Posted inଜାତୀୟ

‘ମହାପ୍ରଭୁ ଜଗନ୍ନାଥ’ ଆନିମେଶନ ଚଳଚ୍ଚିତ୍ର ରିଲିଜ୍‌କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ: କେତେଜଣଙ୍କ ଆପତ୍ତି ପାଇଁ …

ନୂଆଦିଲ୍ଲୀ,୩୦ା୭ : ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେତେଜଣ ବ୍ୟକ୍ତିଙ୍କ ଆବେଗ କିମ୍ବା ଆପତ୍ତିକୁ ଆଧାରକରି କଳା, ସଂସ୍କୃତି ଓ ସୃଜନଶୀଳତାକୁ ସୀମିତ କରାଯାଇପାରିବ ନାହିଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍‌ ଆର୍‌. ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ରଥଯାତ୍ରା ପରେ ଫିଲ୍ମ ମୁକ୍ତିଲାଭ ପାଇଁ ଦେଇଥିବା ଆଦେଶରେ କୌଣସି ପରିବର୍ତ୍ତନ କରିବାକୁ ମନା କରିଦେଇଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ ନାଗରତ୍ନା କହିଛନ୍ତି, ଆନିମେଶନ ହେଉଛି କଳାର ଏକ ମାଧ୍ୟମ, ଯାହା ଶିଶୁମାନଙ୍କୁ ଆକୃଷ୍ଟ କରିଥାଏ। ଯଦି ଏପରି ସମ୍ବେଦନଶୀଳତାକୁ ନେଇ କୋର୍ଟରେ ପିଟିଶନ ଦାଏର ହେଉଥାଏ, ତେବେ ହିନ୍ଦୁ ଦେବଦେବୀଙ୍କୁ ନେଇ ହେଉଥିବା ସମସ୍ତ ସୃଜନଶୀଳ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିବ। ଟେଲିଭିଜନରେ ‘ରାମାୟଣ’ ପ୍ରସାରଣ ମଧ୍ୟ ରୋକିବାକୁ ହେବ। ଦେବଦେବୀଙ୍କୁ ନେଇ ସୃଜନଶୀଳତା ଉପରେ ଏଭଳି ରୋକ ଲଗାଯାଇପାରିବ ନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ହାଜର ହୋଇ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ, ସେନ୍‌ସର ବୋର୍ଡ ସାର୍ଟିଫିକେଟ୍‌ର ପୁନଃ ନିରୀକ୍ଷଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଏହାର ସମୀକ୍ଷା ଚାହୁଁଛନ୍ତି। ଧର୍ମଗୁରୁ, ଶ୍ରୀମନ୍ଦିର ପ୍ରତିନିଧି, ସରକାରୀ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା, ଯେଉଁଥିରେ ମହାପ୍ରଭୁଙ୍କ ଆନିମେଟେଡ୍‌ ରୂପାୟନ ଏବଂ ପୌରାଣିକ ଶାସ୍ତ୍ର ସହ ଏହାର ଅସଙ୍ଗତିକୁ ନେଇ ଆପତ୍ତି ଉଠିଥିଲା। ସରକାର ଫିଲ୍ମର ସମ୍ପୂର୍ଣ୍ଣ ବିରୋଧୀ ନୁହନ୍ତି, ବରଂ ସ୍ବାଧୀନ ଭାବେ ଏହାର ପୁନଃ ନିରୀକ୍ଷଣ କରିବାକୁ ଚାହୁଁଛନ୍ତି ବୋଲି ସେ ଦର୍ଶାଇଥିଲେ।
ସୁପ୍ରିମକୋର୍ଟଙ୍କ ଟିପ୍ପଣୀରେ ଉଲ୍ଲେଖ ରହିଛି ଯେ, କୋର୍ଟ କେବେବି ନିର୍ଦ୍ଦେଶକଙ୍କ କଳାତ୍ମକ ନିଷ୍ପତ୍ତି ଉପରେ ବିଚାରପତି ଭାବେ ବସିପାରିବେ ନାହିଁ। ଯଦି କାହାର ଆବେଗ ଆହତ ହୋଇଥାଏ, ତେବେ ତାହା ଉପରେ ନିଷ୍ପତ୍ତି ନେବା ନିର୍ଦ୍ଦେଶକଙ୍କ ନିଜସ୍ବ ବ୍ୟାପାର। ଫିଲ୍ମ ପ୍ରଯୋଜକଙ୍କ ପକ୍ଷରୁ ସିନିୟର ଆଡଭୋକେଟ ଦେବଦତ୍ତ କାମାତ୍‌ କହିଥିଲେ, ଫିଲ୍ମରେ କୌଣସି ଆପତ୍ତିଜନକ କିମ୍ବା ମର୍ଯ୍ୟାଦାହାନିର ଦୃଶ୍ୟ ନାହିଁ। ଶ୍ରୀମନ୍ଦିର କମିଟିର ବୈଠକରେ ମଧ୍ୟ ଏହାକୁ ଏକ ପ୍ରଶଂସନୀୟ ପ୍ରୟାସ ବୋଲି କୁହାଯାଇଥିଲା। ଜଷ୍ଟିସ ମହାଦେବନ ଓ ଜଷ୍ଟିସ ନାଗରତ୍ନା ପ୍ରଯୋଜକଙ୍କୁ ପରାମର୍ଶ ଦେଇଛନ୍ତି, ଯଦି କୌଣସି ସମ୍ବେଦନଶୀଳ ଅଂଶକୁ ନେଇ ସନ୍ଦେହ ଥାଏ, ତେବେ ସେମାନେ ନିଜ ବିବେକ ଅନୁଯାୟୀ ସ୍ବେଚ୍ଛାକୃତ ଭାବେ ସେଥିରେ ଆବଶ୍ୟକ ସଂଶୋଧନ କିମ୍ବା ବାଦ୍‌ ଦେଇପାରିବେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?