Posted inଜାତୀୟ

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା ଜେଲରେ ଥିଲେ। ଫାରୁକ୍‌ ନାମକ ଉକ୍ତ ଅପରାଧୀ ଦୀର୍ଘ ସମୟ ଜେଲରେ କାଟିସାରିଥିବାରୁ ଏହାକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ପି.ଏସ୍‌. ନରସିଂହାଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ ଲାଗି ରାଜି ହୋଇଛନ୍ତି। ୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା ରେଳ ଷ୍ଟେଶନରେ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏସ୍‌-୬ କୋଚ୍‌ରେ ନିଆଁ ଲଗାଇଦେବାରୁ ମହିଳା ଓ ଶିଶୁଙ୍କ ସମେତ ୫୯ ଜଣ ଦଗ୍ଧ ହୋଇଥିଲେ। ଏହା ଅତି ବୀଭତ୍ସ ଅପରାଧ ବୋଲି ଗୁଜରାଟ ସରକରାଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିବା ସହ ଅପରାଧୀମାନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ। ଅପରାଧୀ ଟ୍ରେନ୍‌ ଯାତ୍ରୀମାନଙ୍କ ଉପରକୁ ଟେକାମାଡ଼ କରିବା ଲାଗି ଅନ୍ୟମାନଙ୍କୁ ଉସୁକାଇଥିଲେ। ଏହା ଏକ ଗୁରୁତର ଅପରାଧ ବୋଲି ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ। ୨୦୧୭ ଅକ୍ଟୋବର ୯ରେ ହାଇକୋର୍ଟ ଫାରୁକ୍‌ଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ,୩।୩ : ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ଜଣେ ଶ୍ରମିକ ତାଙ୍କ ୨୭ ବର୍ଷୀୟ ସାଙ୍ଗକୁ ହତ୍ୟା କରିଛନ୍ତି। ଏହି ଘଟଣା ସୋମବାର ମୁମ୍ବାଇର...

ଶାହିନ୍‌ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି କଲେ ପୂଜା

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ...

ସେନାରେ ଶେଷ ହେବ ପରାଧୀନତାର ଚିହ୍ନ, ବଦଳିବ ପୋଷାକ…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡ କ୍ରସ ହଟାଯାଇଛି।...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର: ଯୋଗୀ ସରକାର ଯୋଗାଇ ଦେବେ ବାସଗୃହ-ଦୋକାନ

ଲକ୍ଷ୍ନୌ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ସୃଷ୍ଟି ହୋଇଛିି। ସେହିପରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଧୀରେଧୀରେ ଉତ୍କଟ ହେବାରେ ଳାଗିଛି। ତେବେ ଉତ୍ତରପ୍ରଦେଶ ସରକାର...

ଭେଣ୍ଟିଲେଟରରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ବିଗିଡ଼ିଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର...

ନିର୍ବାଚନ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ,୨୪।୧୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର କୃଷକଙ୍କ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଶୁକ୍ରବାର ଚାଷୀଙ୍କ ପାଇଁ...

ମଇଦାନରେ ଷ୍ଟାର୍‌ ଓ୍ବାର୍‌

ନୂଆଦିଲ୍ଲୀ, ୧୮ା୩: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଦଳଡ଼ିଆଁ ପର୍ବ ପରେ ଜୋର୍‌ଦାର ହୋଇଛି ଆକ୍ଷେପ ପ୍ରତିଆକ୍ଷେପର...

Advertisement
Archives

Model This Week