Posted inଜାତୀୟ

୨୬ ସପ୍ତାହ ଭ୍ରୁଣ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧୦ : ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ।

ସୋମବାର କୋର୍ଟ କହିଛନ୍ତି ଗର୍ଭସ୍ଥ ଶିଶୁ ସୁସ୍ଥ ରହିଛି। ଯଦି ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ହୁଏ, ତେବେ ଗର୍ଭପାତ ଅନୁମତି ଦିଆଯାଇପାରିବ ନାହିଁ। ମହିଳାଙ୍କ ଗର୍ଭଧାରଣ ୨୬ ସପ୍ତାହ ପାଞ୍ଚ ଦିନ ଥିଲା। ଏହି ମାମଲାରେ ମହିଳାଙ୍କ ପାଇଁ କୌଣସି ବିପଦ ନାହିଁ ଏବଂ ଏହା ଅସ୍ବାଭାବିକ ଭ୍ରୁଣ ମାମଲା ନୁହେଁ। ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୯ ର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିଥିଲେ।

ଗୁରୁବାର ସମାନ ମାମଲାର ଶୁଣାଣି ବେଳେ ଖଣ୍ଡପୀଠକହିଥିଲେ ଆମେ ଶିଶୁକୁ ହତ୍ୟା କରିପାରିବୁ ନାହିଁ। ଏଥିସହ ଖଣ୍ଡପୀଠ କହିଥିଲେ ଏକ ଜନ୍ମିତ ଶିଶୁର ଅଧିକାର ଏବଂ ମା’ଙ୍କ ସ୍ବାସ୍ଥ୍ୟ ଆଧାରରେ ନିଷ୍ପତ୍ତି ନେବା ଅଧିକାର ମଧ୍ୟରେ ସନ୍ତୁଳନ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଅକ୍ଟୋବର ୧୦ ରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ମେଡିକାଲ ବୋର୍ଡର ଜଣେ ଡାକ୍ତର ଏକ ଇ-ମେଲ ପଠାଇବା ପରେ ଏହି ସମସ୍ୟା ଉପୁଜିଥିଲା। କୁହାଯାଇଥିଲା ଯଦି ଏହି ପର୍ଯ୍ୟାୟରେ ଗର୍ଭପାତ କରାଯାଏ ତେବେ ଗର୍ଭସ୍ଥ ଶିଶୁର ବଞ୍ଚିବାର ସମ୍ଭାବନା ଅଛି। ଏହାପୂର୍ବରୁ ବୋର୍ଡ ଉକ୍ତ ମହିଳାଙ୍କ ଅନୁସନ୍ଧାନ କରି ଅକ୍ଟୋବର ୬ରେ ସର୍ବୋଚ୍ଚ ନ୍ୟାୟାଳୟରେ ରିପୋର୍ଟ ଉପସ୍ଥାପନ କରିଥିଲେ।

ଅକ୍ଟୋବର ୯ ରେ, ମହିଳା ଜଣକ ଉଦାସୀନତା ଏବଂ ଭାବପ୍ରବଣ ହେବା ସହିତ ଆର୍ଥିକସ୍ତରରେ ତୃତୀୟ ସନ୍ତାନ ଲାଳନପାଳନ ସ୍ଥିତିରେ ନ ଥିବା ଦର୍ଶାଇ ମହିଳାଙ୍କୁ ତାଙ୍କ ଗର୍ଭପାତ ମେଡିକାଲରେ କରିବାକୁ କୋର୍ଟ ଅନୁମତି ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri