Posted inଜାତୀୟ

ଅବସର ନେବେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ୪ବିଚାରପତି, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ଦେଶରେ ଅନେକ କିଛି ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିବ। ୫ବର୍ଷ ପରେ ପୁଣି ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି କୋର୍ଟ-କଚେରୀ ମାମଲାରେ କେଇଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ସୁପ୍ରମିକୋର୍ଟର ୩ଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଏହା ବ୍ୟତୀତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ ମଧ୍ୟ ଅବସର ନେବାକୁ ଯାଉଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟରେ ଏବେ ୩୪ଜଣ ବିଚାରପତି ଅଛନ୍ତି। ଡିସେମ୍ବର ତୃତୀୟ ସପ୍ତାହରେ ଜଷ୍ଟିସ ସଞ୍ଜୟ କୌଲ ଅବସର ନେଇଛନ୍ତି। ଆସନ୍ତା ବର୍ଷ ଅର୍ଥାତ ୨୦୨୪ରେ ୩ଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋସ ୨୦୨୪ ଏପ୍ରିଲରେ ଅବସର ନେଉଥିବାବେଳେ ମଇରେ ଜଷ୍ଟିସ ଏଏସ ବୋପନ୍ନା ଏବଂ ସେପ୍ଟେମ୍ବରରେ ଜଷ୍ଟିସ ହିମା କୋହଲି ଅବସର ନେଉଛନ୍ତି। ତେବେ ଏହି ୩ବିଚାରପତିଙ୍କ ଅବସର ସମୟ ଧାର୍ଯ୍ୟ କରାଯାଇ ସାରିଛି।

ଜଷ୍ଟିସ ହିମା କୋହଲିଙ୍କ ଅବସର ପରେ ଶୀର୍ଷ କୋର୍ଟରେ ୨ଜଣ ମହିଳା ବିଚାରପତି ରହିବେ। ଏହି ୩ବିଚାରପତି ସୁପ୍ରିମକୋର୍ଟରେ ସର୍ବାଧିକ ୪ବର୍ଷ କାମ କରିଛନ୍ତି। ସେହିପରି ଆସନ୍ତାବର୍ଷ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବରରେ ଶେଷ ହେଉଛି। ଏହାପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୀବ ଖନ୍ନା ନିଯୁକ୍ତି ହେବେ। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୧ରେ ଆରମ୍ଭ ହୋଇ ୨୦୨୫ ମଇ ୧୩ରେ ଶେଷ ହେବ। ଚନ୍ଦ୍ରଚୂଡ ସିଜେଆଇ ହେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଲୋକପ୍ରିୟ ହୋଇଛନ୍ତି। ଶୁଣାଣି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଉଲ୍ଲେଖନୀୟ ଶୁଣାଣି ଗୁଡିକ ହେଲା, ଦିଲ୍ଲୀ ସରକାର-ରାଜ୍ୟପାଳ ବିବାଦ, ମହାରାଷ୍ଟ୍ର ରାଜନୈତିକ ସଙ୍କଟ, ସମଲିଙ୍ଗୀ ବିବାହ, ପ୍ରେସ ସ୍ବାଧୀନତା, ପୈତୃକ ସମ୍ପତ୍ତି ମାମଲା, ମଣିପୁର ହିଂସା, ଜମ୍ମୁ-କଶ୍ମିର ଉଚ୍ଛେଦ ମାମଲା ଇତ୍ୟାଦି।

ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଶୀର୍ଷ କୋର୍ଟ ଜାନୁୟାରୀ ୧ରୁ ଡିସେମ୍ବର ୧୫ ୨୦୨୩ ଭିତରେ ୫୨ହଜାର ୧୯୧ଟି ମାମଲାର ଶୁଣାଣି କରି ରେକର୍ଡ ସୃଷ୍ଟି କରିଛି। ଗତବର୍ଷ କୋର୍ଟ ୪୦ହଜାର ମାମଲାର ଶୁଣାଣି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri