ ସ୍କୁଲକୁ ଯାଇ...

‘୩ ମାସ ଭିତରେ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ’

ନୂଆଦିଲ୍ଲୀ,୩୧।୩: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ପରାଜୟ ପରେ ଦଳରେ ଜି୨୩ ନେତାଙ୍କ ସକ୍ରିୟତା...

୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ

ଗୁଆହାଟୀ, ୨୩।୬: ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୁରୁବାର ଏହି ଭିଡିଓ ରିଲିଜ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଭିଡିଓରେ...

ଏସ୍‌ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ

ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ଲକ୍ଷଣ: ଆଇସିଏମଆର୍‌

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରତିଦିନ କ୍ରମାଗତ ଭାବରେ ଉତ୍‌ଥାନ-ପତନ ଦେଇ ଗତି କରୁଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା...

Advertisement
Archives

Model This Week