Posted inଜାତୀୟ

ଏମ୍‌ପି, ବିଧାୟକଙ୍କ ସଦସ୍ୟତା ରଦ୍ଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୬।୩(ପି.ଟି.): ବିଧାୟକ କିମ୍ବା ଏମ୍‌ପି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଜେଲଦଣ୍ଡ ପାଇଥିଲେ ଲୋକ ପ୍ରତିନିଧି ଆଇନର ଧାରା ୮(୩) ଅନୁଯାୟୀ ସେମାନଙ୍କ ସଭ୍ୟ ପଦ ସ୍ବତଃ ରଦ୍ଦ ହୋଇଯାଉଛି। ଏଭଳି ସଦସ୍ୟତା ରଦ୍ଦକୁ କେରଳର ଜଣେ ସାମାଜିକ କର୍ମୀ ଶନିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୨୦୧୯ର ଏକ ମାନହାନି ମାମଲାରେ ଗୁଜରାଟର ସୁରଟସ୍ଥିତ ଏକ ଅଦାଲତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଓ୍ବାୟନାଡ୍‌ ଲୋକ ସଭା ଆସନରୁ ତାଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଏହା ଉପରେ ଆବେଦନକାରୀ ଆଭା ମୁରଲୀଧରନ୍‌ ପ୍ରଶ୍ନ ଉଠାଇଛନ୍ତି। ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩)ରେ ସ୍ବତଃ ସଭ୍ୟପଦ ରଦ୍ଦ ମନମାନି ଓ ବେଆଇନ ହୋଇଥିବାରୁ ଏହାକୁ ସମ୍ବିଧାନ ଅଧିକାର ବାହାରେ ବୋଲି ଘୋଷଣା କରିବାକୁ ମୁରଲୀଧରନ ପିଟିଶନରେ ଦାବି କରିଛନ୍ତି। ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କ ସଦସ୍ୟତା ରଦ୍ଦ କରାଯିବା ଦ୍ୱାରା ତାଙ୍କ ଉପରେ ଜନସାଧାରଣ ନ୍ୟସ୍ତ କରିଥିବା ଦାୟିତ୍ୱ ନିର୍ବାହ କରିବାରୁ ସେ ବଞ୍ଚତ୍ତ ହୋଇଥାନ୍ତି। ଏହା ଗଣତାନ୍ତ୍ରିକ ନୀତିର ପରିପନ୍ଥୀ ବୋଲି ମୁରଲୀଧରନ କହିଛନ୍ତି। ଅପରାଧକୁ ବିଚାରକୁ ନିଆ ନ ଯାଇ ସଦସ୍ୟତା ସ୍ବତଃ ରଦ୍ଦ କରିଦିଆଯିବା, ସ୍ବାଭାବିକ ନ୍ୟାୟ ବିରୁଦ୍ଧ। ଅନେକ ସମୟରେ ତଳ କୋର୍ଟଙ୍କ ରାୟ ଉଚ୍ଚତର କୋର୍ଟରେ ବଦଳିଯାଇଥାଏ। ଏଭଳି ସ୍ଥିତିରେ ଯେଉଁ ଜନପ୍ରତିନିଧି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଜନାଦେଶ ପାଇଥିଲେ, ତାଙ୍କର ମୂଲ୍ୟବାନ ସମୟକୁ ବ୍ୟର୍ଥ କରାଯାଇପାରିବ କି ବୋଲି ପିଟିଶନରେ ପ୍ରଶ୍ନ କରାଯାଇଛି। ଆଇନଜୀବୀ ଦୀପକ ପ୍ରକାଶଙ୍କ ଜରିଆରେ ମୁରଲୀଧରନ ଏହି ପିଟିଶନ ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?