Posted inଜାତୀୟ

ଜାତିଗତ ସର୍ଭେ ତଥ୍ୟ ପ୍ରକାଶନରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୦: ବିହାର ସରକାର ଜାତିଗତ ସର୍ଭେ ତଥ୍ୟ ପ୍ରକାଶ କରିଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଏନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଜାତି ଜନଗଣନା ସମ୍ପର୍କିତ ଅଧିକ ତଥ୍ୟ ପ୍ରକାଶ କରିବା ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଜାତି ଜନଗଣନା କରିବା କ୍ଷମତା ରାଜ୍ୟ ସରକାରଙ୍କର ଅଛି କି ନାହିଁ, ତାହା ଅଦାଲତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ବିହାରରେ ଜାତି ଜନଗଣନାକୁ ପାଟନା ହାଇକୋର୍ଟ ଅନୁମତି ଦେଇଥିଲେ। ହାଇକୋର୍ଟଙ୍କ ଅଗଷ୍ଟ ୧ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର ହୋଇଥିଲା। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ ଏନେଇ ବିହାର ସରକାରଙ୍କୁ ନୋଟିସ୍‌ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁୟାରୀକୁ ଧାର୍ଯ୍ୟ କରିଛନ୍ତି। ସ୍ଥଗିତାଦେଶ ପୂର୍ବରୁ ରାଜ୍ୟ ସରକାର କେତେକ ତଥ୍ୟ ପ୍ରକାଶ କରିଦେଇଥିବାରୁ ପରବର୍ତ୍ତୀ ତଥ୍ୟ ପ୍ରକାଶନ ଉପରେ ସମ୍ପୂର୍ଣ୍ଣ ସ୍ଥଗିତାଦେଶ ଲଗାଇବା ପାଇଁ ଆବେଦନକାରୀମାନେ କରିଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ନୀତିଗତ ନିଷ୍ପତ୍ତି ନେବାରେ ଆମେ ସରକାରଙ୍କୁ ଅଟକାଇ ପାରିବୁ ନାହିଁ। ରାଜ୍ୟ ସରକାରଙ୍କ ଜାତିଗତ ସର୍ଭେ କରିବା କ୍ଷମତା ଅଛି କି ନାହିଁ, ଅନୁଧ୍ୟାନ କରିବୁ ବୋଲି ଖଣ୍ଡପୀଠ କହିଥିଲେ।
ଅନ୍ୟପକ୍ଷରେ ବିହାର ସରକାର କାହିଁକି ତଥ୍ୟ ପ୍ରକାଶ କଲେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅପରାଜିତା ସିଂ କହିଥିଲେ, ଏହି ମାମଲାରେ ଗୋପନୀୟତାର ଉଲ୍ଲଂଘନ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଭୁଲ୍‌ ଥିବା ସେ ଦର୍ଶାଇଥିଲେ। ବେଆଇନ ଭାବେ ତଥ୍ୟ ସଂଗ୍ରହ କରାଯାଇଥିବାରୁ ଏହାକୁ ସରକାର ଯୋଜନା ପ୍ରସ୍ତୁତିରେ ଲଗାଇପାରିବେ ନାହିଁ ବୋଲି ସିଂ କହିଥିଲେ। ତେବେ ଜାତିଗତ ସର୍ଭେରେ କୌଣସି ବ୍ୟକ୍ତିଙ୍କ ନାଁ ପ୍ରକାଶ ପାଇ ନ ଥିବାରୁ ଏହାକୁ ଗୋପନୀୟତାର ଉଲ୍ଲଂଘନ କହିବା ଠିକ୍‌ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri