ବନ୍ଦକୁ ସମର୍ଥନ, ଜୀବନଯାତ୍ରା ବ୍ୟାହତ

ବରଗଡ଼ ଅଫିସ୍‌,୨୦।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ବୁଧବାର ୧୨ଘଣ୍ଟିଆ(ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ। ଏହାକୁ ବରଗଡ଼ ଜିଲାର ସୋହେଲା ଏବଂ ଅମ୍ବାଭୋନା ବ୍ଳକ ଭୁକ୍ତା ବ୍ୟତୀତ ଅନ୍ୟ ସବୁଠି ସ୍ବତଃସ୍ପୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ଖୋଲି ନଥିବାବେଳେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଫଳରେ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ସେହିବରି ବରଗଡ଼ କଚେରୀ ବ୍ୟତୀତ ଅନ୍ୟ ସରକାରୀ, ବେସରକାରୀ ଦପ୍ତର, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ କାର୍ଯ୍ୟାଳୟ ବନ୍ଦ ଯୋଗୁ ସରକାରୀ, ବେସରକାରୀ ଅନୁଷ୍ଠାନ କାର୍ଯ୍ୟ ବ୍ୟାହତ ହୋଇଥିଲା।
ସକାଳୁ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା, ସଦସ୍ୟବୃନ୍ଦ ବରଗଡ଼ ସହର ଗାନ୍ଧିଛକରେ ପହଞ୍ଚିଥିଲେ। ସେଠାରେ ସହର ମୁଖ୍ୟରାସ୍ତା ଉପରେ ବସିଥିଲେ। ଫଳରେ ରାସ୍ତା ଅବରୋଧ ହୋଇଯାଇଥିଲା। ସେହିପରି ରାସ୍ତା ଉପରେ ଟାୟାର ଜଳାପୋଡ଼ା ମଧ୍ୟ ଦେଖିବାକୁ ମିଳିଥିବାବେଳେ ବାଇକ୍‌ ଯୋଗେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଥିଲା। ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଆଶୁତୋଷ ରଥ, ସଞ୍ଜୀବ ମେହେର, ଟିକୁ ବନଛୋର ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ସାମିଲ ଥିଲେ ।
ପଦ୍ମପୁରରେ ବନ୍ଦ ପାଳନ ସଫଳ ହୋଇଛି । ଭେଉଁରିଆ ଛକ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନର କର୍ମୀମାନେ ରାସ୍ତା ଉପରେ ବସିଥିଲେ । ପାଇକମାଳ ଏବଂ ଝାରବନ୍ଧରେ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ସେହିପରି ଗାଡ଼ି ଚଳାଚଳ ବନ୍ଦ ଥିଲା । ତେବେ ସୋହେଲାରେ ବନ୍ଦର ପ୍ରଭାବ ପଡ଼ି ନଥିଲା। ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକ ଖୋଲାଥିଲା। ତେବେ ସୋହେଲା ଦେଇ କମ୍‌ ସଂଖ୍ୟକ ଗାଡ଼ି ଚଳାଚଳ କରୁଥିଲା। ଗାଇସିଲେଟ, ବରପାଲି, ଅତାବିରା ବ୍ଲକରେ ମଧ୍ୟ ଦୋକାନ, ବଜାର ସମେତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ଭଟଲିରେ ମଧ୍ୟ ବନ୍ଦ ଅନୁଭୂତ ହୋଇଥିଲା। ଗୋଡ଼ଭଗାରେ ଭାଜପା ଜିଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ପ୍ରହଲ୍ଲାଦ ଉର୍ମା, ବିଦ୍ୟା ପ୍ରଧାନ, ରାଜ ଅଗ୍ରୱାଲ, ସୌରଭ ଭୋଇ, ବିଶ୍ୱ ହିନ୍ଦୁ ପରିଷଦ ଅତାବିରା ସଭାପତି ଭୁବନେଶ୍ୱର ମହାକୁର, ଜିଲା ସହ ସମ୍ପାଦକ ନିତ୍ୟାନନ୍ଦ ନାୟକ, ଚନ୍ଦ୍ରଶେଖର ପ୍ରଧାନ ଏବଂ ଅତାବିରାରେ ବଜରଙ୍ଗ ଦଳର ପରମେଶ୍ୱର ପଟେଲ, ଅଶ୍ୱିନୀ ମେହେର, ଭାଜପା ନଗର ସଭାପତି ସୁରେନ୍ଦ୍ର ସୱାଇଁ, ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ବନ୍ଦ ପାଳନରେ ଯୋଗଦେଇଥିଲେ l ତେବେ ଅମ୍ବାଭୋନା ବ୍ଲକର ଅମ୍ବାଭୋନାରେ ଦୋକାନ ବଜାର ବନ୍ଦ ଥିବାବେଳେ ଏହି ବ୍ଲକର ଭୁକ୍ତାରେ ବନ୍ଦର ପ୍ରଭାବ ପଡ଼ି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri