ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍‌’ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଯେଉଁ ଛାତ୍ରମାନେ ସିଏ ପରୀକ୍ଷା ଦେବା ପାଇଁ ଅସମର୍ଥ ହେବେ, ସେମାନଙ୍କୁ ‘ଅପ୍ଟ ଆଉଟ୍‌’ କେସ୍‌ ଭାବେ ବିବେଚିତ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ କରୋନା ଯୋଗୁ ଯଦି କୌଣସି ସିଏ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ତେବେ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ମିଳିବ ସୁଯୋଗ। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଯଦି କୌଣସି ଛାତ୍ର ଅପ୍ଟ ଆଉଟ୍‌ ଅପଶନ୍‌କୁ ଚୟନ କରିନାହାନ୍ତି କିନ୍ତୁ ତାଙ୍କ ଅଞ୍ଚଳ ହଠାତ୍‌ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଉଛି, ତେବେ ଉକ୍ତ ଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଏଭଳି ସ୍ଥିତିରେ ଆଇସିଏଆଇ ଉକ୍ତ ଛାତ୍ରଙ୍କୁ ଅପ୍ଟ ଆଉଟ୍‌ କେସ୍‌ ଭାବେ ଗ୍ରହଣ କରିବେ। ପରବର୍ତ୍ତୀ ସମୟରେ ଉକ୍ତ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ବୋଲି ସୁପ୍ରିମକୋ ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ ଇନଷ୍ଟିଚ୍ୟୁଟ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍‌ ଇଣ୍ଡିଆର ଜୁନରେ ହେବାକୁ ଥିବା ସିଏ ପରୀକ୍ଷା ଏବେ ଜୁଲାଇ ୨୯ରେ ଆୟୋଜିତ ହେବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଏନ୍‌ସି ନେତା

ଶ୍ରୀନଗର,୭ା୧୦(ପି.ଟି.): ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲାଙ୍କୁ ରବିବାର ତାଙ୍କ ଦଳର...

କୁକୁରର ଅନ୍ତିମ ସତ୍କାର କଲେ ପୋଲିସ କର୍ମଚାରୀ: ପ୍ରଶଂସାରେ ପୋତିପକାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୨।୧୨: ଉତ୍ତରପ୍ରଦେଶର ମିରୁଟର କମିଶନର ଛକଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କେତେଜଣ ପୋଲିସ କର୍ମଚାରୀ ଏକ କୁକୁରର ମୃତ୍ୟୁ ପରେ...

ଅଲଗା ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ ମିଳୁଛି କରୋନା ଭାଇରସ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ କରୋନା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ...

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା...

ବନ୍ଧୁଙ୍କ ଗଳାକାଟି ରକ୍ତ ପିଇଲେ

ବେଙ୍ଗାଲୁରୁ, ୨୭।୬: କର୍ନାଟକ ଚିକାବାଲାପୁରରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ଗଳା କାଟି ରକ୍ତ ପିଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୟଙ୍କ ସ୍ତ୍ରୀ ସହ ବନ୍ଧୁ ମରେଶଙ୍କ...

ରବିବାର ସକାଳ ୬ଟା ୫୧ରୁ ଚନ୍ଦ୍ରାୟନ-୨ର ୨୦ ଘଣ୍ଟିଆ କାଉଣ୍ଟ୍‌ ଡାଉନ୍‌

ନୂଆଦିଲ୍ଲୀ,୧୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ।...

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ...

Advertisement
Archives

Model This Week