ସମର୍ଥକ ନିରାଶ

ବଜେଟକୁ ନେଇ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ସ୍ବର ଉତ୍ତୋଳନ କରିଛନ୍ତି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀ ସହିତ ଜଡ଼ିତ ବିଷୟ (ଏହି ବଜେଟରେ ଟିକସ ଏବଂ ସମ୍ପତ୍ତି ବିକ୍ରୟ) ଅସନ୍ତୋଷ ସୃଷ୍ଟି କରିଛିି। ସେମାନଙ୍କ ଅଭିଯୋଗ ଅସ୍ବାଭାବିକ ମନେହୁଏ, କାରଣ ସେମାନେ ଯାହା ହେଲେ ବି ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ସମର୍ଥନ ଜାରି ରଖିଛନ୍ତି। ମଣିପୁର କିମ୍ବା ଲଦାଖ ଭଳି ପ୍ରସଙ୍ଗକୁ ବିରୋଧୀ କିମ୍ବା ଅସନ୍ତୁଷ୍ଟମାନେ ଉଠାଇ ପାରିଥାନ୍ତେ, କିନ୍ତୁ ସେମାନେ ‘ଭକ୍ତ’ ବୋଲି କୁହାଯାଉଥିବା ଗୋଷ୍ଠୀର ଲୋକଙ୍କୁ ଅସନ୍ତୁଷ୍ଟ କରୁଥିବା ଭଳି ଦେଖାଯାଉ ନାହିଁ। ସେମାନେ ସରକାରଙ୍କ ବିଚିତ୍ର ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବାକୁ ଚାହାନ୍ତି। ‘ମୋଦିଜୀ ନେ କିୟା ହୈ ତୋ ସୋଚ୍‌ ସମଝକର ହି କିୟା ହୋଗା’ ବାକ୍ୟ ଇଣ୍ଟରନେଟ୍‌ରେ ଦେଖିବାକୁ ମିଳୁଥିବାରୁ ସେମାନଙ୍କର ଅସନ୍ତୋଷ ଏକ କୌତୂହଳର ବିଷୟ ମନେହୁଏ। ପ୍ରଶ୍ନ ହେଉଛି, ସେମାନେ ଅସନ୍ତୋଷ ହେବାର କିଛି କାରଣ ଅଛି କି? ମୁଁ କେବଳ ବଜେଟ ନୁହେଁ ବରଂ ସେମାନଙ୍କର ଆକାଂକ୍ଷା ବିଷୟରେ କହୁଛି। ଯଦି କେହି ଭାବନ୍ତି ତାଙ୍କ ପାର୍ଟି କିଛି ନୂଆ ବିଚାରଧାରାକୁ ସମର୍ଥନ କରୁଛି ଏବଂ ତା’ପରେ କିଛି ଅଲଗା କରୁଛି, ତେବେ ଜଣେ ଅସନ୍ତୋଷ ହେବା ସ୍ବାଭାବିକ। ଯେଉଁମାନେ ଭାଜପାକୁ ସମର୍ଥନ କରନ୍ତି ଏବଂ ଭୋଟ ଦିଅନ୍ତି ସେମାନେ ଦଳ ଅର୍ଥ ବ୍ୟବସ୍ଥାକୁ ସମର୍ଥନ କରିବା ବିଷୟ ଉପରେ କ’ଣ ଭାବନ୍ତି? ଏହାକୁ ବୁଝିବାର ଏକମାତ୍ର ଉପାୟ ହେଉଛି ବିଗତ ଦଶନ୍ଧିଗୁଡ଼ିକରେ ଦଳର ମେନିଫେଷ୍ଟୋ ବା ଘୋଷଣାପତ୍ରକୁ ଦେଖିବା। ପ୍ରକୃତ କଥା ହେଉଛି ୧୯୫୧ ମସିହାରେ ଜନସଂଘ ଗଠନ ହେବାଠାରୁ ଏହାର ମେନିଫେଷ୍ଟୋରେ ସ୍ଥିର ତଥା ସ୍ପଷ୍ଟ ଅର୍ଥନୈତିକ ବିଚାରଧାରା କିମ୍ବା ଦେଶ ଉପରେ ହିନ୍ଦୁତ୍ୱ ପ୍ରଭାବ ପକାଇବା ସମ୍ପର୍କିତ କୌଣସି ବିଚାର ନାହିଁ। ମେନିଫେଷ୍ଟୋ ହେଉଛି କେବଳ ଦ୍ୱନ୍ଦ୍ୱାତ୍ମକ ଓ ଅସମ୍ପୂର୍ଣ୍ଣ ଘୋଷଣାର ଏକ ସଂଗ୍ରହ।
ମୌଳିକସ୍ତରରେ ଅର୍ଥ ବ୍ୟବସ୍ଥାକୁ ଜନସଂଘ ସମର୍ଥନ କରିଥିବାର କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନାହିଁ। ପାର୍ଟି ମେନିଫେଷ୍ଟୋ କହେ, ଏହା ଅର୍ଥନୈତିକ ବ୍ୟବସ୍ଥାର ବିକାଶ କରିବ, ଯାହା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ହଟାଇବ ନାହିଁ, କିନ୍ତୁ ଘରୋଇ ଉଦ୍ୟୋଗଗୁଡ଼ିକୁ ଉପଯୁକ୍ତ ସ୍ଥାନ ଦେବ। ମନେରଖିବା ଉଚିତ, ଦଳର ସମ୍ବିଧାନ (ଧାରା ୨) କହେ, ଭାଜପା ସମାଜବାଦର ଶପଥ ନେଇଛି। ସ୍ବଦେଶୀ ଅର୍ଥ ହେଉଛି ସ୍ଥାନୀୟ ଶିଳ୍ପକୁ ସବ୍‌ସିଡି ଏବଂ ଶୁଳ୍କ ସୁରକ୍ଷା ଦେବା। ମେନିଫେଷ୍ଟୋରେ କୁହାଯାଇଥିଲା ଯେ, ଉପଭୋକ୍ତା ସାମଗ୍ରୀ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀକୁ ନିରୁତ୍ସାହିତ କରାଯିବ। ୧୯୫୭ରେ ପାର୍ଟି ଘୋଷଣା କରିଥିଲା ଆର୍ଥିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆରମ୍ଭ କରିବ, ଯାହା ଭାରତୀୟଙ୍କ ଜୀବନର ମୂଲ୍ୟବୋଧକୁ ଦେଖି କରାଯିବ। ଅବଶ୍ୟ ଏଗୁଡ଼ିକ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇ ନାହିଁ କିମ୍ବା ବୈପ୍ଳବିକ ପରିବର୍ତ୍ତନର ଏହି ବିଷୟକୁ ଭବିଷ୍ୟତର ମେନିଫେଷ୍ଟୋରେ ପୁନର୍ବାର ଉଠାଯାଇ ନାହିଁ। ୧୯୬୭ ମସିହାରେ ଦଳ ଏକ ଯୋଜନାବଦ୍ଧ ଅର୍ଥନୀତିର ଧାରଣାକୁ ସମର୍ଥନ କରିବା କଥା କହିଥିଲା। କିନ୍ତୁ ଏହି ଯୋଜନାର ମୋଡ଼ ବଦଳାଇ ଆଞ୍ଚଳିକଭିତ୍ତିରେ ଓ ପ୍ରୋଜେକ୍ଟ ଓ୍ବାରି ମାଇକ୍ରୋ-ଇକୋନୋମିକ ଯୋଜନା ବ୍ୟବସ୍ଥା ଗ୍ରହଣ କରିଥିଲା। ଏହା ରାଜ୍ୟର ହସ୍ତକ୍ଷେପ ଲୋଡ଼ିଥିଲା, କିନ୍ତୁ ସବୁ ସ୍ଥାନରେ ନୁହେଁ। ଏହା ଘରୋଇ ନିବେଶକୁ ଉତ୍ସାହିତ କରିଥିଲା, ହେଲେ ପ୍ରତିରକ୍ଷା କ୍ଷେତ୍ରରେ ନୁହେଁ।
୧୯୫୪ରେ ଏବଂ ପୁନର୍ବାର ୧୯୭୧ରେ ଜନ ସଂଘ ଭାରତୀୟ ନାଗରିକଙ୍କ ସର୍ବାଧିକ ଆୟକୁ ମାସକୁ ୨୦୦୦ ଟଙ୍କା ଏବଂ ସର୍ବନିମ୍ନ ୧୦୦ ଟଙ୍କାରେ ୨୦:୧ ଅନୁପାତରେ ସୀମିତ ରଖିବାକୁ ସ୍ଥିର କରିଥିଲା। ଦଳ ମଧ୍ୟ କହିଥିଲା, ଏହା ୧୦:୧ରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଏହି ବ୍ୟବଧାନକୁ ହ୍ରାସ କରିବା ଉପରେ କାର୍ଯ୍ୟ ଜାରି ରଖିବ ଏବଂ ସମସ୍ତ ଭାରତୀୟଙ୍କ ଆୟ କେବଳ ଏହି ସୀମା ମଧ୍ୟରେ ରହିପାରିବ। ପାର୍ଟି କହିଥିଲା, ସହରଗୁଡ଼ିକରେ ଆବାସିକ ଘରଗୁଡ଼ିକର ଆକାରକୁ ସୀମିତ ରଖିବ ଏବଂ ୧୦୦୦ ବର୍ଗ ଗଜ୍‌ରୁ ଅଧିକ ପ୍ଲଟ୍‌କୁ ଅନୁମତି ଦେବ ନାହିଁ। ‘ସର୍ବନିମ୍ନ ସରକାର ସର୍ବାଧିକ ସରକାର’ ଧ୍ୱନି ସହିତ ଏହାର କାର୍ଯ୍ୟକୁ ତୁଳନା କରନ୍ତୁ ଏବଂ ଦେଖନ୍ତୁ ଏଥିରେ କୌଣସି ସ୍ଥିରତା ନାହିଁ। ଏବଂ ଗୋଟିଏ ସ୍ଥିତିରୁ ଅନ୍ୟ ସ୍ଥିତିକୁ ଦଳ କାହିଁକି ପରିବର୍ତ୍ତନ କଲା ତାହାର କୌଣସି କାରଣ ପାଇବେ ନାହିଁ। ଜନ ସଂଘ ପ୍ରଥମେ କୃଷି ଯାନ୍ତ୍ରିକୀକରଣକୁ ସମର୍ଥନ କରିଥିଲା, କିନ୍ତୁ ପରେ ୧୯୫୪ରେ ଏହାକୁ ବିରୋଧ କଲା। ଏହା ଚାହୁଁଥିଲା ଯେ ଶିଳ୍ପ ଏହାର ଅଟୋମେଶନ ବା ସ୍ବୟଂଚାଳିତ ପ୍ରକ୍ରିୟାକୁ ଦକ୍ଷତା ଆଧାରରେ ନୁହେଁ ବରଂ କେତେଜଣ ବ୍ୟକ୍ତି ନିଯୁକ୍ତି ଦେଇ ଠିକ୍‌ କରୁ। ଜଣେ ବ୍ୟବସାୟୀ ଖର୍ଚ୍ଚ ହ୍ରାସ କରିବା ପରିବର୍ତ୍ତେ ତାହାକୁ କାହିଁକି ବଢ଼ାଇବାକୁ ଚାହିଁବ, ସେ ବିଷୟରେ ଏହା ବ୍ୟାଖ୍ୟା କରିନାହିଁ।
୧୯୭୧ରେ ଦଳ କହିଥିଲା, ପ୍ରତିରକ୍ଷା ଏବଂ ଏରୋସ୍ପେସ୍‌ ବ୍ୟତୀତ ଅନ୍ୟ କୌଣସି ଶିଳ୍ପ ସ୍ବୟଂଚାଳିତ ହେବାକୁ ଚାହେଁନାହିଁ। ଚଳିତ ସପ୍ତାହରେ ଯେତେବେଳେ ଅର୍ଥ ସଚିବଙ୍କ ସାକ୍ଷାତ୍‌କାରର ଏକ ଶୀର୍ଷକ ”କମ୍‌ ଅଟୋମେଶନ ଆପଣାଇ ଅଧିକ ଶ୍ରମିକ ବ୍ୟବହାର କରିବା ଶିଳ୍ପ ପାଇଁ ଅସୁବିଧା“କୁ ଦେଖିଲି ସେତେବେଳେ ମୋର ଏହି କଥା ମନେପଡ଼ିଗଲା। ୧୯୫୦, ୧୯୬୦, ୧୯୭୦ ଏବଂ ୧୯୮୦ ଦଶକ ମଧ୍ୟରେ ଦଳ କେବଳ ସେହି ସମୟର କଂଗ୍ରେସ ମେନିଫେଷ୍ଟୋକୁ ସ୍ବୀକାର କରୁଥିଲା କିମ୍ବା ପ୍ରତିକ୍ରିୟା ରଖୁଥିଲା। ସେତେବେଳେ ପ୍ରକୃତରେ ସେମାନଙ୍କର ନିଜସ୍ବ ପ୍ରସ୍ତାବ ଦେବାକୁ କିଛି ନ ଥିଲା କି ସେମାନେ ଏହା ଆବଶ୍ୟକ ବୋଲି ମଧ୍ୟ ଭାବି ନ ଥିଲେ। କାରଣ ୧୯୮୯ ପର୍ଯ୍ୟନ୍ତ ଏହାର ଭୋଟ ହାର ଏକକ ସଂଖ୍ୟା ରହିଥିଲା ଏବଂ ଭାଜପା ଜାଣିଥିଲା ଏହା କ୍ଷମତାକୁ ଆସିବ ନାହିଁ କି ଏକ ନୀତି ପ୍ରଣୟନ କରିବାର ଆବଶ୍ୟକତା ପଡ଼ିବ ନାହିଁ। ତେଣୁ ଯାହା ମୁଣ୍ଡକୁ ଆସିଲା ତାହା ମୁକ୍ତ କଣ୍ଠରେ କହିଗଲା। ବର୍ତ୍ତମାନ ଭାଜପା ଭାରତୀୟ ରାଜନୀତିରେ ପ୍ରଭାବୀ ଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଛି, ଲୋକମାନେ ଏହାକୁ ଅଧିକ ଗମ୍ଭୀରତା ସହ ନେଇଛନ୍ତି। ଏହାର ଭୋଟରମାନେ ଅନୁମାନ କରନ୍ତି ଯେ ‘ମୋଦିନୋମିକ୍ସ’ ପଛରେ କିଛି ବଡ଼ ରଣନୀତି ବା ଅନ୍ତତଃ ପକ୍ଷେ କିଛି ମୌଳିକ ବିରାରଧାରା ଅଛି ଏବଂ ଏହା ବଜେଟରେ ଜଣାପଡ଼ିବ। କିନ୍ତୁ ଏହା ସେପରି ହୋଇ ନାହିଁ।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?