‘ଧର୍ମାନ୍ତରିତଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଉ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦେବା ଦାବିକୁ ଜୋର୍‌ଦାର କରିଛି ଜନଜାତି ସୁରକ୍ଷା ମଞ୍ଚ। ଏହାକୁ ନେଇ ଶନିବାର ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବଡ଼ଧରଣର ଜନଜାତି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ୨୬ ଜିଲାରୁ ୬୨ ସମ୍ପ୍ରଦାୟର ୧୦ହଜାରରୁ ଊର୍ଦ୍ଧ୍ୱ ଜନଜାତି ଭଉଣୀଭାଇ ଯୋଗଦେଇଥିଲେ। ଶହୀଦନଗର ଦୁର୍ଗାମଣ୍ଡପ, ନୟାପଲ୍ଲୀ ଓ ରାମମନ୍ଦିର ଛକ ନିକଟରୁ ୩ଟି ଶୋଭାଯାତ୍ରା ବାହାରି ସ୍ଥାନୀୟ ଜନତା ମୈଦାନରେ ପହଞ୍ଚତ୍ଥିଲା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରୁପାଲି ଛକରେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜନଜାତି ଭଉଣୀଭାଇଙ୍କ ସହ କିଛି ସମୟ ଆଲୋଚନା କରି କିଛି ବାଟ ପଦଯାତ୍ରାରେ ଯାଇଥିଲେ। ଏହି ସମାବେଶରେ ଜନଜାତି ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଶଭୂଷାରେ ଯୋଗ ଦେଇଥିଲେ। ଅନ୍ୟପଟେ ପାରମ୍ପରିକ ନୃତ୍ୟଗୀତ ସହ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ। ନିଜର ଧର୍ମ ସଂସ୍କୃତିକୁ ରକ୍ଷା କରିବା ପାଇଁ ତଥା ଯେଉଁମାନେ ଧର୍ମାନ୍ତରିତ ହୋଇଯାଇଛନ୍ତି ସେମାନଙ୍କୁ ଜନଜାତି ସୂଚୀରୁ ଅଲଗା କରିବା ନେଇ ଆନ୍ଦୋଳନକୁ ଜାତୀୟସ୍ତର କରାଯିବ ବୋଲି ମଞ୍ଚର ସର୍ବବ୍ୟବସ୍ଥା ପ୍ରମୁଖ ପ୍ରକାଶ ବେତାଲା ଉଦ୍‌ବୋଧନ ଦେଇ କହିଛନ୍ତି। ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଗଣେଶ ରାମଭଗତ, ସହ ସଂଯୋଜକ ଡ. ରାଜକିଶୋର ହାଁସଦା, ପବିତ୍ର କୁମାର କହଁର ପ୍ରମୁଖଙ୍କ ନେତୃତ୍ୱରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ରାଜନୈତିକ ଦଳମାନେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଟିକେଟ୍‌ ନ ଦେବା ପାଇଁ ମଞ୍ଚ ପକ୍ଷରୁ ଦାବି ହୋଇଛି। ସେହିପରି ସରକାରୀ ଚାକିରି ହାତେଇବାରେ ଏପରି ବ୍ୟକ୍ତିଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ ନ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ପାଇଁ କୁହାଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri